ରାତି ହେଲେ ଜଙ୍ଗଲରୁ ଶୁଭେ ଫୁସ୍‌ଫାସ୍ ସ୍ୱର; ଯିବା ଲୋକ ଆଉ ଫେରେନା

ପୃଥିବୀରେ ଛୋଟ,ବଡ଼ ବହୁତ ଦ୍ୱୀପ ରହିଛି। ଅନେକ ଦ୍ୱୀପ ଦେଖିବାକୁ ବହୁତ ସୁନ୍ଦର। ଆଉ କିଛି ଦ୍ୱୀପ ବେଶ୍ ରହସ୍ୟମୟ। ଆଜି ଆମେ ଆପଣଙ୍କୁ ଏମିତି ଏକ ରହସ୍ୟମୟ ଦ୍ୱୀପ ସଂପର୍କରେ କହିବୁ। ଏହି ଦ୍ୱୀପଟି ମେକ୍ସିକୋ ସିଟିରୁ ୧୭ ମାଇଲ୍ ଦୂରରେ ଅବସ୍ଥିତ। ଏହାର ପ୍ରକୃତ ନାଁ ‘La Isla de la Munecas’। ତେବେ ଏହା ‘ଡଲ୍‌ ଆଇଲାଣ୍ଡ’ ବା ‘କଣ୍ଡେଇ ଦ୍ୱୀପ’ ନାଁରେ ବେଶି ଜଣାଶୁଣା। ଏ ଦ୍ୱୀପର ନାଁ ‘କଣ୍ଢେଇ ଦ୍ୱୀପ’ […]

bhutacopy

bhutacopy

Rakesh Mallick
  • Published: Thursday, 18 January 2018
  • Updated: 19 January 2018, 03:42 PM IST

Sports

Latest News

ପୃଥିବୀରେ ଛୋଟ,ବଡ଼ ବହୁତ ଦ୍ୱୀପ ରହିଛି। ଅନେକ ଦ୍ୱୀପ ଦେଖିବାକୁ ବହୁତ ସୁନ୍ଦର। ଆଉ କିଛି ଦ୍ୱୀପ ବେଶ୍ ରହସ୍ୟମୟ। ଆଜି ଆମେ ଆପଣଙ୍କୁ ଏମିତି ଏକ ରହସ୍ୟମୟ ଦ୍ୱୀପ ସଂପର୍କରେ କହିବୁ। ଏହି ଦ୍ୱୀପଟି ମେକ୍ସିକୋ ସିଟିରୁ ୧୭ ମାଇଲ୍ ଦୂରରେ ଅବସ୍ଥିତ। ଏହାର ପ୍ରକୃତ ନାଁ ‘La Isla de la Munecas’। ତେବେ ଏହା ‘ଡଲ୍‌ ଆଇଲାଣ୍ଡ’ ବା ‘କଣ୍ଡେଇ ଦ୍ୱୀପ’ ନାଁରେ ବେଶି ଜଣାଶୁଣା। ଏ ଦ୍ୱୀପର ନାଁ ‘କଣ୍ଢେଇ ଦ୍ୱୀପ’ ରଖାଯିବା ପଛରେ ଏକ କାରଣ ବି ରହିଛି। ଏହି ଦ୍ୱୀପରେ ଥିବା ଗଛଗୁଡ଼ିକରେ ଶହ ଶହ କଣ୍ଢେଇ ଝୁଲୁଛି। ଆପଣ ଭାବୁଥିବା କଣ୍ଢେଇରେ ଭରପୂର ଏ ଦ୍ୱୀପଟି ଭାରି ସୁନ୍ଦର ଦେଖାଯାଉଥିବ। କିନ୍ତୁ ନାଁ, ସେମାନେ ଲୋକଙ୍କୁ ଡରାଇବା ଆଖିରେ ଚାହିଁ ରହିଥାଆନ୍ତି। ସେଥିପାଇଁ ଦ୍ୱୀପଟି ଭୟଙ୍କର ଦେଖାଯାଏ। ଦ୍ୱୀପ ସଂପର୍କିତ କାହାଣୀ ଆହୁରି ଭୟଙ୍କର। କୁହାଯାଏ ଏହି ଦ୍ୱୀପକୁ କେହି ଯାଆନ୍ତି ନାହିଁ। ଯିଏ ଯାଏ ସିଏ ଆଉ ଫେରେ ନାହିଁ। ଆହୁରି ବି କୁହାଯାଏ ରାତି କୁଆଡ଼େ ଏ ଗଛଗୁଡ଼ିକରେ ଝୁଲୁଥିବା କଣ୍ଢେଇଗୁଡ଼ିକରୁ ଫୁସ୍‌ଫାସ୍ ସ୍ୱର ଶୁଣିବାକୁ ମିଳେ।

ଏହି ଦ୍ୱୀପ ସଂପର୍କରେ ପ୍ରଥମେ ୧୯୯୦ରେ ଜଣାପଡ଼ିଥିଲା। ଏଠାରେ ବହୁତ କଣ୍ଢେଇ ଗଛରେ ଝୁଲି ରହିଥିବା ଖବର ଆସିଥିଲା। ଏବେ କେହି ଏହି ଦ୍ୱୀପକୁ ଯାଉ ନାହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos