ଧୋଇଗଲା ଆପ୍ରୋଚ ରୋଡ୍‌; କୋରାପୁଟ-ରାୟଗଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ ବୁର୍ଜା ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ପୋଲର ଆପ୍ରୋଚ୍ ରୋଡ୍ ଧୋଇଯିବା ଫଳରେ କୋରାପୁଟ ଓ ରାୟଗଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି। ଗୁପ୍ତେଶ୍ୱର ଓ କୋରାପୁଟ ଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିବା ଶହଶହ ତୀର୍ଥଯାତ୍ରୀ  ଫସି ରହିଛନ୍ତି।  ନିମ୍ନମାନର ରାସ୍ତାକାମ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ […]

nh236

Rakesh Mallick
  • Published: Monday, 12 September 2016
  • , Updated: 12 September 2016, 02:41 PM IST

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ ବୁର୍ଜା ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥରେ ନିର୍ମାଣାଧୀନ ପୋଲର ଆପ୍ରୋଚ୍ ରୋଡ୍ ଧୋଇଯିବା ଫଳରେ କୋରାପୁଟ ଓ ରାୟଗଡ଼ା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଫଳରେ ରାଜପଥର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ଅଟକି ରହିଛି।

ଗୁପ୍ତେଶ୍ୱର ଓ କୋରାପୁଟ ଜଗନ୍ନାଥ ମନ୍ଦିର ଦର୍ଶନ ପାଇଁ ଯାଉଥିବା ଶହଶହ ତୀର୍ଥଯାତ୍ରୀ  ଫସି ରହିଛନ୍ତି।  ନିମ୍ନମାନର ରାସ୍ତାକାମ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। କେତେକ ସ୍ଥାନରେ  ରାସ୍ତାକାମ ଅଧାପାନ୍ତରିଆ ଭାବେ ସାରି ଦିଆଯାଇଛି। ତେଣୁ ରାସ୍ତାରେ  ବାରମ୍ବାର ଦୁର୍ଘଟଣା ହେବା ସହ ଗାଡ଼ି ଚଳାଚଳ ସମ୍ଭବ ହୋଇପାରୁନାହିଁ ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି।

Related story