ଜାଣନ୍ତୁ କେଉଁ ଗାଈର କ୍ଷୀର ବ୍ୟବହାର କରିବେ ନାହିଁ
- Published: Friday, 24 November 2017
- , Updated: 24 November 2017, 12:24 PM IST
<p>ଭୁବନେଶ୍ୱର(ଓଡିଶା ରିପୋର୍ଟର): ହିନ୍ଦୁ ଧର୍ମରେ ଗାଈକୁ ଗୋମାତା ଭାବେ ପୂଜା କରାଯାଏ। ଶାସ୍ତ୍ରରେ ଗାଈର ମହତ୍ତ୍ୱ ଅନେକ। ଗାଈ କ୍ଷୀରକୁ ପୂଜା ସମୟରେ ବ୍ୟବହାର କରାଯାଏ। ଗାଈ କ୍ଷୀର ଆମ ଶରୀର ପାଇଁ ମଧ୍ୟ ବେଶ୍ ଉପକାରୀ। ଏହା ଆମ ସ୍ୱାସ୍ଥ୍ୟ ପାଇଁ ଅମୃତ ସମାନ। ଗାଈ କ୍ଷୀର ପିଇବା ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ଏହା ଶରୀରରେ ଔଷଧ ପରି କାମ କରେ। କିନ୍ତୁ ଶାସ୍ତ୍ରବିତ୍‌ଙ୍କ କହିବା ଅନୁଯାୟୀ ଗାଈ କ୍ଷୀର ପିଇବା ପୂର୍ବରୁ ଟିକେ ସତର୍କ ରୁହନ୍ତୁ। ଯେକୌଣସି ଗାଈର କ୍ଷୀରକୁ ଆପଣ ପିଇ ପାରିବେନାହିଁ। ଯେଉଁ ଗାଈର ସନ୍ତାନ ଅର୍ଥାତ ଜନ୍ମ ଦେବା ପରେ ବାଛୁରୀ ମରିଯାଇଥାଏ ତାର କ୍ଷୀରକୁ ଛୋଟ ପିଲାକୁ ପିଆନ୍ତୁ ନାହିଁ। ସେହି ଗାଈ କ୍ଷୀରରେ ଠାକୁର ପୂଜା କରନ୍ତୁ ନାହିଁ । ଏହା ଦ୍ୱାରା ଅମଙ୍ଗଳ ହୋଇଥାଏ।</p>