ଅନ୍‌ଲାଇନ୍‌ ଟ୍ରାଞ୍ଜାକ୍ସନ କରୁଛନ୍ତି କି? ମନେ ରଖନ୍ତୁ ଏସ୍‌ବିଆଇର ଏହି ନମ୍ବର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ଲୋକ ଏବେ ଅନ୍‌ଲାଇନ୍ ଟ୍ରାଞ୍ଜାକ୍ସନ କରୁଛନ୍ତି। ଯଦି ଆପଣ ବି କ୍ୟାସ୍ ନେଣଦେଣ ବଦଳରେ ଅନ୍‌ଲାଇନ୍ ଟ୍ରାଞ୍ଜାକ୍ସନ କରୁଛନ୍ତି ଏବଂ ଏସ୍‌ବିଆଇର ଗ୍ରାହକ ତା’ହେଲେ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଦୁଇଟି ଟୋଲ୍ ଫ୍ରି ନମ୍ବର ଅବଶ୍ୟ ଜାଣି ରଖନ୍ତୁ। ଏସ୍‌ବିଆଇ ପକ୍ଷରୁ ଟ୍ୱିଟ୍‌ର ମାଧ୍ୟମରେ ଏହି ନମ୍ବର ଜାରି କରାଯାଇଛି। ଗତ ୯ ତାରିଖରେ ବ୍ୟାଙ୍କ ଜାରି କରିଥିବା ଏହି ଦୁଇଟି ନମ୍ବର ହେଉଛି: 1-800-425-3800/1-800-11-2211 । ଏସ୍‌ବିଆଇ ଟ୍ୱିଟ୍‌ କରି […]

SBI1 copy

Rakesh Mallick
  • Published: Tuesday, 13 February 2018
  • , Updated: 13 February 2018, 10:15 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅନେକ ଲୋକ ଏବେ ଅନ୍‌ଲାଇନ୍ ଟ୍ରାଞ୍ଜାକ୍ସନ କରୁଛନ୍ତି। ଯଦି ଆପଣ ବି କ୍ୟାସ୍ ନେଣଦେଣ ବଦଳରେ ଅନ୍‌ଲାଇନ୍ ଟ୍ରାଞ୍ଜାକ୍ସନ କରୁଛନ୍ତି ଏବଂ ଏସ୍‌ବିଆଇର ଗ୍ରାହକ ତା’ହେଲେ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଦୁଇଟି ଟୋଲ୍ ଫ୍ରି ନମ୍ବର ଅବଶ୍ୟ ଜାଣି ରଖନ୍ତୁ। ଏସ୍‌ବିଆଇ ପକ୍ଷରୁ ଟ୍ୱିଟ୍‌ର ମାଧ୍ୟମରେ ଏହି ନମ୍ବର ଜାରି କରାଯାଇଛି। ଗତ ୯ ତାରିଖରେ ବ୍ୟାଙ୍କ ଜାରି କରିଥିବା ଏହି ଦୁଇଟି ନମ୍ବର ହେଉଛି: 1-800-425-3800/1-800-11-2211 ।

ଏସ୍‌ବିଆଇ ଟ୍ୱିଟ୍‌ କରି ତା’ ଗ୍ରାହକମାନଙ୍କୁ କହିଛି ଯେ ଯଦି ଆପଣ ଅନଧିକୃତ ଇଲେକ୍ଟ୍ରୋନିକ୍ ନେଣ-ଦେଣର ଶିକାର ହେଉଛନ୍ତି ତା’ହେଲେ ଏହି ଦୁଇ ଟୋଲ୍ ଫ୍ରି ନମ୍ବରରେ ତୁରନ୍ତ ସୂଚନା ଦିଅନ୍ତୁ। ଏହି ନମ୍ବରରେ ଫୋନ୍ ପାଇବା ପରେ ଆପଣଙ୍କ ବ୍ୟାଙ୍କ ଏକାଉଣ୍ଟକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନିଆଯିବ।

ଅନ୍‌ଲାଇନ୍ ଟ୍ରାଞ୍ଜାକ୍‌ସନ୍‌କୁ ଆହୁରି ସୁରକ୍ଷିତ କରିବା ପାଇଁ ଓ ଅନ୍‌ଲାଇନ୍ ଠକେଇ ହେବା ସ୍ଥିତିରେ ଗ୍ରାହକଙ୍କ କ୍ଷତିକୁ କମ୍ କରିବା ପାଇଁ ବ୍ୟାଙ୍କ୍ ଏହି ପଦକ୍ଷେପ ନେଇଛି।

ଯଦି ଆପଣ ଏସ୍‌ବିଆଇର ଗ୍ରାହକ ନୁହଁନ୍ତି, ତା’ହେଲେ ଅନ୍‌ଲାଇନ୍ ଠକେଇରେ ପଡ଼ିଲେ ସର୍ବପ୍ରଥମେ ନିଜ ବ୍ୟାଙ୍କକୁ ଏ ସଂପର୍କରେ ସୂଚନା ଦିଅନ୍ତୁ। ଏଥିପାଇଁ ବ୍ୟାଙ୍କର କଷ୍ଟମର କେୟାର ନମ୍ବରରେ କଲ୍ କରିପାରିବେ। ଯେତେ ଶୀଘ୍ର ଏଭଳି ଠକେଇ ସଂପର୍କରେ ଆପଣ ବ୍ୟାଙ୍କକୁ ଖବର ଦେଇ ପାରିବେ ଆପଣଙ୍କର ସେତିକି କମ୍ କ୍ଷତି ହେବ।

Related story