B, P, R, S ଓ L ଅକ୍ଷରରୁ ଆରମ୍ଭ ହେଉଥିବା ଝିଅଙ୍କ ସ୍ୱଭାବ ଏମିତି ହୋଇଥାଏ

ସବୁ ଝିଅଙ୍କ ସ୍ୱଭାବ ସମାନ ନୁହେଁ। କିଏ କଥା କଥାରେ ରାଗି ଯାଏ ତ ଆଉ କିଏ କଥା ଶୁଣିବା ପୂର୍ବରୁ। ବେଳେ ବେଳେ କିଛି କାରଣ ନ ଥାଇ ସାମ୍ନାରେ ଥିବା ବ୍ୟକ୍ତିଙ୍କ ଉପରେ ରାଗ ଶୁଝାଇଥାନ୍ତି। ଆଉ କେହି କେହି ଯିଏ ଯାହା କହିଲେ ବି ଆଦୌ ରାଗନ୍ତି ନାହିଁ। ଝିଅମାନଙ୍କ ଏପରି ସ୍ୱଭାବ କୁଆଡ଼େ ସେମାନଙ୍କ ନାଁରେ ଲୁଚି ରହିଛି। ଏହା ଆମେ କହୁନୁ। ଜ୍ୟୋତିଷ ଶାସ୍ତ୍ର କହୁଛି। ଭାରତରେ ସାଧାରଣତଃ ପିଲା […]

lll

lll

Rakesh Mallick
  • Published: Sunday, 01 July 2018
  • Updated: 01 July 2018, 07:59 AM IST

Sports

Latest News

ସବୁ ଝିଅଙ୍କ ସ୍ୱଭାବ ସମାନ ନୁହେଁ। କିଏ କଥା କଥାରେ ରାଗି ଯାଏ ତ ଆଉ କିଏ କଥା ଶୁଣିବା ପୂର୍ବରୁ। ବେଳେ ବେଳେ କିଛି କାରଣ ନ ଥାଇ ସାମ୍ନାରେ ଥିବା ବ୍ୟକ୍ତିଙ୍କ ଉପରେ ରାଗ ଶୁଝାଇଥାନ୍ତି। ଆଉ କେହି କେହି ଯିଏ ଯାହା କହିଲେ ବି ଆଦୌ ରାଗନ୍ତି ନାହିଁ। ଝିଅମାନଙ୍କ ଏପରି ସ୍ୱଭାବ କୁଆଡ଼େ ସେମାନଙ୍କ ନାଁରେ ଲୁଚି ରହିଛି। ଏହା ଆମେ କହୁନୁ। ଜ୍ୟୋତିଷ ଶାସ୍ତ୍ର କହୁଛି।

ଭାରତରେ ସାଧାରଣତଃ ପିଲା ଜନ୍ମ ପରେ ଗଣନା କରି ନାଁ ସ୍ଥିର କରାଯାଏ। ସେହି ଅନୁସାରେ ଝିଅ ବା ପୁଅର ନାମ କରଣ କରାଯାଏ। ରାଶି ଅନୁସାରେ ନାଁ ଦିଆଯାଇଥାଏ। ଏହି ନାଁରୁ ଜଣାପଡ଼ିଥାଏ ବ୍ୟକ୍ତିଙ୍କ ଚରିତ୍ର। ଯଦି ଆପଣଙ୍କ ପ୍ରେମିକାଙ୍କ ନାଁର ପ୍ରଥମ ଅକ୍ଷର B, P, R, S ଓ L ରୁ ଆରମ୍ଭ ହୋଇଥାଏ, ତା’ହେଲେ ଜାଣନ୍ତୁ ସେମାନଙ୍କ ସ୍ୱଭାବ କେମିତି ହୋଇଥିବ।

B: ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅ ସଫା ହୃଦୟର ହୋଇ ଥାଆନ୍ତି। କୌଣସି ଭୁଲ କଥାକୁ ସହିପାରନ୍ତି ନାହିଁ। ଜୋରଦାର ପ୍ରତିବାଦ କରନ୍ତି। ଶୀଘ୍ର ରାଗି ଯାଆନ୍ତି।  ରାଗକୁ କାବୁ କରିପାରନ୍ତି ନାହିଁ। ସମ୍ମୁଖରେ ଥିବା ବ୍ୟକ୍ତିକୁ ମନଇଚ୍ଛା ଗାଳି ଦିଅନ୍ତି।

P: ଏହି ଅକ୍ଷରରେ ଆରମ୍ଭ ହେଉଥିବା ଝିଅମାନେ ବହୁ କଥା କୁହନ୍ତି। କୌଣସି ପରିସ୍ଥିତିରେ ଚୁପ୍‌ ରହିପାରନ୍ତି ନାହିଁ। କିନ୍ତୁ ବେଳେ ବେଳେ ଚୁପ୍‌ ରହି ନିଜ ଦୁନିଆରେ ହଜି ଯାଆନ୍ତି। କାହା କଥାରେ ମୁଣ୍ଡ ପୂରାନ୍ତି ନାହିଁ। ଏହି ରାଶିର ଝିଅମାନେ ରାଗି ଅନ୍ୟକୁ ଗାଳିଦେବା ପରିବର୍ତ୍ତେ ନିଜ ଉପରେ ରାଗ ଶୁଝାନ୍ତି। ଏପରିକି ରାଗରେ ନିଜର ମଧ୍ୟ କ୍ଷତି ଘଟାଇ ଥାଆନ୍ତି।

R: ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅମାନେ ଦେଖିବାକୁ ବହୁ ସୁନ୍ଦର। ଏମାନେ ବୁଦ୍ଧିଆ। କଥା କହି ଯେକୌଣସି ବ୍ୟକ୍ତିଙ୍କୁ କାବୁ କରିପାରନ୍ତି। ଏମାନଙ୍କ ଦୁର୍ବଳତା ହେଉଛି ରାଗ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏମାନେ ରାଗ ଓ ପ୍ରେମକୁ କେମିତି କାବୁ କରିପାରିବେ, ସେହି କଳା ଜାଣିଛନ୍ତି।

S: ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅଙ୍କ ଚରିତ୍ର ବହୁତ ଭଲ। ଏମାନେ କାହାକୁ ଧୋକା ଦିଅନ୍ତି ନାହିଁ। କିନ୍ତୁ ସବୁବେଳେ ସନ୍ଦେହ କରନ୍ତି। ରାଗ ସବୁବେଳେ ନାକ ଅଗରେ ଥାଏ। ସେଥିପାଇଁ ଟିକେ ଟିକେ କଥାରେ ରାଗି ଯାଆନ୍ତି।

L: ଏହି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅମାନେ ଏମିତି କିଛି କାମ କରନ୍ତି ନାହିଁ, ଯାହାର ପ୍ରଭାବ ସେମାନଙ୍କ ଚରିତ୍ର ଉପରେ ପଡ଼ିବ। ଏମାନେ ବି ସାମାନ୍ୟ କଥାରେ ରାଗି ଯାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos