ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହିନ୍ଦୁ ଧର୍ମରେ ଅଗ୍ରପୂଜ୍ୟ ଭଗବାନ ଗଜାନନ ଗଣେଶଙ୍କ କାହାଣୀ ତ ଆପଣ ନିଶ୍ଚିତ ଶୁଣିଥିବେ। ମାତା ପାର୍ବତୀଙ୍କ ଶରୀରର ଧୂଳିରୁ କିପରି ଭଗବାନ ଗଣେଶଙ୍କର ଜନ୍ମ ହେଲା ଓ ଏହାପରେ ମହାଦେବଙ୍କ ସହ ତାଙ୍କର କିପରି ଯୁଦ୍ଧ ହେଲା, ସେ ନେଇ ପ୍ରାୟ ସମସ୍ତ କଥା ଆପଣମାନେ ଜାଣିଥିବେ। ହେଲେ ଏହି ପ୍ରସଙ୍ଗରେ ମନରେ ସ୍ୱତଃ ପ୍ରଶ୍ନଟିଏ ଆସିଥାଏ । ଯଦି ମହାଦେବଙ୍କ ତ୍ରିଶୂଳ ପ୍ରହାରରେ ଗଣେଶଙ୍କ ମାନବାକୃତି ମସ୍ତକ ଛିଣ୍ଡିଗଲା ଓ ପରେ ଏହି ସ୍ଥାନରେ ହାତୀର ମସ୍ତକ ଯୋଡ଼ି ଦିଆଗଲା, ତା’ହେଲେ ଉକ୍ତ ମାନବ ମସ୍ତକଟି ଗଲା କୁଆଡ଼େ ?
ଏ ନେଇ ସ୍କନ୍ଦ ପୁରାଣରେ ଏକ ବର୍ଣ୍ଣନା ରହିଥିବା କୁହାଯାଏ। ଉତ୍ତରାଖଣ୍ଡ ରାଜ୍ୟର ଏକ ପବିତ୍ର ଗୁମ୍ଫାରେ ଗଣେଶ ଭଗବାନଙ୍କ ଏହି ମାନବାକୃତି ମସ୍ତକଟି ଶିଳା ରୂପେ ପୂଜା ପାଉଛି ବୋଲି କେତେକ ଗବେଷକ ଦାବି କରନ୍ତି। ଏହି ରାଜ୍ୟର ପଥୌରିଗଡ଼ର ଗଙ୍ଗୋଲିହାଟଠାରୁ ୧୪ କିମି ଦୂରରେ ଥିବା ପାତାଳ ଭୁବନେଶ୍ୱର ଗୁମ୍ଫାରେ ଏହି ମସ୍ତକ ପୂଜା ପାଉଥିବା କୁହାଯାଉଛି। ଯାହାର ଦର୍ଶନ ମାତ୍ରେ ଭକ୍ତର ମନୋକାମନା ପୂର୍ଣ୍ଣ ହୁଏ ବୋଲି ଲୋକ ବିଶ୍ୱାସ କରନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Special
ଆମେରିକା ଝିଅ ହେଲେ ଓଡ଼ିଆ ବୋହୂ: ବଖାଣିଲେ କେମିତି ବଦଳିଲା ଜୀବନଶୈଳୀ
ଓଡ଼ିଆ ଯୁବକଙ୍କୁ ବବାହ କରି ବେଙ୍ଗାଲୁରୁରେ ରହୁଛନ୍ତି ଆମେରିକାର ହାନ୍ନା। କହିଲେ ସବୁ ବୋହୁ ମୋ ଭଳି ଭାଗ୍ୟବତୀ ନୁହନ୍ତି।
Special
ଭୋକର ଭୂଗୋଳ ଭିତରେ ଏମାନଙ୍କ ପାଇଁ ନୂଆବର୍ଷ ଅର୍ଥ କ’ଣ?
ବାପାଙ୍କ ଦେହାନ୍ତ ପରେ ବିକାଶଙ୍କ ପାଠ ପଢାରେ ଡୋରୀ ବାନ୍ଧିଲେ। ପେଟ ଚାଖଣ୍ଡକ ପାଇଁ ସେ ଅନୁଗୋଳରେ ଏକ ଧୂପ କମ୍ପାନୀରେ କାମ କରୁଥିଲେ। ସେଠାରେ କାମ କରୁଥିବା ବେଳେ ଅଞ୍ଜଳି ପାଲ୍ଙ୍କ ସଂସ୍ପର୍ଶରେ ଆସିଥିଲେ ବିକାଶ।
Special
ବୟସ କମ୍ କିନ୍ତୁ ବୁଦ୍ଧି ପ୍ରଖର; ସପ୍ତମ ଛାତ୍ର କହୁଛି ମୁଁ ଦଶମ ପରୀକ୍ଷା ଦେବି
କେବଳ ପାଠରେ ନୁହେଁ,ଉପସ୍ଥିତ ବୁଦ୍ଧି, ସାଧାରଣ ଜ୍ଞାନ, ଆଇକ୍ୟୁ ଏବଂ ଅନ୍ୟ ସମସ୍ତ ଏକାଡେମୀକ ଆକ୍ଟିଭିଟିରେ ବି ସେ ନିଜ ବୟସର ପିଲାମାନଙ୍କୁ ବେଶ ପଛରେ ଛାଡିଯାଇଛନ୍ତି। ଜଣେ ସପ୍ତମ ଶ୍ରେଣୀ ଛାତ୍ରଙ୍କ ବୁଦ୍ଧିମତା ଦେଖି ଦଶମ ଛାତ୍ର ବି ଛାନିଆ ।
Special
କାହାକୁ ଖୋଜୁଛି ବାଘୁଣୀ ‘ଜିନ୍ନତ’? କାହିଁକି ବୁଲୁଛି ୩ ରାଜ୍ୟରେ?
ଚର୍ଚ୍ଚା ହେଉଛି, ଶିମିଳିପାଳ କୋର ଏରିଆରେ ଶିକାର କରିବା ପରେ ସାଥୀ ଖୋଜିଥିଲା ‘ଜିନ୍ନତ’। ହେଲେ ମନ ପସନ୍ଦର ସାଥୀଟିଏ ପାଇନଥିଲା। ଯେଉଁଥିପାଇଁ ଅଭୟାରଣ୍ୟ ମଝିରେ କିଛି ଦିନ ଘୂରି ବୁଲିଥିଲା।
Special
ଗାଁରୁ ପଞ୍ଚାୟତ ୨୦ କିମି; ନର୍କ ଯନ୍ତ୍ରଣା ଭୋଗୁଛନ୍ତି ଲୋକେ
ପାଦେ ପାଦେ ଜୀବନ ପ୍ରତି ବିପଦ ଥିବା ସତ୍ତ୍ୱେ ଲୋକଙ୍କୁମାନେ ଯିବା ପାଇଁ ବାଧ୍ୟ ହେଉଛନ୍ତି। କାହିଁକି ନା ପେଟର ଭୋକ ସେମାନଙ୍କ ପାଦକୁ ଜଙ୍ଗଲୀ ରାସ୍ତାରେ ଆଗକୁ ଟାଣି ନେଉଛି।