କାର୍ ସଉକିଆ କୋହଲି: ଜାଣନ୍ତୁ କେଉଁଥିରୁ ରଖିଛନ୍ତି କେତୋଟି ଓ କାହାର ଦାମ୍ କେତେ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ କ୍ୟାପ୍‌ଟେନ୍‌ ବିରାଟ କୋହଲି ଓ ବଲିଉଡ୍‌ ବିୟୁଟି ଅନୁଷ୍କା ଶର୍ମାଙ୍କ ବିବାହ ସରିଯାଇଛି। ଏହାକୁ ନେଇ ଏବେ ସାରା ଦୁନିଆରେ ଚର୍ଚ୍ଚା। ତେବେ ଆଜି ଆସନ୍ତୁ ଜାଣିବା କୋହଲିଙ୍କର ଏକ ବ୍ୟୟବହୁଳ ସଉକ ସଂପର୍କରେ। ଖୁବ୍ କମ୍ ଲୋକ ଜାଣିଛନ୍ତି, କୋହଲି ଜଣେ କାର୍ ସଉକିଆ ଯୁବକ। ଆମେ ସମସ୍ତେ ଜାଣିଛନ୍ତି ଯେ, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଜଣେ ବାଇକ୍‌ ସଉକିଆ। ସେ ନିଜେ ମଧ୍ୟ […]

kohli car

Rakesh Mallick
  • Published: Friday, 15 December 2017
  • , Updated: 15 December 2017, 02:35 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆ କ୍ୟାପ୍‌ଟେନ୍‌ ବିରାଟ କୋହଲି ଓ ବଲିଉଡ୍‌ ବିୟୁଟି ଅନୁଷ୍କା ଶର୍ମାଙ୍କ ବିବାହ ସରିଯାଇଛି। ଏହାକୁ ନେଇ ଏବେ ସାରା ଦୁନିଆରେ ଚର୍ଚ୍ଚା। ତେବେ ଆଜି ଆସନ୍ତୁ ଜାଣିବା କୋହଲିଙ୍କର ଏକ ବ୍ୟୟବହୁଳ ସଉକ ସଂପର୍କରେ।

ଖୁବ୍ କମ୍ ଲୋକ ଜାଣିଛନ୍ତି, କୋହଲି ଜଣେ କାର୍ ସଉକିଆ ଯୁବକ। ଆମେ ସମସ୍ତେ ଜାଣିଛନ୍ତି ଯେ, ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଜଣେ ବାଇକ୍‌ ସଉକିଆ। ସେ ନିଜେ ମଧ୍ୟ ବିଭିନ୍ନ ଷ୍ଟାଇଲ୍‌ର ଓ ରଙ୍ଗର ବାଇକ୍ ଚଢୁଥିବାର ଫଟୋ ଆମେ ଦେଖିଛନ୍ତି। ତାଙ୍କ ପରି କୋହଲିଙ୍କ କାର୍‌ ସଉକ ବିଷୟରେ ଅବଶ୍ୟ ବାହାରେ ବେଶୀ ଲୋକ ଜାଣି ନାହାଁନ୍ତି। କୋହଲି କେବଳ ସଉକ କରନ୍ତିନି, ଗୁଡ଼ାଏ ଦାମିକା କାର୍ ମଧ୍ୟ କିଣିକି ଘର ରଖିଛନ୍ତି।

କୋହଲିଙ୍କ ପାଖରେ ବହୁ ନାମି କମ୍ପାନୀର ଗୁଡ଼ାଏ କାର୍ ରହିଛି। କେବଳ ଅଡି କମ୍ପାନୀର କାର ଚାରିଟିରୁ ଅଧିକା। ସେହିପରି ଟୟୋଟା, ଫର୍ଚ୍ୟୁନର ଏବଂ ରେନଲ୍ଡ ପରି କମ୍ପାନୀର କିଛି କିଛି ବ୍ରାଣ୍ଡ କାର୍ ସେ ଘରେ ରଖିଛନ୍ତି। ଏ ସବୁ କାର୍‌ର ମୂଲ୍ୟ ୧୫ ଲକ୍ଷ ଟଙ୍କାର ଆରମ୍ଭ କରି ୩ କୋଟି ଟଙ୍କା ପର୍ଯ୍ୟନ୍ତ ହେବ।

