ବିବାହ ପାଇଁ ଡୋନାଙ୍କୁ ଫିଲ୍ମ ଷ୍ଟାଇଲରେ ଉଠାଇ ନେଇଥିଲେ ଗାଙ୍ଗୁଲି, ପଢନ୍ତୁ ଭିତରି କଥା

ସୌରଭ ଗାଙ୍ଗୁଲି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହେଉଛନ୍ତି ଗାଙ୍ଗୁଲି । ସେ ଖେଳରେ ଯେମିତି ମାଷ୍ଟର ପ୍ରେମରେ ବି ସେମିତି ମାହିର ଥିଲେ। ଦାଦା ନାଁରେ ପରିଚିତ ଗାଙ୍ଗୁଲିଙ୍କ କ୍ରିକେଟ କ୍ୟାରିୟର ବି ଭାରି ରୋମାଞ୍ଚକର। ଆଉ ତା’ଠୁ ରୋଚକ ତାଙ୍କ ପ୍ରେମ କାହାଣୀ। ଆପଣ ସମସ୍ତେ ଜାଣିଥିବେ ଯେ ଗାଙ୍ଗୁଲି ଡୋନା ରଏଙ୍କୁ ବିବାହ କରିଛନ୍ତି। କିନ୍ତୁ ଆପଣ ଜାଣନ୍ତିକି ଗାଙ୍ଗୁଲି ତାଙ୍କ ପିଲା ଦିନର ବାନ୍ଧବୀ ଡୋନାଙ୍କୁ ତାଙ୍କ ଘରୁ  […]

ganguli

Rakesh Mallick
  • Published: Wednesday, 07 February 2018
  • , Updated: 07 February 2018, 05:36 PM IST

ସୌରଭ ଗାଙ୍ଗୁଲି । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ହେଉଛନ୍ତି ଗାଙ୍ଗୁଲି । ସେ ଖେଳରେ ଯେମିତି ମାଷ୍ଟର ପ୍ରେମରେ ବି ସେମିତି ମାହିର ଥିଲେ। ଦାଦା ନାଁରେ ପରିଚିତ ଗାଙ୍ଗୁଲିଙ୍କ କ୍ରିକେଟ କ୍ୟାରିୟର ବି ଭାରି ରୋମାଞ୍ଚକର। ଆଉ ତା’ଠୁ ରୋଚକ ତାଙ୍କ ପ୍ରେମ କାହାଣୀ। ଆପଣ ସମସ୍ତେ ଜାଣିଥିବେ ଯେ ଗାଙ୍ଗୁଲି ଡୋନା ରଏଙ୍କୁ ବିବାହ କରିଛନ୍ତି। କିନ୍ତୁ ଆପଣ ଜାଣନ୍ତିକି ଗାଙ୍ଗୁଲି ତାଙ୍କ ପିଲା ଦିନର ବାନ୍ଧବୀ ଡୋନାଙ୍କୁ ତାଙ୍କ ଘରୁ  ଉଠାଇନେଇଥିଲେ ବୋଲି?  ହଁ ନିଜ ପ୍ରେମକୁ ହାସଲ କରିବା ପାଇଁ  ଗାଙ୍ଗୁଲି ପ୍ରେମିକା ଡୋନାଙ୍କୁ ଉଠାଇନେଇ ବିବାହ କରିଥିଲେ। ଏହି ଘଟଣା ପରେ ଉଭୟଙ୍କ ପରିବାରରେ ଅନେକ ପରିବର୍ତ୍ତନ ଆସିଥିଲା।

ଡୋନା ଥିଲେ ଜଣେ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ। ଗାଙ୍ଗୁଲି ଓ ଡୋନା ଦୁଇଜଣ ପିଲାବେଳର ବନ୍ଧୁ ଥିଲେ । ସେମାନଙ୍କ ପରିବାର ମଧ୍ୟରେ ବି ଥିଲା ମଧୁର ସମ୍ପର୍କ। ସେଥିପାଇଁ ଦୁହେଁ ପରସ୍ପର ଘରକୁ ମଧ୍ୟ ଯିବା ଆସିବା କରୁଥିଲେ। ଧୀରେ ଧୀରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ହେବାକୁ ଲାଗିଲା। ଦୁହେଁ ଦୁହିଁକୁ ହୃଦୟ ଦେଇବସିଲେ। ହେଲେ ସେମାନଙ୍କ ସମ୍ପର୍କକୁ ନେଇ ଦୁଇ ପରିବାର ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା।

ଘଟଣାଟି ହେଉଛି ୧୯୯୭ ମସିହାର। ଇଂଲଣ୍ଡ ବିରୋଧରେ ସିରିଜ ଜିତିବା ପରେ ଗାଙ୍ଗୁଲି ଜାଣିବାକୁ ପାଇଥିଲେ ଯେ, ଉଭୟଙ୍କ ଘର ଲୋକେ ଏହି ବିବାହ ପାଇଁ ରାଜି ନୁହନ୍ତି। ଦୁଇ ପରିବାର ମଧ୍ୟରେ ଦୂରତା ବଢ଼ିବାକୁ ଲାଗିଲା। ଉଭୟ ପରିବାରଙ୍କ  ପକ୍ଷରୁ ସେମାନଙ୍କ ବିବାହ ପାଇଁ ରାଜି ହେଲେ ନାହିଁ। ତେଣୁ ସମ୍ପର୍କ ଭାଙ୍ଗିଯିବା ଭୟରେ ଗାଙ୍ଗୁଲି ଆସି ଡୋନାଙ୍କୁ  ଉଠାଇନେଇ ଯାଇଥିଲେ। ଆଉ ଲୁଚି ଲୁଚି ବିବାହ ହୋଇଥିଲେ। ପରେ ଦୁହିଁଙ୍କ ପରିବାର ମଧ୍ୟରେ ଥିବା ତିକ୍ତତା ସମାଧାନ ହୋଇଥିଲା। ଆଉ ପୁଣିଥରେ ଗାଙ୍ଗୁଲି ଓ ଡୋନାଙ୍କୁ ଘରେ ଆସି ଖୁସି ଆନନ୍ଦର ସହ ବିବାହ କରିଥିଲେ।

Related story