ଭୁଲରେ ବି ମହିଳାଙ୍କ ସହ କରନ୍ତୁ ନାହିଁ ଏପରି ବ୍ୟବହାର: ନହେଲେ ଜେଲ୍‌ରେ ସଢ଼ିବେ

ଆଜିକାଲି ପ୍ରାୟ ସବୁଦିନ ଯୌନ ନିର୍ଯାତନାର ମାମଲା ସାମ୍ନାକୁ ଆସୁଛି। ଦେଶର ୭୦ ପ୍ରତିଶତ ମହିଳା ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ଏଭଳି ଅପରାଧ ବିରୁଦ୍ଧରେ ଅନେକ କଠୋର ଦଣ୍ଡ ମଧ୍ୟ ଅଛି। କିନ୍ତୁ ଆମ ସମାଜର ଲୋକମନେ ଏ ସମ୍ପର୍କରେ ଅବଗତ ନାହାଁନ୍ତି। ଆପଣ ଜାଣନ୍ତି କି ସାର୍ବଜନିକ କ୍ଷେତ୍ରରେ ମହିଳାଙ୍କୁ ଦେଖି ଖରାପ ଗୀତ ଗାଇବା ମଧ୍ୟ ଏକ ଦଣ୍ଡନୀୟ ଅପରାଧ ବୋଲି?  ଏଥିପାଇଁ ଆଇପିସି ଧାରା ୨୯୪ ଅନୁଯାୟୀ ୩ମାସ ଜେଲ ଦଣ୍ଡ […]

harassment

Rakesh Mallick
  • Published: Sunday, 04 February 2018
  • , Updated: 05 February 2018, 07:22 AM IST

ଆଜିକାଲି ପ୍ରାୟ ସବୁଦିନ ଯୌନ ନିର୍ଯାତନାର ମାମଲା ସାମ୍ନାକୁ ଆସୁଛି। ଦେଶର ୭୦ ପ୍ରତିଶତ ମହିଳା ଯୌନ ନିର୍ଯାତନାର ଶିକାର ହେଉଛନ୍ତି। ଏଭଳି ଅପରାଧ ବିରୁଦ୍ଧରେ ଅନେକ କଠୋର ଦଣ୍ଡ ମଧ୍ୟ ଅଛି। କିନ୍ତୁ ଆମ ସମାଜର ଲୋକମନେ ଏ ସମ୍ପର୍କରେ ଅବଗତ ନାହାଁନ୍ତି। ଆପଣ ଜାଣନ୍ତି କି ସାର୍ବଜନିକ କ୍ଷେତ୍ରରେ ମହିଳାଙ୍କୁ ଦେଖି ଖରାପ ଗୀତ ଗାଇବା ମଧ୍ୟ ଏକ ଦଣ୍ଡନୀୟ ଅପରାଧ ବୋଲି?  ଏଥିପାଇଁ ଆଇପିସି ଧାରା ୨୯୪ ଅନୁଯାୟୀ ୩ମାସ ଜେଲ ଦଣ୍ଡ ଭୋଗିବାର ନିୟମ ରହିଛି। ଆଜି ଆମେ ଏଭଳି କିଛି ଆଇନ୍ ବିଷୟରେ ଆପଣଙ୍କୁ ଅବଗତ କରାଇବୁ।

୧- ଇଚ୍ଛା ବିରୁଦ୍ଧରେ କାହାକୁ ସେକ୍ସୁଆଲ ଫେବର ଡିମାଣ୍ଡ କରିବା ଅପରାଧ। ଏପରି କଲେ ଆଇପିସି ଧାରା ୩୫୪ ଅନୁଯାୟୀ ୧ରୁ ୩ ମାସ ଯାଏଁ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ।

୨- କୌଣସି ମହିଳା ମନା କରିବା ସତ୍ତ୍ୱେ ତାଙ୍କ ସହ ଜୋର ଜବରଦସ୍ତି କରିବା ଦ୍ୱାରା ଆଇପିସି ଧାରା ୫୦୩ ଅନୁଯାୟୀ ୨ ବର୍ଷ ଜେଲ ହୋଇପାରେ।

୩- ମହିଳାଙ୍କ ବିନା ଅନୁମତିରେ ତାଙ୍କ ବ୍ୟକ୍ତିଗତ ଫଟୋ ଉଠାଇବା ଓ ତାକୁ ସେୟାର କରିବା ମଧ୍ୟ ଦଣ୍ଡନୀୟ ଅପରାଧ।  ଏଥିପାଇଁ ଆଇପିସି ଧାରା ୩୫୪(C) ଅନୁଯାୟୀ ୧ରୁ ୩ ବର୍ଷ ଯାଏଁ ଜେଲ୍ ହୋଇପାରେ। ଜରିମାନା ମଧ୍ୟ ଲାଗିପାରେ।

୪- କୌଣସି ମହିଳାଙ୍କୁ ପ୍ରମୋଶନ୍ କିମ୍ବା ଦରମା ବୃଦ୍ଧି ନାଁରେ ସେକ୍ସୁଆଲ ଫେବର ଡିମାଣ୍ଡ କଲେ ସେକ୍ସୁଆଲ୍ ହାରାସମେଣ୍ଟ ଅଫ୍ ଓମେନ୍ ଆଟ୍ ୱାର୍କ୍‌ପ୍ଲେସ୍, ୨୦୧୩ ଅନୁଯାୟୀ ଦଣ୍ଡନୀୟ ଅପରାଧ।

୫- କୌଣସି ମହିଳା ଯଦି ଯୌନ ନିର୍ଯାତନାର ଅଭିଯୋଗ କରୁଛନ୍ତି, ତେବେ ସେକ୍ସୁଆଲ୍ ହାରାସମେଣ୍ଟ ଅଫ୍ ଓମେନ୍ ଆଟ୍ ୱାର୍କ୍‌ପ୍ଲେସ୍, ୨୦୧୩ ଅନୁଯାୟୀ,  ଅଭିଯୋଗ କରିବାର ୯୦ ଦିନ ଭିତରେ ଆକ୍ସନ୍ ନେବା ଜରୁରୀ।

Related story