ଗୋଟିଏ ଶେଜରେ ସିଂହ ସହ ଖେଳୁଛି ଏହି ଝିଅ, ଦେଖନ୍ତୁ କିଛି ଦୃଶ୍ୟ

ଜଙ୍ଗର ରାଜା ସିଂହ। ସାଧାରଣତଃ ସିଂହକୁ  ଚିଡିଆଘରେ ଅବା ପିଞ୍ଜରା ଭିତରେ ଦେଖିଥିବେ। ସିଂହ ପାଖକୁ ଯିବା କଥା ଶୁଣିବା ମାତ୍ରେ ମନରେ ଭୟ ଆସିଯାଏ। ଯଦି ଆମେ ଆପଣଙ୍କୁ କହିବୁ ଏପରି ଜଣେ ଝିଅ ସିଂହ ସହ ଖେଳିବା ସହ ପାଖରେ ଶୋଉଛି। ତେବେ  ଆପଣ ଏହି କଥାକୁ ସହଜରେ ବିଶ୍ୱାସ କରିବେ ନାହିଁ। ଆଜ୍ଞା ହଁ ପ୍ରେମ କିଛି ବି କରିପାରେ। ହଲିଉଡ ଅଭିନେତ୍ରୀ ମେଲାନୀ ଛୋଟ ବେଳୁ ଫିଲ୍ମରେ କାମ କରିବା ଆରମ୍ଭ […]

melanie-griffith-lion-03-7-1504598177-253282-khaskhabar copy

Rakesh Mallick
  • Published: Thursday, 15 March 2018
  • , Updated: 15 March 2018, 01:09 PM IST

ଜଙ୍ଗର ରାଜା ସିଂହ। ସାଧାରଣତଃ ସିଂହକୁ  ଚିଡିଆଘରେ ଅବା ପିଞ୍ଜରା ଭିତରେ ଦେଖିଥିବେ। ସିଂହ ପାଖକୁ ଯିବା କଥା ଶୁଣିବା ମାତ୍ରେ ମନରେ ଭୟ ଆସିଯାଏ। ଯଦି ଆମେ ଆପଣଙ୍କୁ କହିବୁ ଏପରି ଜଣେ ଝିଅ ସିଂହ ସହ ଖେଳିବା ସହ ପାଖରେ ଶୋଉଛି। ତେବେ  ଆପଣ ଏହି କଥାକୁ ସହଜରେ ବିଶ୍ୱାସ କରିବେ ନାହିଁ। ଆଜ୍ଞା ହଁ ପ୍ରେମ କିଛି ବି କରିପାରେ।

ହଲିଉଡ ଅଭିନେତ୍ରୀ ମେଲାନୀ ଛୋଟ ବେଳୁ ଫିଲ୍ମରେ କାମ କରିବା ଆରମ୍ଭ କରିଥିଲେ। ସେ ହେଉଛନ୍ତି ହଲିଉଡ ଅଭିନେତା ଟିପି ହାଇଦରଙ୍କ ଝିଅ। ଖାସ୍‌ କଥା ହେଉଛି ମେଲାନିଙ୍କ ଘରେ ନୀଳ ନାମକ ଏକ ଆଫ୍ରିକୀୟ ବବ୍ବର ସିଂହ ପୋଷା ଭାବେ ଅଛି। ମେଲାନୀଙ୍କ ପରିବାର ନୀଳକୁ ଆଫ୍ରିକାରୁ ଆଣିଥିଲେ।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ମେଲାନୀ ଓ ନୀଳ ଗୋଟିଏ ବିଛଣାରେ ଶୁଅନ୍ତି। କେବଳ ଏତିକି ନୁହେଁ ଦୁହେଁ  ପାଖରେ ଏକାଠି ମୁଣ୍ଡ ରଖି ଖେଳିବା ସହ ବାଇକ୍‌ରେ ବୁଲିଥାନ୍ତି।

Related story