କିମ୍‌ଙ୍କ ବିକୃତ ଲାଇଫ ଷ୍ଟାଇଲ: ଟିନ୍‌ ଏଜ୍ ଝିଅଙ୍କୁ ସେକ୍ସ କରନ୍ତି, ଭୁଲ୍‌ରେ ଗର୍ଭବତୀ ହେଲେ ହତ୍ୟା କରନ୍ତି

  ନୂଆଦିଲ୍ଲୀ: ବିଶ୍ୱର  ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର  ଆମେରିକାକୁ ପରମାଣୁ ଭଳି ଭୟଙ୍କର ଅସ୍ତ୍ର ଧମକ ଦେଇ ଚର୍ଚ୍ଚାରେ ରହିଥିବା ରାଷ୍ଟ୍ର ହେଉଛି ଉତ୍ତରକୋରିଆ। ଆଉ ଏହି ଦେଶର ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ ନିର୍ଦ୍ଦୟ ଏବଂ କ୍ରୁର ଶାସକ ଭାବେ ଖୁବ୍‌ ପରିଚିତ। ବାରମ୍ବାର ଯୁଦ୍ଧ ଧମକ ଦେଉଥିବା କିମଙ୍କ ଉଗ୍ର ଆଚରଣ ତାଙ୍କୁ ଆକ୍ରତ୍ମାକ ଶାସକଭାବେ ପରିଚୟ ଦେଇଛି। କିମ୍‌ଙ୍କ ଜୀବନଶୈଳୀଭି ସେମିତି ରୋଚକ ଆଉ ରୋମାଞ୍ଚକର। ତେବେ ଆସନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନୀ […]

p-22

Rakesh Mallick
  • Published: Tuesday, 17 October 2017
  • , Updated: 18 October 2017, 08:21 AM IST

 

ନୂଆଦିଲ୍ଲୀ: ବିଶ୍ୱର  ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର  ଆମେରିକାକୁ ପରମାଣୁ ଭଳି ଭୟଙ୍କର ଅସ୍ତ୍ର ଧମକ ଦେଇ ଚର୍ଚ୍ଚାରେ ରହିଥିବା ରାଷ୍ଟ୍ର ହେଉଛି ଉତ୍ତରକୋରିଆ। ଆଉ ଏହି ଦେଶର ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ ନିର୍ଦ୍ଦୟ ଏବଂ କ୍ରୁର ଶାସକ ଭାବେ ଖୁବ୍‌ ପରିଚିତ। ବାରମ୍ବାର ଯୁଦ୍ଧ ଧମକ ଦେଉଥିବା କିମଙ୍କ ଉଗ୍ର ଆଚରଣ ତାଙ୍କୁ ଆକ୍ରତ୍ମାକ ଶାସକଭାବେ ପରିଚୟ ଦେଇଛି। କିମ୍‌ଙ୍କ ଜୀବନଶୈଳୀଭି ସେମିତି ରୋଚକ ଆଉ ରୋମାଞ୍ଚକର। ତେବେ ଆସନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନୀ ବିଷୟରେ କିଛି ତଥ୍ୟ ଜାଣିବା।

୧- କିମଙ୍କ ଜନ୍ମ ୧୯୮୪ ମସିହା ଜାନୁଆରୀ ୮ ତାରିଖରେ ହୋଇଥିଲା।

୨-ବିଶ୍ୱର ଶାସକଙ୍କ ମଧ୍ୟରେ ସବୁଠୁ କମ୍‌ ବୟସର ହେଉଛନ୍ତି କିମ। ତାଙ୍କୁ ଏବେ ୩୩ ବର୍ଷ ।

୩- ଉତ୍ତର କୋରିଆର ପୂର୍ବର୍ବତନ ଶାସକ ତଥା ଦିବଙ୍ଗତ Kim Jong-ilଙ୍କ ଦ୍ୱିତୀୟ ପତ୍ନୀଙ୍କ ସନ୍ତାନ ହେଉଚନ୍ତି। କିମ୍‌।

୪-କିମ ଜଙ୍ଗଙ୍କ ଆଦ୍ୟ ଜୀବନୀ  ବିଷୟରେ ସଠିକ୍ ତଥ୍ୟ ମିଳି ନ ଥିଲେ ବି ସୁଇଜରଲାଣ୍ଡରେ ସେ ପାଠପଢିଥିବା କୁହାଯାଉଛି।

