ହୋମିଓପାଥି ଔଷଧ ଖାଉଥିଲେ କରନ୍ତୁ ନାହିଁ ଏହି ସବୁ ଭୁଲ

କେବଳ ଏଲୋପାଥି ନୁହେଁ ଆଜିକାଲି ବହୁ ଲୋକ ହୋମିଓପାଥି ଔଷଧ ମଧ୍ୟ ଖାଉଛନ୍ତି। ଏହାକୁ ଖାଇବା ପୂର୍ବରୁ ଓ ପରେ କିଛି ସାବଧାନତା ଅବଲମ୍ବନ କରାଯିବା ଜରୁରୀ। ଏହାର ବ୍ୟବହାର ଠିକ୍‌ ଭାବେ ହେବା ଦରକାର। ଯଦି ଏପରି କରା ନଯାଏ ତା’ହେଲେ ଔଷଧର ପ୍ରଭାବ ଠିକ୍‌ ଭାବେ ହୋଇ ନଥାଏ। ଆସନ୍ତୁ ଜାଣିବା ହୋମିଓପାଥି ଔଷଧ ଖାଇବା ପୂର୍ବ ଓ ପରେ କେଉଁ ବିଷୟ ପ୍ରତି ଧ୍ୟାନ ଦେବେ। ୧. ହୋମିଓପାଥି ଔଷଧକୁ କେବେ ବି […]

homeopathy

Rakesh Mallick
  • Published: Saturday, 13 January 2018
  • , Updated: 13 January 2018, 09:30 AM IST

କେବଳ ଏଲୋପାଥି ନୁହେଁ ଆଜିକାଲି ବହୁ ଲୋକ ହୋମିଓପାଥି ଔଷଧ ମଧ୍ୟ ଖାଉଛନ୍ତି। ଏହାକୁ ଖାଇବା ପୂର୍ବରୁ ଓ ପରେ କିଛି ସାବଧାନତା ଅବଲମ୍ବନ କରାଯିବା ଜରୁରୀ। ଏହାର ବ୍ୟବହାର ଠିକ୍‌ ଭାବେ ହେବା ଦରକାର। ଯଦି ଏପରି କରା ନଯାଏ ତା’ହେଲେ ଔଷଧର ପ୍ରଭାବ ଠିକ୍‌ ଭାବେ ହୋଇ ନଥାଏ। ଆସନ୍ତୁ ଜାଣିବା ହୋମିଓପାଥି ଔଷଧ ଖାଇବା ପୂର୍ବ ଓ ପରେ କେଉଁ ବିଷୟ ପ୍ରତି ଧ୍ୟାନ ଦେବେ।

୧. ହୋମିଓପାଥି ଔଷଧକୁ କେବେ ବି ଖୋଲା ସ୍ଥାନରେ ରଖନ୍ତୁ ନାହିଁ। ସବୁବେଳେ ଏହାକୁ ଥଣ୍ଡା ଜାଗାରେ ରଖନ୍ତୁ ଏବଂ ଔଷଧ ଖାଇବା ପରେ ଠିପିକୁ ଭଲ ଭାବେ ବନ୍ଦ କରନ୍ତୁ।

୨. ହୋମିଓପାଥି ଔଷଧକୁ ଖାଇବା ପାଇଁ ବୋତଲରୁ ହାତରେ ଢାଳନ୍ତୁ ନାହିଁ। ଏପରି କଲେ ଏଥିରେ ଥିବା ସ୍ପିରିଟ ଉଡ଼ି ଯାଏ। ଫଳରେ ଔଷଧର ପ୍ରଭାବ କମିଯାଏ।

୩. ଔଷଧ ଖାଇବାର ୧୦ ମିନିଟ୍‌ ପୂର୍ବରୁ ଓ ୧୦ ମିନିଟ୍‌ ପରେ କିଛି ଖାଆନ୍ତୁ ନାହିଁ।

୪. ଔଷଧ ଖାଇବା ପୂର୍ବରୁ ଓ ପରେ କୌଣସି ପ୍ରକାର ମାଦକ ଦ୍ରବ୍ୟ ସେବନ କରନ୍ତୁ ନାହିଁ। ମାଦକ ଦ୍ରବ୍ୟରେ ଥିବା ଷ୍ଟ୍ରଙ୍ଗ ସପ୍ଲିମେଣ୍ଟ ଥିବାରୁ ଏହା ଔଷଧର ପ୍ରଭାବକୁ କମାଇ ଦେଇଥାଏ।

୫. ହୋମିଓପାଥି ଔଷଧକୁ ଖରାରେ ରଖନ୍ତୁ ନାହିଁ। ଏପରି କଲେ ଔଷଧର ପ୍ରଭାବ କମିଯାଏ।

୬. ହୋମିଓପାଥି ଔଷଧକୁ ଆୟୁର୍ବେଦିକ ଓ ଏଲୋପାଥି ଔଷଧ ସହ ରଖନ୍ତୁ ନାହିଁ। ଏହାଦ୍ୱାରା ହୋମିଓପାଥି ଔଷଧର ପ୍ରଭାବ କମିଯାଏ।

୭. ହୋମିଓପାଥି ଔଷଧ ଖାଇବା ପରେ କୌଣସି ପ୍ରକାର ଖଟାଳିଆ ଖାଦ୍ୟ ଖାଆନ୍ତୁ ନାହିଁ।

୮. ସମାନ ଧରଣର ବେମାରୀ ହୋଇଥିଲେ ବି ଅନ୍ୟର ହୋମିଓପାଥି ଔଷଧକୁ ଖାଆନ୍ତୁ ନାହିଁ। ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

୯. ହୋମିଓପାଥି ଔଷଧ ନେବା ବେଳେ ଚାହା ଓ କଫିଠାରୁ ଦୂରେଇ ରୁହନ୍ତୁ।

୧୦. ଏହି ଔଷଧ ଖାଇବା ପୂର୍ବରୁ ଭଲ ଭାବେ କୁଳକୁଳି କରନ୍ତୁ ଓ ଜିଭ ସଫା କରନ୍ତୁ।

ହୋମିଓପାଥି ଔଷଧର ସେବନ ନେଇ ରହିଥିବା ନିୟମଗୁଡ଼ିକ ସଂପର୍କରେ ଡାକ୍ତରଙ୍କୁ ଅବଶ୍ୟ ପଚାରି ବୁଝନ୍ତୁ।

Related story