ରାବଣ ବଧ ପରେ ପତ୍ନୀ ମନ୍ଦୋଦରୀଙ୍କ ସହ କ’ଣ ଘଟିଥିଲା: ଜାଣନ୍ତୁ ରାମାୟଣର ରହସ୍ୟ

ରାମାୟଣରେ ସତୀ ସୀତାଙ୍କୁ ଅପହରଣ କରିବାର ପରିଣାମ ମହାପ୍ରତାପୀ ରାବଣଙ୍କୁ ପ୍ରଭୁ ରାମଙ୍କ ହାତରେ ନିହତ ହେବାକୁ ପଡ଼ିଥିଲା। କେବଳ ରାବଣ ନୁହନ୍ତି ତାଙ୍କ ପୁତ୍ରମାନେ ମଧ୍ୟ ଏଥିରେ ବଳିପଡ଼ିଥିଲେ। ତେବେ ରାବଣଙ୍କ ମୃତ୍ୟୁ ପରେ ପତ୍ନୀ ମନ୍ଦୋଦରୀଙ୍କ ସହ କ’ଣ ଘଟିଥିଲା। କ’ଣ ହୋଇଥିଲା ମନ୍ଦୋଦରୀଙ୍କ ଭାଗ୍ୟ। ତେବେ ଏ ସମ୍ପର୍କରେ ଅନେକ କିମ୍ବଦନ୍ତୀ ରହିଛି। ଅନେକ ମତ ଏବଂ ପୌରାଣିକ ତଥ୍ୟ ବି ରହିଛି। କୁହାଯାଏ ରାବଣଙ୍କ ମୃତ୍ୟୁ ପରେ ମନ୍ଦୋଦରୀଙ୍କ ଅଧ୍ୟାୟରେ ବି […]

mandodari

Rakesh Mallick
  • Published: Monday, 30 October 2017
  • , Updated: 30 October 2017, 04:59 PM IST

ରାମାୟଣରେ ସତୀ ସୀତାଙ୍କୁ ଅପହରଣ କରିବାର ପରିଣାମ ମହାପ୍ରତାପୀ ରାବଣଙ୍କୁ ପ୍ରଭୁ ରାମଙ୍କ ହାତରେ ନିହତ ହେବାକୁ ପଡ଼ିଥିଲା। କେବଳ ରାବଣ ନୁହନ୍ତି ତାଙ୍କ ପୁତ୍ରମାନେ ମଧ୍ୟ ଏଥିରେ ବଳିପଡ଼ିଥିଲେ। ତେବେ ରାବଣଙ୍କ ମୃତ୍ୟୁ ପରେ ପତ୍ନୀ ମନ୍ଦୋଦରୀଙ୍କ ସହ କ’ଣ ଘଟିଥିଲା। କ’ଣ ହୋଇଥିଲା ମନ୍ଦୋଦରୀଙ୍କ ଭାଗ୍ୟ। ତେବେ ଏ ସମ୍ପର୍କରେ ଅନେକ କିମ୍ବଦନ୍ତୀ ରହିଛି। ଅନେକ ମତ ଏବଂ ପୌରାଣିକ ତଥ୍ୟ ବି ରହିଛି। କୁହାଯାଏ ରାବଣଙ୍କ ମୃତ୍ୟୁ ପରେ ମନ୍ଦୋଦରୀଙ୍କ ଅଧ୍ୟାୟରେ ବି ପୂଣ୍ଣଚ୍ଛେଦ ପଡ଼ିଯାଇଥିଲା।

ତେବେ କେତେକ ପୌରାଣିକ ତଥ୍ୟ ଅନୁଯାୟୀ ରାବଣଙ୍କ ନିହତ ଖବର ପାଇ ତାଙ୍କ ପତ୍ନୀ ମନ୍ଦୋଦରୀ ଯୁଦ୍ଧ କ୍ଷେତ୍ରରେ ପହଞ୍ଚିଥିଲେ । ଘଟଣାସ୍ଥଳରେ ଯାଇ ପହଞ୍ଚିଲା ବେଳକୁ ସ୍ୱାମୀ ରାବଣ ଏବଂ ପୁତ୍ରଙ୍କ ଶବ ଯୁଦ୍ଧକ୍ଷେତ୍ରରେ ପଡ଼ି ରହିଥିଲା। ଏହି ଦୁଃଖରେ ମ୍ରିୟମାଣ ହୋଇ ମନ୍ଦୋଦରୀ ଶୋକରେ ବୁଡ଼ିଗଲେ। ମନ୍ଦୋଦରୀଙ୍କ କାନ୍ଦବୋବାଳି ଓ ଚିତ୍କାର ଦେଖି ପ୍ରଭୁ ରାମ କହିଥିଲେ ତୁମେ ଏବେ ବି ଲଙ୍କାର ରାଣୀ। ରାବଣଙ୍କ ବିଧବା ପତ୍ନୀ ଭାବେ ତୁମକୁ ଲଙ୍କାର ରାଣୀ ଭାବେ ଅଧିକାର ଦିଆଗଲା। ଏହା ପରେ ମନ୍ଦୋଦରୀ ଲଙ୍କା ଫେରି ଆସିଥିଲେ। ସେହିପରି ଅନ୍ୟ ଏକ କିମ୍ବଦନ୍ତୀ ଅନୁଯାୟୀ ସ୍ୱାମୀ ଏବଂ ପୁତ୍ରଙ୍କୁ ହରାଇବା ଦୁଃଖରେ ମନ୍ଦୋଦରୀ ନିଜକୁ  ବନ୍ଦ ମହଲ ଭିତରେ ରୁଦ୍ଧ କରିଦେଇଥିଲେ। ବାହାର ଦୁନିଆ ସହିତ ସବୁ ସମ୍ପର୍କ ଛିନ୍ନ କରିଦେଇଥିଲେ ସେ ।

ଏହି ସମୟରେ ଲଙ୍କାର ରାଜଭାର ବିଭୀଷଣ ସମ୍ଭାଳିଥିଲେ। ସେହିପରି ଆଉ କେତେକଙ୍କ କହିବା ଅନୁଯାୟୀ ବନ୍ଦ ମହଲରୁ ଦୀର୍ଘ ବର୍ଷ ପରେ ବାହାରି ବିଭୀଷଣକୁ ବିବାହ କରିଥିଲେ ମନ୍ଦୋଦରୀ । ଆଉ ବିବାହ ପରେ ଉଭୟ ବିଭୀଷଣ ଏବଂ ପତ୍ନୀ ମନ୍ଦୋଦରୀ ଲଙ୍କାର ରାଜକାର୍ଯ୍ୟ ସମ୍ଭାଳିଥିଲେ। କୁହାଯାଏ  ମନ୍ଦୋଦରୀ ପୂର୍ବଜନ୍ମରେ ଅପସରା ଥିଲେ।

Related story