କୁନ୍ଦୁଲି ମାମଲାରେ ପୁଣି ଥରେ ୪ ଜଣଙ୍କୁ ଡକାଯିବା ନେଇ ସ୍ପଷ୍ଟକଲେ ଡିଆଇଜି: ଓଏଚ୍‌ଆର୍‌ସିଙ୍କ ନୋଟିସ୍‌ କ୍ରମେ ଡକାଯାଇଥିଲା

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲିରେ ନାବାଳିକା ଗଣବଳାତ୍କାର ମାମଲାରେ ପୁଣି ଥରେ ୪ ଜଣଙ୍କୁ ଡକାଯିବା ପ୍ରସଙ୍ଗରେ ସ୍ପଷ୍ଟକଲେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏସ୍.ସାଇନି। ସେ କହିଛନ୍ତି-“ପ୍ରଥମଥର ଜେରା ବେଳେ ପୋଲିସ ନିର୍ଯାତନା ଦେଇଥିବା ପରିବାର ଲୋକେ ଓଡ଼ିଶା ମାନବାଧିକାର ଆୟୋଗ (ଓଏଚ୍‌ଆର୍‌ସି)ରେ ଅଭିଯୋଗ କରିଥିଲେ। ଓଏଚ୍‌ଆର୍‌ସିଙ୍କ ନୋଟିସ୍‌ କ୍ରମେ ସେମାନଙ୍କୁ ଡକାଯାଇଥିଲା। ଓଏଚ୍‌ଆର୍‌ସିର ଏସ୍‌ପି ଓ ଡିସିପିଓଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ସମେତ ୪ ଜଣଙ୍କୁ ପୋଲିସର ନିର୍ଯାତନା ନେଇ ପଚରାଉଚରା କରାଯାଇଥିଲା। ପରେ ସେମାନଙ୍କୁ […]

Rakesh Mallick
  • Published: Tuesday, 24 October 2017
  • , Updated: 24 October 2017, 04:56 PM IST

କୋରାପୁଟ(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କୁନ୍ଦୁଲିରେ ନାବାଳିକା ଗଣବଳାତ୍କାର ମାମଲାରେ ପୁଣି ଥରେ ୪ ଜଣଙ୍କୁ ଡକାଯିବା ପ୍ରସଙ୍ଗରେ ସ୍ପଷ୍ଟକଲେ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଇଜି ଏସ୍.ସାଇନି। ସେ କହିଛନ୍ତି-“ପ୍ରଥମଥର ଜେରା ବେଳେ ପୋଲିସ ନିର୍ଯାତନା ଦେଇଥିବା ପରିବାର ଲୋକେ ଓଡ଼ିଶା ମାନବାଧିକାର ଆୟୋଗ (ଓଏଚ୍‌ଆର୍‌ସି)ରେ ଅଭିଯୋଗ କରିଥିଲେ। ଓଏଚ୍‌ଆର୍‌ସିଙ୍କ ନୋଟିସ୍‌ କ୍ରମେ ସେମାନଙ୍କୁ ଡକାଯାଇଥିଲା। ଓଏଚ୍‌ଆର୍‌ସିର ଏସ୍‌ପି ଓ ଡିସିପିଓଙ୍କ ଉପସ୍ଥିତିରେ ପୀଡ଼ିତାଙ୍କ ସମ୍ପର୍କୀୟଙ୍କ ସମେତ ୪ ଜଣଙ୍କୁ ପୋଲିସର ନିର୍ଯାତନା ନେଇ ପଚରାଉଚରା କରାଯାଇଥିଲା। ପରେ ସେମାନଙ୍କୁ ଛାଡ଼ି ଦିଆଯାଇଛି।”

ପୂର୍ବରୁ ଜେରାର ସମ୍ମୁଖୀନ ହୋଇଥିବା ୪ ଜଣଙ୍କୁ ଡିଆଇଜିଙ୍କ କାର୍ଯ୍ୟାଳୟରେ ହାଜର ପାଇଁ ଗତକାଲି ନୋଟିସ ହୋଇଥିଲା। ଆଜି ସମସ୍ତେ ଡିଆଇଜିଙ୍କ କାର୍ଯ୍ୟାଳୟରେ ହାଜର ହୋଇ ନିଜର ବୟାନ ଦେଇଥିଲେ। ଓଏଚ୍‌ଆର୍‌ସିର ଏସ୍‌ପି ଓ ଡିସିପିଓଙ୍କ ଉପସ୍ଥିତିରେ ପୋଲିସ ନିର୍ଯାତନା ନେଇ ପଚରାଉଚରା କରାଯାଇଥିଲା।

ନବମ ଶ୍ରେଣୀ ଛାତ୍ରୀ ଜଣକ ସ୍କୁଲରୁ ଘରକୁ ଫେରୁଥିଲେ। ନିଛାଟିଆ ରାସ୍ତାରେ ଯବାନଙ୍କ ପୋଷାକ ପିନ୍ଧିଥିବା ଅଭିଯୁକ୍ତମାନେ ନାବାଳିକାଙ୍କୁ ଜଙ୍ଗଲ ଭିତରକୁ ଟେକିନେଇ ଜଣେ ପରେ ଜଣେ ବଳାତ୍କାର କରି ପଳାଇ ଯାଇଥିଲେ। ପରେ ନାବାଳିକା ଜଣକ ଘୁଷୁରି ଘୁଷୁରି ରାସ୍ତା ଉପରକୁ ଆସିଥିଲେ। ପଥଚାରୀମାନେ ତାଙ୍କୁ ପଟାଙ୍ଗି ମେଡ଼ିକାଲରେ ଭର୍ତ୍ତି କରିବା ସହିତ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତେବେ ନାବାଳିକାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାକୁ କୋରାପୁଟ ଜିଲ୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ନାବାଳିକା ଜଣକ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ପୂରା ଘଟଣାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

Related story