ଲଗାଣ ବର୍ଷା ଯୋଗୁ ମାଲକାନଗିରି-ବାଲିମେଳା ରାସ୍ତାର ଯୋଗାଯୋଗ ବିଚ୍ଛିନ୍ନ,ଜନଜୀବନ ପ୍ରଭାବିତ

ମାଲକାନଗିରି: ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇପଡିଛି। ଗତକାଲିର ଲଗାଣ ବର୍ଷାରେ ସଦର ମହକୁମାର ବୁଟିଗୁଡାରେ ପାଣି ପଶି ଯିବାରୁ ୨୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ରାତି ୨ଟା ସମୟରେ ହଠାତ୍ ଘରେ ପାଣି ପଶିଯିବାରୁ ପରିବାରର ସମସ୍ତେ ଘର ଛାଡି ସୁରକ୍ଷିତ ସ୍ଥାନକୁ ପଳାଇଥିଲେ। ଘରେ ଥିବା ସମସ୍ତ ଆସବାପତ୍ର ନଷ୍ଟ ହୋଇଯାଇଛି।  ପାଣି ବଢି ଥିବାରୁ ମାଲକାନଗିରି-ବାଲିମେଳା ଯୋଗା ଯୋଗ ବିଚ୍ଛିନ୍ନ ହୋଇଯାଇଛି। ମୁଖ୍ୟ ରାସ୍ତାର ଏମଭି-୧୧ ପୋଲରେ […]

malakanagiri

Rakesh Mallick
  • Published: Saturday, 19 September 2015
  • , Updated: 19 September 2015, 07:04 AM IST

ମାଲକାନଗିରି: ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲ୍ଲାର ସ୍ଥିତି ବେହାଲ ହୋଇପଡିଛି। ଗତକାଲିର ଲଗାଣ ବର୍ଷାରେ ସଦର ମହକୁମାର ବୁଟିଗୁଡାରେ ପାଣି ପଶି ଯିବାରୁ ୨୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି। ରାତି ୨ଟା ସମୟରେ ହଠାତ୍ ଘରେ ପାଣି ପଶିଯିବାରୁ ପରିବାରର ସମସ୍ତେ ଘର ଛାଡି ସୁରକ୍ଷିତ ସ୍ଥାନକୁ ପଳାଇଥିଲେ। ଘରେ ଥିବା ସମସ୍ତ ଆସବାପତ୍ର ନଷ୍ଟ ହୋଇଯାଇଛି।  ପାଣି ବଢି ଥିବାରୁ ମାଲକାନଗିରି-ବାଲିମେଳା ଯୋଗା ଯୋଗ ବିଚ୍ଛିନ୍ନ ହୋଇଯାଇଛି। ମୁଖ୍ୟ ରାସ୍ତାର ଏମଭି-୧୧ ପୋଲରେ ବର୍ଷାଜଳ ପ୍ରବାହିତ ହେବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ଅନେକ ଚାଷ ଜମିରେ ମଧ୍ୟ ପାଣି ପଶିଯିବାରୁ ଫସଲ  ନଷ୍ଟ  ହୋଇଯିବାର ଆଶଙ୍କା ରହିଛି।

Related story