ଶୁଖ, ସମୃଦ୍ଧି ପାଇଁ କାହିଁକି ରଖାଯାଏ ଏହି ମୂର୍ତ୍ତି, ଜାଣନ୍ତୁ

ଦୋକାନ ବଜାର କିମ୍ବା ଗିଫ୍ଟ ସପ୍‌ରେ ଜଣେ ପେଟୁଆ ଲଣ୍ଡିତ ମସ୍ତକରେ ଦୁଇହାତ ଉପରକୁ କରି ଛିଡ଼ା ହୋଇଥିବା ଏକ ପ୍ରତିମୂର୍ତ୍ତି ନିଶ୍ଚୟ ଦେଖିଥିବେ। ସାଧାରଣତଃ ଦୋକାନ୍‌ରେ ଥିବା ପ୍ରତିମୂର୍ତ୍ତିଟି ଚିନାମାଟିରେ ତିଆରି ଗୋଲାପି ରଙ୍ଗର ହୋଇଥାଏ। ଜାଣନ୍ତି କି ସେଇ ଷ୍ଟେଚ୍ୟୁକୁ କ’ଣ କୁହାଯାଏ। ତାକୁ ‘ଲାଫି ବୁଦ୍ଧ’ଙ୍କ ଷ୍ଟେଚ୍ୟୁ କୁହାଯାଏ।  ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସିଥିବ ଯେ, କିଏ ଏହି ଲାଫିଂ ବୁଦ୍ଧ? କାହିଁକି ତାଙ୍କୁ ଏପରି ନାମ କରଣ କରାଯାଇଛି । […]

fr

Rakesh Mallick
  • Published: Thursday, 14 December 2017
  • , Updated: 14 December 2017, 10:48 AM IST

ଦୋକାନ ବଜାର କିମ୍ବା ଗିଫ୍ଟ ସପ୍‌ରେ ଜଣେ ପେଟୁଆ ଲଣ୍ଡିତ ମସ୍ତକରେ ଦୁଇହାତ ଉପରକୁ କରି ଛିଡ଼ା ହୋଇଥିବା ଏକ ପ୍ରତିମୂର୍ତ୍ତି ନିଶ୍ଚୟ ଦେଖିଥିବେ। ସାଧାରଣତଃ ଦୋକାନ୍‌ରେ ଥିବା ପ୍ରତିମୂର୍ତ୍ତିଟି ଚିନାମାଟିରେ ତିଆରି ଗୋଲାପି ରଙ୍ଗର ହୋଇଥାଏ। ଜାଣନ୍ତି କି ସେଇ ଷ୍ଟେଚ୍ୟୁକୁ କଣ କୁହାଯାଏ। ତାକୁ ଲାଫି ବୁଦ୍ଧଙ୍କ ଷ୍ଟେଚ୍ୟୁ କୁହାଯାଏ।

 ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସିଥିବ ଯେ, କିଏ ଏହି ଲାଫିଂ ବୁଦ୍ଧ? କାହିଁକି ତାଙ୍କୁ ଏପରି ନାମ କରଣ କରାଯାଇଛି ଏହାକୁ ଦୋକାନ୍‌ ସାମ୍ନାରେ କାହିଁକି ରଖାଯାଏ, ଏଭଳି କେତେ କ’ଣ । ତା ହେଲେ ଆସନ୍ତୁ ଜାଣିବା ଏହି ସବୁ ଜିଜ୍ଞାସାର ଉତ୍ତର।

 ସାଧୁଙ୍କ ନାଁ ଲାଫିଂ ବୁଦ୍ଧ: ଚୀନ୍‌ର ଜଣେ ସାଧୁ ହୋତେଇଙ୍କୁ ଲାଫିଙ୍ଗ ବୁଦ୍ଧ କୁହାଯାଇଥାଏ। ଯେଉଁ ଛବି ରୂପରେ ଆଜି ଆମେ ତାଙ୍କୁ ଦେଖୁଛୁ ସେ ହଜାର ବର୍ଷ ତଳେ ଚୀନ୍‌ର ଜଣେ ସାଧୁ ଭାବେ ପ୍ରକଟ ହୋଇଥିଲେ। ଏହି ସାଧୁଙ୍କର ପେଟ ଖୁବ ବଡ଼ ଥିଲା। ସ୍ୱଭାବରେ ସେ ଖୁବ୍ ଦୟାଳୁ ଥିଲେ। ତାଙ୍କ ମୁଖ ମଣ୍ଡଳରେ ସବୁବେଳେ ହସ ରହୁଥିଲା। ଏହି କାରଣରୁ ଲୋକମାନେ ତାଙ୍କୁ ଲାଫିଂ ବୁଦ୍ଧ ବୋଲି କହିବାକୁ ଲାଗିଲେ। ସେହିଦିନଠାରୁ ତାଙ୍କର ନା ମଧ୍ୟ ପରିବର୍ତ୍ତନ ହୋଇଯାଇଥିଲା। ଲାଫିଙ୍ଗ ବୁଦ୍ଧଙ୍କୁ ଧନର ଦେବତା କୁହାଯାଏ। ଏହି ପ୍ରତିମୂର୍ତ୍ତି ରଖିଲେ ଧନପ୍ରାପ୍ତି ହେବା ସହିତ ଶାନ୍ତି ବିରାଜମାନ ହୋଇଥାଏ ବୋଲି ବିଶ୍ୱାସ ରହିଛିସେଥିପାଇଁ ଦୋକାନ୍‌ ବଜାରରେ ଏହି ପ୍ରତିମୂର୍ତ୍ତି ରଖାଯାଇଥାଏ। ଏହାକୁ ଦେଖି ପେଟରେ ହାତ ମାରି ବାହାରକୁ ଯାତ୍ରା କଲେ ଧନପ୍ରାପ୍ତିର ସମ୍ଭାବନା ରହିଛି।

Related story