ମୋତେ ହତ୍ୟା ଓ ପୁଅକୁ ଅପହରଣ ଧମକ ଦିଆଯାଇଛି: ଲୋପାମୁଦ୍ରା

ଭୁବନେଶ୍ୱର: ଶ୍ୱଶୁର ତଥା ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ଓ ସ୍ୱାମୀ ସବ୍ୟସାଚୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ଲୋପାମୁଦ୍ରା ମିଶ୍ର ଆଜି ଅଭିଯୋଗ କରିଛନ୍ତି ଯେ ଗତକାଲି ରାତିରେ ତାଙ୍କୁ ହତ୍ୟା ଧମକ ଦିଆଯିବା ସହିତ ତାଙ୍କ ପୁଅକୁ ଅପହରଣ କରି ନେବା ପାଇଁ ଧମକ ଦିଆଯାଇଛି। ଏ ନେଇ ସେ ବଡ଼ଗଡ଼ ଥାନାରେ ସାନି ଅଭିଯୋଗ କରିଛନ୍ତି। ଲୋପାମୁଦ୍ରା କହିଛନ୍ତି,“ପାଞ୍ଚରୁ ଛଅ ଜଣ ବ୍ୟକ୍ତି ଆମ ଘର ଭିତରକୁ ପଶି ଆସି ମୋତେ ଟଣାଓଟରା କରିବା […]

lopamudra

Rakesh Mallick
  • Published: Wednesday, 15 June 2016
  • , Updated: 15 June 2016, 03:25 PM IST

ଭୁବନେଶ୍ୱର: ଶ୍ୱଶୁର ତଥା ଶିଳ୍ପପତି ତ୍ରୈଲୋକ୍ୟ ମିଶ୍ର ଓ ସ୍ୱାମୀ ସବ୍ୟସାଚୀଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିବା ଲୋପାମୁଦ୍ରା ମିଶ୍ର ଆଜି ଅଭିଯୋଗ କରିଛନ୍ତି ଯେ ଗତକାଲି ରାତିରେ ତାଙ୍କୁ ହତ୍ୟା ଧମକ ଦିଆଯିବା ସହିତ ତାଙ୍କ ପୁଅକୁ ଅପହରଣ କରି ନେବା ପାଇଁ ଧମକ ଦିଆଯାଇଛି।

ଏ ନେଇ ସେ ବଡ଼ଗଡ଼ ଥାନାରେ ସାନି ଅଭିଯୋଗ କରିଛନ୍ତି।

ଲୋପାମୁଦ୍ରା କହିଛନ୍ତି,“ପାଞ୍ଚରୁ ଛଅ ଜଣ ବ୍ୟକ୍ତି ଆମ ଘର ଭିତରକୁ ପଶି ଆସି ମୋତେ ଟଣାଓଟରା କରିବା ସହିତ ଛୁରୀ ଦେଖାଇ ହତ୍ୟା ଧମକ ଦେଇଥିଲେ। ମୋ ପୁଅକୁ ଅପହରଣ କରି ନେବା ପାଇଁ ଧମକ ଦେଇଥିଲେ। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଥିଲେ।”

ଲୋପାମୁଦ୍ରାଙ୍କ ଭାଇ କହିଛନ୍ତି,“ଏହି ବ୍ୟକ୍ତିମାନେ ତାଙ୍କ ଟଙ୍କପାଣି ସ୍ଥିତ ଘରକୁ ଆସି ଲୋପାମୁଦ୍ରାଙ୍କୁ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ତ୍ରୈଲୋକ୍ୟ ମିଶ୍ର ଓ ତାଙ୍କ ପୁଅ ନାଁରେ ଅଭିଯୋଗ ଆଣିଲେ ତାଙ୍କୁ ମାରି ଦେବା ସହିତ ତାଙ୍କ ପୁଅକୁ ଅପହରଣ କରି ନେବାକୁ ଧମକ ଦେଇଥିଲେ।”

ଅନ୍ୟପକ୍ଷରେ ଲୋପାମୁଦ୍ରା ନିର୍ଯାତନା ପ୍ରସଙ୍ଗ ନେଇ ଗଣମାଧ୍ୟମରେ ମୁହଁ ଖୋଲିବା ପରେ ତ୍ରୈଲୋକ୍ୟ ମିଶ୍ର ଓ ତାଙ୍କ ପୁଅ ସବ୍ୟସାଚୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି।

ଲୋପାମୁଦ୍ରା ତାଙ୍କ ସ୍ୱାମୀଙ୍କ ବିରୋଧରେ ‘ୱାଇଫ୍ ସ୍ୱାପିଂ’ ଅଭିଯୋଗ ଆଣିଥିବା ବେଳେ ଶ୍ୱଶୁର ତ୍ରୈଲୋକ୍ୟ ମିଶ୍ର ଓ ଶାଶୂଙ୍କ ବିରୁଦ୍ଧରେ ଯୌତୁକ, ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏ ନେଇ ସେ ଥାନାରେ ମାମଲା ମଧ୍ୟ ଦାଏର କରିଛନ୍ତି। ତେବେ ମାମଲା ରୁଜୁ ହେବାର ଏକ ମାସ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯିବାରୁ ଶେଷରେ ବାଧ୍ୟହୋଇ ସେ ଗତକାଲି ଗଣମାଧ୍ୟମ ଆଗରେ ମୁହଁ ଖୋଲିଥିଲେ।

Related story