କୋହଲିଙ୍କ ପାଖରେ ଥିବା ସବୁଠୁ ମହଙ୍ଗା ଗାଡିଟି ହେଲା Audi R8 LMX କାର୍। ଏହାର ମୂଲ୍ୟ ପ୍ରାୟ ୨.୯୭ କୋଟି ଟଙ୍କା। ଏଥିସହ ତାଙ୍କ ପାଖରେ ଏକ Audi V10 R8 ମଧ୍ୟ ରହିଛି। ବିଭିନ୍ନ ସମୟରେ ସେ ଏକ ହଳଦିଆ ରଙ୍ଗର Audi R8 V10ରେ ନଜର ଆସିଥାନ୍ତି। ଏହାର ମୂଲ୍ୟ ୨ କୋଟି। ଏହି କାରର ବିଶେଷତ୍ୱ ହେଲା, ଏଥିରେ ଅଚି  ୭ଟି ଗିଅର। ଏହା ଦ୍ରୁତବେଗରେ ଚାଲିଥାଏ। ଏଥିରେ ଡବଲ୍ କ୍ଲଜ୍‌ ସହ ଅଟୋମେଟିକ୍‌ ଟ୍ରାନ୍ସମିଶନ ଗିଅର ବକ୍ସ ସୁବିଧା ମଧ୍ୟ ରହିଛି।

ସେହିପରି କୋହଲିଙ୍କ ପାଖରେ ଆଉଏକ Audi A8L W12 କାର୍ ମଧ୍ୟ ରହିଛି। ଯାହାର ମୂଲ୍ୟ ୧.୮୭ କୋଟି ଟଙ୍କା। ଲଙ୍ଗ୍‌ ହ୍ୱିଲ୍‌ ବେସ୍‌ ଭର୍ସନର ଏହି କାରରେ ୬.୩ ଲିଟର ଇଞ୍ଜିନ୍‌ ଲାଗିଛି। ବିରାଟଙ୍କ ଅନ୍ୟ କାର ମଧ୍ୟରେ ଏକ Audi S6 ମଧ୍ୟ ରହିଛି, ଯାହାର ମୂଲ୍ୟ ୯୫.୫୨ ଲକ୍ଷ ଟଙ୍କା।

ସେହିପରି ଆଉଏକ ଅଡି କାର୍ ମଧ୍ୟ କୋହଲି ରଖିଛନ୍ତି। ଅପେ‍କ୍ଷାକୃତ କମ୍‌ ଦାମ୍ ହେଲେ ବି ଏଇ କାର୍‌ଟିକୁ କୋହଲି ବେଶୀ ଭଲ ପାଆନ୍ତି। ତାହା ହେଲା-  Audi Q7, ଯାହାର ମୂଲ୍ୟ ୮୭.୭ ଲକ୍ଷ ଟଙ୍କା।

ସେହିପରି କୋହଲିଙ୍କୁ ଟୟାଟୋ କାର ଚଲାଇବାକୁ ମଧ୍ୟ ଭଲ ଲାଗେ। ତାଙ୍କ ପାଖରେ ଅଛି ଏକ ଟୟାଟୋ ଫର୍ଚ୍ୟୁନର 4X4 କାର୍। ସେହିପରି ତାଙ୍କ ପାଖରେ ଥିବା ସବୁଠାରୁ ଛୋଟ କାର୍ ହେଲା- ରେନଲ୍ଟ କମ୍ପାନୀର ଡଷ୍ଟର। ୨୦୧୨ ମସିହାରେ ଶ୍ରୀଲଙ୍କାରେ ଅନୁଷ୍ଠିତ ୱାନ୍‌ଡେ ସିରିଜ୍‌ରେ ସେ ମ୍ୟାନ୍‌ ଅଫ୍‌ ଦି ସିରିଜ୍‌ ହୋଇଥିଲେ। ସେଥିପାଇଁ ତାଙ୍କୁ ଏହି ଗାଡ଼ିଟି ପୁରସ୍କାର ସ୍ୱରୂପ ମିଳିଥିଲା।

 

 

 

Related story