୫-କିମ ଉତ୍ତରକୋରିଆର ଏକ ଛତ୍ରବାଦୀ ଶାସକଭାବେ ପରିଚିତ

୬-ଶାସନ ବ୍ୟବସ୍ଥାରେ ରାଷ୍ଟ୍ରପତି କିମ୍‌ ସେଠାରେ କଠୋର ଆଇନ ପ୍ରଣୟନ କରିଛନ୍ତି। ଏହି ଦେଶରେ ଯିଏ ଆଇନ ଉଲ୍ଲଂଘନ କରିବ ତାଙ୍କ ତିନିପିଢିଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ। ଅର୍ଥାତ ସମ୍ପୃକ୍ତ ପରିବାରର ବାପା ମା’, ଜେଜେ, ଜେଜେମା’ଙ୍କୁ ଜେଲରେ ରହିବାକୁ ପଡ଼ିବ।

୭-୨୦୧୪ରୁ ଆମେରିକା ପକ୍ଷରୁ କରାଯାଇଥିବା ଏକ ସର୍ଭେ ଅନୁଯାୟୀ ଲୋକଙ୍କ ମୌଳିକ ଅଧିକାର ଉଲ୍ଲଂଘନର କ୍ଷଣ୍ଣ ହେଉଥିବା ନମ୍ବର ୱାନ ଦେଶ ହେଉଛି ଉତ୍ତରକୋରିଆ।

୮-ଏଠି ଚୁଟି କାଟିବା ଉପରେ ମଧ୍ୟ ସ୍ୱତନ୍ତ୍ର ନିୟମ ରହିଛି। ସମସ୍ତେ ଏଠି ନିର୍ଦ୍ଦିଷ୍ଟ ଏକ ଶୈଳୀରେ ଚୁଟି ରଖିବା ପାଇଁ ବାଧ୍ୟ।

୯-କିମ୍‌ ଜଙ୍ଗ ବିବାହିତ। ତାଙ୍କର ୩ଟି ସନ୍ତାନସନ୍ତତି  ଅଛନ୍ତି।

୧୦-୨୦୧୨ରେ ନିଜ ଦାଦାକୁ ଫାଶି ଦଣ୍ଡାଦେଶ ଦେଇଥିଲେ କିମ୍‌

୧୧-କିମ୍‌ ଜଙ୍ଗ ଜଣେ  ଯୌନପୀପାଶୁ ପ୍ରକୃତିର ମଣିଷ।

୧୨- ବିଶେଷ କରି ଟିନ୍‌ ଏଜ୍‌ର ଝିଅଙ୍କୁ ନିଜର ଦାଶି କରି ରଖିବା ସହ ସେମାନଙ୍କୁ ଯୌନ୍ ଶୋଷଣ କରି ମଜା ନିଅନ୍ତି ସେ। ଖାଲି ସେତିକି ନୁହଁ। ଯୁବତୀମାନଙ୍କ ସହ ରାତି କଟାଇବା କିମ୍‌ଙ୍କ ସୌକ୍‌। ଆଉ ଯିଏ ଗର୍ଭବତୀ ହେଉଥିଲା ତାଙ୍କୁ ହତ୍ୟା କରାଯାଉ ଥିଲା କିମ୍ବା କିମ୍‌ଙ୍କ ସମ୍ମୁଖକୁ ଅଣାଯାଉ ନ ଥିଲା।

୧୩-ନିଜ ଶାସନକାଳରେ ସେ ୨୫ ନିୟୁତ ଲୋକଙ୍କୁ ଜେଲ ଦଣ୍ଡ ଦେଇଥିବା ସ୍ଥାନୀୟ ଏକ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ପର୍ଣ୍ଣଗ୍ରାଫକ୍ ଭିଡିଓ ତିଆରି ଅଭିଯୋଗରେ  ସର୍ବସାଧାରଣରେ ୧୧ ଜଣଙ୍କୁ ଫାଶୀ ଦେଇଛନ୍ତି।

୧୪-ଚଢେଇ ଅଣ୍ଡାର ସୋପକୁ ପିଇବାରେ ସେ ଖୁବ୍‌ ଆନନ୍ଦ ପାଆନ୍ତି।

Related story