କୋରାପୁଟରେ ଏନ୍‌ସେଫାଲାଟିସ୍‌ରେ ୧୪ ଜଣଙ୍କ ମୃତ୍ୟୁ ଅଭିଯୋଗ

ଜୟପୁର: କେବଳ ମାଲକାନଗିରି ନୁହେଁ କୋରାପୁଟ ଜିଲ୍ଲାରେ ମଧ୍ୟ ଜାପାନିଜ ଏନ୍‌ସେଫାଲାଇଟିସ୍‌ କାୟ ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୪ ଜଣ ଶିଶୁଙ୍କର ଏହି ରୋଗରେ ଘଟିଥିବା ଅଭିଯୋଗ ହୋଇଛି। ଏହାସହ ୬୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ତେବେ ମୃତ ୧୪ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ଏନ୍‌ସେଫାଲାଇଟିସ୍‌ରେ ଓ ୮ ଜଣ ଏଇଏସ୍‌ରେ ମୃତ୍ୟୁ ଘଟିଥିବା ଡାକ୍ତର କହୁଛନ୍ତି। ଏହି ୬ ଜଣଙ୍କ ମଧ୍ୟରେ ୩ ଜଣ କୋରାପୁଟ ଓ ଅନ୍ୟ […]

koraput

Rakesh Mallick
  • Published: Sunday, 13 November 2016
  • , Updated: 13 November 2016, 03:48 PM IST

ଜୟପୁର: କେବଳ ମାଲକାନଗିରି ନୁହେଁ କୋରାପୁଟ ଜିଲ୍ଲାରେ ମଧ୍ୟ ଜାପାନିଜ ଏନ୍‌ସେଫାଲାଇଟିସ୍‌ କାୟ ବିସ୍ତାର କରିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୧୪ ଜଣ ଶିଶୁଙ୍କର ଏହି ରୋଗରେ ଘଟିଥିବା ଅଭିଯୋଗ ହୋଇଛି। ଏହାସହ ୬୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି।

ତେବେ ମୃତ ୧୪ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ଏନ୍‌ସେଫାଲାଇଟିସ୍‌ରେ ଓ ୮ ଜଣ ଏଇଏସ୍‌ରେ ମୃତ୍ୟୁ ଘଟିଥିବା ଡାକ୍ତର କହୁଛନ୍ତି। ଏହି ୬ ଜଣଙ୍କ ମଧ୍ୟରେ ୩ ଜଣ କୋରାପୁଟ ଓ ଅନ୍ୟ ୩ ଜଣ ମାଲକାନଗିରି ଜିଲ୍ଲାର ବୋଲି ଜଣାପଡିଛି।

ବର୍ତ୍ତମାନ ବୈପାରୀଗୁଡା ଓ ପଡ଼ିଆ ବ୍ଲକ ଅଞ୍ଚଳର ଦୁଇ ଜଣ ଶିଶୁ ଏନ୍‌ସେଫାଲାଇଟିସ୍‌ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା କୋରାପୁଟ ସିଡିଏମ୍‌ଓ ଡା. ଲଳିତ ରଥ କହିଛନ୍ତି।

ସେ କହିଛନ୍ତି,“ବର୍ତ୍ତମାନ ୬୫ ଜଣ ପିଲା ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୫୮ ଜଣ କୋରାପୁଟ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜିଲ୍ଲାର ୭ ଜଣ ଅଛନ୍ତି। ଜିଲ୍ଲା ଚିକିତ୍ସାଳୟରେ ୧୪ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ୬ ଜଣ ଏନ୍‌ସେଫାଲାଇଟିସ୍‌ ଆକ୍ରାନ୍ତ ଥିଲେ।”

Related story