ହୁସିଆର୍‌ ! ଆଜି ବଜ୍ରପାତ ହୋଇପାରେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଜ୍ରପାତ ନେଇ ସୂଚନା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ସନ୍ଧ୍ୟା ୬.୧୫ ପର୍ଯ୍ୟନ୍ତ ବଜ୍ରପାତ ହେବାର ଆଶଙ୍କା କରି ଏହି ସତର୍କତା ଜାରି କରାଯାଇଛି। ଏହି ସମୟରେ ଘରେ ରହିବାକୁ ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଅନୁଗୋଳ, ଢ଼େଙ୍କାନାଳ, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ରାୟଗଡ଼ା,ଜଗପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ବାସୀଙ୍କୁ ପରାମର୍ଶ ଦିଆଯାଇଛି। ଘରୁ ନ  ବାହାରିବାକୁ ପରାମର୍ଶ […]

lightening

Rakesh Mallick
  • Published: Tuesday, 26 September 2017
  • , Updated: 26 September 2017, 11:01 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବଜ୍ରପାତ ନେଇ ସୂଚନା ଜାରି କଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ଆଜି ସନ୍ଧ୍ୟା ୬.୧୫ ପର୍ଯ୍ୟନ୍ତ ବଜ୍ରପାତ ହେବାର ଆଶଙ୍କା କରି ଏହି ସତର୍କତା ଜାରି କରାଯାଇଛି। ଏହି ସମୟରେ ଘରେ ରହିବାକୁ ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, ଅନୁଗୋଳ, ଢ଼େଙ୍କାନାଳ, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼, କଳାହାଣ୍ଡି, କୋରାପୁଟ, ମାଲକାନଗିରି, ରାୟଗଡ଼ା,ଜଗପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ବାସୀଙ୍କୁ ପରାମର୍ଶ ଦିଆଯାଇଛି। ଘରୁ ନ  ବାହାରିବାକୁ ପରାମର୍ଶ ଦିଆଯାଇଛି।

ଚଳିତ ବର୍ଷ ବଜ୍ରପାତରେ ସାରା ଦେଶରେ ଓଡ଼ିଶାରେ ସର୍ବାଧିକ ମୃତ୍ୟୁ ହୋଇଛି। ଦେଶରେ ବର୍ଷକୁ ୨୦୦୦ ଜଣଙ୍କ ମୃତ୍ୟୁ ବରଣ ହେଉଥିବା ବେଳେ ଓଡ଼ିଶାରେ ବର୍ଷକୁ ୪୦୦ ଜଣଙ୍କ ଜୀବନ ଯାଉଛି। ଏ ବର୍ଷ ରାଜ୍ୟରେ ବଜ୍ରପାତ ନେଲାଣି ୨୫୮ ଜଣଙ୍କ ଜୀବନ। ଏହାଛଡ଼ା ଅନେକ ଆହତ ହେବା ସହିତ ବ୍ୟାପକ ସମ୍ପତ୍ତି ନଷ୍ଟ ହୋଇଛି। ସ୍ଥିତି ଜଟିଳ ହେଉଥିବା ଦେଖି ରାଜ୍ୟ ସରକାର ବଜ୍ରପାତର କାରଣ ଖୋଜିବା ପାଇଁ ଏକ ଏକ୍ସପର୍ଟ କମିଟି ଗଠନ କରିଥିଲେ। ଏହି କମିଟିରେ ଓସ୍‌ଡମା ଓ ଏସ୍‌ଆସିର ବିଶେଷଜ୍ଞ ରହିବେ। ସେମାନେ ବଜ୍ରପାତରେ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟର ତର୍ଜମା କରିବେ। ଏଥିସହ ବଜ୍ରପାତରୁ ରକ୍ଷା ପାଇଁ ସଚେତନତା ସୃଷ୍ଟି କରାଯିବ।

ଅଧିକ ପଢ଼ନ୍ତୁ: ବଜ୍ରପାତ ହେବ କି ନା ଆଗୁଆ ମିଳିବ ସୂଚନା: ମୋବାଇଲରେ ଆସିବ ମେସେଜ

Related story