କଳିଯୁଗରେ କେଉଁଠି ଜନ୍ମ ନେବେ କଳକୀ ?

ଯେତେବେଳେ ଧରାପୃଷ୍ଟରେ ପାପ ଓ ଅତ୍ୟାଚାର ବଢ଼ିଯାଏ, ଜୀବଜଗତ ତ୍ରାହିତ୍ରାହି ଡାକିଥାଏ ସେ ସମୟରେ ଭଗବାନ ବିଷ୍ଣୁ ଅବତାର ନେଇ ପାପର ନାଶ କରିଥାନ୍ତି। ପୁରାଣରେ ଏହା ବର୍ଣ୍ଣିତ ରହିଛି। ଭଗବାନ ବିଷ୍ଣୁଙ୍କ ୧୦ ଅବତାର ବିଷୟରେ ଆପଣ ତ ଜାଣିଛନ୍ତି। ଏହି ଦଶ ଅବତାର ମଧ୍ୟରେ କଳକୀ ଅବତାର ଅନ୍ୟତମ। ଏବେ କଳିଯୁଗ ଚାଲିଛି। ସାରା ଦୁନିଆରେ ପାପର ଭାର ବଢିବାରେ ଲାଗିଛି ଏହା ଆମେ ଅସ୍ୱୀକାର କରିବା ନାହିଁ। ଏହି ପାପର ଅନ୍ତ ଓ […]

kalki

Rakesh Mallick
  • Published: Sunday, 07 January 2018
  • , Updated: 07 January 2018, 10:28 AM IST

ଯେତେବେଳେ ଧରାପୃଷ୍ଟରେ ପାପ ଓ ଅତ୍ୟାଚାର ବଢ଼ିଯାଏ, ଜୀବଜଗତ ତ୍ରାହିତ୍ରାହି ଡାକିଥାଏ ସେ ସମୟରେ ଭଗବାନ ବିଷ୍ଣୁ ଅବତାର ନେଇ ପାପର ନାଶ କରିଥାନ୍ତି। ପୁରାଣରେ ଏହା ବର୍ଣ୍ଣିତ ରହିଛି। ଭଗବାନ ବିଷ୍ଣୁଙ୍କ ୧୦ ଅବତାର ବିଷୟରେ ଆପଣ ତ ଜାଣିଛନ୍ତି। ଏହି ଦଶ ଅବତାର ମଧ୍ୟରେ କଳକୀ ଅବତାର ଅନ୍ୟତମ। ଏବେ କଳିଯୁଗ ଚାଲିଛି। ସାରା ଦୁନିଆରେ ପାପର ଭାର ବଢିବାରେ ଲାଗିଛି ଏହା ଆମେ ଅସ୍ୱୀକାର କରିବା ନାହିଁ। ଏହି ପାପର ଅନ୍ତ ଓ ପାପିଙ୍କ ସଂହାର ପାଇଁ ଭଗବାନ ବିଷ୍ଣୁ କଳକୀ ଅବତର ନେବେ। ଏହା ଆମ ଶାସ୍ତ୍ର ଓ ପୁରାଣରେ ବର୍ଣ୍ଣିତ ଅଛି। ତେବେ ଜାଣିଛନ୍ତି କି ଭଗବାନ ବିଷ୍ଣୁ କେଉଁ ସ୍ଥାନରେ ଅବତାର ନେଇ ଜନ୍ମ ନେବେ ?

ପୁରାଣ ଅନୁସାରେ ଶ୍ରାବଣ ମାସ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଭଗବାନ କଳକୀ ଅବତାରରେ ଜନ୍ମ ଗ୍ରହଣ କରିବେ। ଏଥିପାଇଁ ଏହି ଦିନକୁ କଳକୀ ଜୟନ୍ତୀ ଭାବେ ପାଳନ କରାଯାଉଛି। କଳକୀ ଅବତାର କଳିଯୁଗ ଓ ସତ୍ୟଯୁଗର ସନ୍ଧିକାଳ ମଧ୍ୟରେ ହେବ। ଏହି ଅବତାର ୬୪ କଳାରେ ହେବ।

ପୁରାଣ ଅନୁସାରେ ଉତ୍ତରପ୍ରଦେଶର ମୁରାଦାବାଦ ଜିଲ୍ଲା ଶମ୍ଭଲ ଅଞ୍ଚଳରେ ବିଷ୍ଣୁୟଶା ନାମକ ଜଣେ ତପସ୍ୱୀ ବ୍ରାହ୍ମଣଙ୍କ ଘରେ ଭଗବାନ କଳକୀ ଜନ୍ମଗ୍ରହଣ କରିବେ।

କରିବେ ପାପିଙ୍କ ସଂହାର

କଳକୀ, ଦେବତତ୍ତ ନାମକ ଘୋଡାରେ ସବାର ହୋଇ ସଂସାରରୁ ପାପିଙ୍କ ସଂହାର କରି ଧର୍ମର ସ୍ଥାପନା କରିବେ ବୋଲି ପୁରାଣରେ ବର୍ଣ୍ଣନା କରାଯାଇଛି। ଭାରତରେ କଳକୀ ଅବତାରର ବହୁ ମନ୍ଦିର ରହିଛି। ଏଠାରେ ଭଗବାନ କଳକୀଙ୍କ ପୂଜା କରାଯାଇଥାଏ। ଏହା ଭଗବାନ ବିଷ୍ଣୁଙ୍କ ଏପରି ପ୍ରଥମ ଅବତାର ଯେଉଁଠି ଜନ୍ମ ହୋଇ ଲିଳା ଦେଖାଇବା ପୂର୍ବରୁ ପୂଜା ପାଉଛନ୍ତି।

ଜୟପୁରର ହାୱା ମହଲ ସମ୍ମୁଖରେ ଭଗବାନ କଳକୀଙ୍କ ପ୍ରସିଦ୍ଧ ମନ୍ଦିର ରହିଛି। ସବାଇ ଜୟସିଂହ ଦ୍ୱିତୀୟ ଏହାକୁ ନିର୍ମାଣ କରିଥିଲେ। ଏଠାରେ ଭଗବାନ କଳକୀଙ୍କ ସହ ତାଙ୍କ ଘୋଡ଼ାକୁ ମଧ୍ୟ ପୂଜା କରଯାଇଥାଏ।

Related story