କୋରାପୁଟ:୧୧ କିରାଣିଙ୍କ ଉପରୁ ଉଠିଲା ନିଲମ୍ବନ ଆଦେଶ

କୋରାପୁଟ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ଅନୁମତି ଦେବା ଘଟଣାରେ ନିଲମ୍ବିତ ୧୧ କିରାଣିଙ୍କ ଉପରୁ ଏହି ଆଦେଶ ପ୍ରତ୍ୟାହାର କରି ନେଇଛନ୍ତି କୋରାପୁଟ ଜିଲ୍ଲାପାଳ। ତେବେ ସମସ୍ତଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତିକୁ ଅମଲା ସଂଘ ପ୍ରତ୍ୟାଖ୍ୟାନ କରିବା ସହ ପୂର୍ବଭଳି ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କରିଛି। ଫେବ୍ରୁଆରି ୧୩ ତାରିଖ। ସ୍ଥାନ- ବୋରିଗୁମ୍ମା। ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ହେଲିକପ୍ଟରରେ ଆସି ଏଠାରେ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ […]

koraput

Rakesh Mallick
  • Published: Tuesday, 28 February 2017
  • , Updated: 28 February 2017, 09:41 PM IST

କୋରାପୁଟ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ ପାଇଁ ଅନୁମତି ଦେବା ଘଟଣାରେ ନିଲମ୍ବିତ ୧୧ କିରାଣିଙ୍କ ଉପରୁ ଏହି ଆଦେଶ ପ୍ରତ୍ୟାହାର କରି ନେଇଛନ୍ତି କୋରାପୁଟ ଜିଲ୍ଲାପାଳ। ତେବେ ସମସ୍ତଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଜିଲ୍ଲାପାଳଙ୍କ ଏହି ନିଷ୍ପତ୍ତିକୁ ଅମଲା ସଂଘ ପ୍ରତ୍ୟାଖ୍ୟାନ କରିବା ସହ ପୂର୍ବଭଳି ଆନ୍ଦୋଳନ ଜାରି ରହିବ ବୋଲି ସ୍ପଷ୍ଟ କରିଛି।

ଫେବ୍ରୁଆରି ୧୩ ତାରିଖ। ସ୍ଥାନ- ବୋରିଗୁମ୍ମା। ପଞ୍ଚାୟତ ନିର୍ବାଚନ ପ୍ରଚାର ପାଇଁ ହେଲିକପ୍ଟରରେ ଆସି ଏଠାରେ ଓହ୍ଲାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ଏବେ ଏହି ହେଲିକପ୍ଟର ଅବତରଣ ପାଇଁ ଅନୁମତି ଦେବାକୁ ନେଇ ଦେଖା ଦେଇଛି ବିବାଦ। ଏହି ଘଟଣାକୁ ନେଇ ଗତ ୧୪ ତାରି‌ଖରେ ଜିଲ୍ଲାପାଳଙ୍କ ଅଫିସ୍‌ର କିରାଣୀ କୃଷ୍ଣଚନ୍ଦ୍ର ପ୍ରଧାନଙ୍କୁ ସସ୍‌ପେଣ୍ଡ୍‌ କରାଗଲା। ତା’ସହ ଜଣେ ଏଡିଏମ୍‌ ଓ ଜଣେ ଆସିଷ୍ଟାଣ୍ଟ୍‌ କଲେକ୍ଟରଙ୍କୁ ଦାୟିତ୍ୱମୁକ୍ତ କଲେ ଜିଲ୍ଲାପାଳ। ତେବେ କୃଷ୍ଣଚନ୍ଦ୍ରଙ୍କ ସସ୍‌ପେଣ୍ଡ୍‌ ପ୍ରତିବାଦରେ ୨୧ ତାରିଖରୁ କଲମ ଛାଡ଼ ଓ ୨୩ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛି ଜିଲ୍ଲା ଅମଲା ସଂଘ। କାର୍ଯ୍ୟରେ ଅବହେଳା ଦର୍ଶାଇ ଗତ ଦୁଇ ଦିନରେ ଅନ୍ୟ ୧୦ ଜଣ କର୍ମଚାରୀଙ୍କୁ ସସ୍‌ପେଣ୍ଡ୍‌ କରାଯାଇଥିବା ବେଳେ ସଂଘର ସଭାପତି ଓ ସଂପାଦକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। କର୍ମଚାରୀଙ୍କ ଆନ୍ଦୋଳନ ଜୋର ଧରିବା ପରେ ଜିଲ୍ଲାପାଳ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଛନ୍ତି। ତେବେ ସମସ୍ତଙ୍କୁ ଅନ୍ୟତ୍ର ବଦଳି କରାଯାଇଛି।

ରାଜ୍ୟ ରାଜସ୍ୱ ଅମଲା ସଂଘ ସଭାପତି ତିରୁପତି ବାଲାଜୀ ସାହୁ କହିଛନ୍ତି,“ଆକ୍ରୋଶମୂଳକ ଭାବେ ବଦଳି କରାଯାଇଛି। ଜିଲ୍ଲାପାଳଙ୍କ ବଦଳି ନିର୍ଦ୍ଦେଶକୁ ଆମେ ବିରୋଧ କରୁଛୁ। ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ।”

Related story