ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ପଶ୍ଚିମ ଓଡ଼ିଶାରେ ୧୨ ଘଣ୍ଟିଆ ବନ୍ଦ

ଭୁବନେଶ୍ୱର: ଜୋର୍ ଧରୁଛି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି। ବୁଧବାର ଏହି ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ପ୍ରସ୍ତାବିତ କୋଶଳାଞ୍ଚଳର ୧୦ରୁ ଅଧିକ ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଇଛି। ଫଳରେ ଆଜି ସକାଳୁ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବଲାଙ୍ଗୀରରେ ଆଜି ସକାଳୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିବାବେଳେ ସ୍କୁଲ କଲେଜ, ଦୋକାନ ବଜାର ସବୁ ବନ୍ଦ ରହିଛି। ସେହିପରି […]

kosala band

kosala band

Rakesh Mallick
  • Published: Wednesday, 26 August 2015
  • Updated: 26 August 2015, 06:54 AM IST

Sports

Latest News

kosalband

ଭୁବନେଶ୍ୱର: ଜୋର୍ ଧରୁଛି ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି। ବୁଧବାର ଏହି ଦାବି ନେଇ ୧୨ ଘଣ୍ଟିଆ ବନ୍ଦ ପାଳନ କରୁଛି କୋଶଳ ରାଜ୍ୟ ସମନ୍ୱୟ ସମିତି। ପ୍ରସ୍ତାବିତ କୋଶଳାଞ୍ଚଳର ୧୦ରୁ ଅଧିକ ଜିଲ୍ଲାରେ ଏହି ବନ୍ଦ ପାଳନ କରାଯାଇଛି। ଫଳରେ ଆଜି ସକାଳୁ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବଲାଙ୍ଗୀରରେ ଆଜି ସକାଳୁ ଯାନବାହନ ଚଳାଚଳ ପ୍ରଭାବିତ ହୋଇଥିବାବେଳେ ସ୍କୁଲ କଲେଜ, ଦୋକାନ ବଜାର ସବୁ ବନ୍ଦ ରହିଛି। ସେହିପରି କିଛି ସରକାରୀ ଓ ଘରୋଇ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି। ସମ୍ୱଲପୁରରେ ମଧ୍ୟ ଦେଖିବାକୁ ମିଳିଛି ବନ୍ଦ ପାଳନର ପ୍ରଭାବ। ଏଠାରେ ଆଜି ସକାଳୁ ଆନ୍ଦୋଳନକାରୀ ମାନେ ବିଭିନ୍ନ ଛକରେ ପିକେଟିଂ କରିବା ସହ ଯାନବାହନ ଚଳାଚଳକୁ ବନ୍ଦ ରଖିଥିଲେ। ବନ୍ଦ ପାଳନ ଯୋଗୁ ଝାରସୁଗୁଡ଼ାରୁ ବାହାରକୁ ବସ୍ ଚଳାଚଳ ବନ୍ଦ ରହିଛି। ସରବାହାଲ, ବେହେରାମାଲ, ବାଇପାସ ଛକ, ବଡ଼ମାଲ୍, ବସଷ୍ଟାଣ୍ଡ ଛକ ଓ ରେଲୱେ ଷ୍ଟେସନ ଛକରେ ଆନ୍ଦୋଳନକାରୀ ମାନେ ପିକେଟିଂ କରି ରାସ୍ତା ଅବରୋଧ କରିଛନ୍ତି। ରାଜ୍ୟ ସଭାପତି ବୁନ୍ଦେ ଧୁରୁଆ, ସମ୍ପାଦକ ସୁରେନ୍ଦ୍ର ସାହୁ ସହ ବହୁ କର୍ମକର୍ତ୍ତା ଆନ୍ଦୋଳନରେ ଯୋଗଦେଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ପଶ୍ଚିମ ଓଡ଼ିଶା ବନ୍ଦ ଡାକରାର ଆଂଶିକ ପ୍ରଭାବ ପଡ଼ିଛି। ସୁନ୍ଦରଗଡ଼ ସହରର ଦୋକାନ ବଜାର, ଶିକ୍ଷାନୁଷ୍ଠାନ, ସରକାରୀ ଓ ବେସରକାରୀ ଅଫିସ୍ ଆଦି ବନ୍ଦ ରହିଛି। ବସ୍, ଟ୍ରକ୍ ଓ ଡମ୍ପର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହେବା ସହ କୋଇଲା ପରିବହନ ଠପ୍ ହୋଇଯାଇଛି। କେତେକ ସରକାରୀ ଅଫିସ୍ ଖୋଲାଥିବାରୁ କୋଶଳ କ୍ରାନ୍ତି ଦଳର କର୍ମକର୍ତ୍ତାମାନେ ପିକେଟିଂ କରି ସେଗୁଡ଼ିକୁ ବନ୍ଦ କରିଦେଇଥିଲେ। ରାଉରକେଲାରେ ବନ୍ଦର ଆଂଶିକ ପ୍ରଭାବ ଦେଖିବା ପାଇଁ ମିଳିଛି। ସୁନ୍ଦରଗଡ଼ ସହରରେ ବନ୍ଦର ପ୍ରଭାବ ଦେଖିବା ପାଇଁ ମିଳିଥିବାବେଳେ ରାଉରକେଲା, ବଣେଇ, ରାଜଗାଙ୍ଗପୁର, ବିରମିତ୍ରପୁର ଆଦି ସ୍ଥାନରେ ଜନଜୀବନ ସ୍ୱାଭାବିକ ରହିଛି। ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ବିକ୍ଷୋଭକାରୀ ମାନେ ବିଶ୍ରା ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ସୁବର୍ଣ୍ଣପୁର ରେ ମଧ୍ୟ ବନ୍ଦ ର ପ୍ରଭାବ ଦେଖିବା ପାଇଁ ମିଳିଛି। ଜିଲ୍ଲା ସଦର, ବିରମହାରାଜପୁର, ତରଭା, ବିନିକା, ରାମପୁର, ଉଲୁଣ୍ଡା ଓ ଡୁଙ୍ଗୁରୁପାଲି ଆଦି ଅଞ୍ଚଳରେ ସରକାରୀ ଓ ବେସରକାରୀ ଅଫିସ୍ ଓ ଅନୁଷ୍ଠାନ ଗୁଡ଼ିକ ବନ୍ଦ ରହିବା ସହ ଯାନବାହାନ ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story