ପଦ୍ମ ଧରିବେ ଲୁଲୁଙ୍କ ପରିବାର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମ ଧରିପାରନ୍ତି ଦିବଂଗତ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ପରିବାର। ଲୁଲୁଙ୍କ ଭାଇ ଲଲିତେନ୍ଦୁ, ଝିଅ ଉପାସନା ଓ ତାଙ୍କ ସମର୍ଥକ କୁହାଯାଉଥିବା କିଛି ପୂର୍ବତନ ବିଧାୟକ ଆସନ୍ତା ସପ୍ତାହରେ ବିଜେପି ମିଶିବା ସମ୍ଭାବନା ରହିଛି। ବ୍ରହ୍ମଗିରିରେ ଅପେକ୍ଷାକୃତ ଦୁର୍ବଳ ଥିବା ବିଜେପି ଲୁଲୁଙ୍କ ପରିବାରକୁ ନେଇ ସେଠାରେ ସୁଦୃଢ଼ ହେବାକୁ ଯୋଜନା ଚଳାଇଛି। ଏହାସହ ରାଜ୍ୟର ସବୁ ଅଞ୍ଚଳରେ ଲୁଲୁଙ୍କ ସମର୍ଥକ ଥିବାରୁ ଏମାନଙ୍କ ଦଳରେ ମିଶ୍ରଣ ମିଶନ୍ ୧୨୦ […]

lulu-sena-join-in-bjp

Rakesh Mallick
  • Published: Wednesday, 04 October 2017
  • , Updated: 04 October 2017, 02:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଦ୍ମ ଧରିପାରନ୍ତି ଦିବଂଗତ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର (ଲୁଲୁ)ଙ୍କ ପରିବାର। ଲୁଲୁଙ୍କ ଭାଇ ଲଲିତେନ୍ଦୁ, ଝିଅ ଉପାସନା ଓ ତାଙ୍କ ସମର୍ଥକ କୁହାଯାଉଥିବା କିଛି ପୂର୍ବତନ ବିଧାୟକ ଆସନ୍ତା ସପ୍ତାହରେ ବିଜେପି ମିଶିବା ସମ୍ଭାବନା ରହିଛି। ବ୍ରହ୍ମଗିରିରେ ଅପେକ୍ଷାକୃତ ଦୁର୍ବଳ ଥିବା ବିଜେପି ଲୁଲୁଙ୍କ ପରିବାରକୁ ନେଇ ସେଠାରେ ସୁଦୃଢ଼ ହେବାକୁ ଯୋଜନା ଚଳାଇଛି। ଏହାସହ ରାଜ୍ୟର ସବୁ ଅଞ୍ଚଳରେ ଲୁଲୁଙ୍କ ସମର୍ଥକ ଥିବାରୁ ଏମାନଙ୍କ ଦଳରେ ମିଶ୍ରଣ ମିଶନ୍ ୧୨୦ ହାସଲରେ ସହାୟକ ହେବ ବୋଲି ବିଜେପିର ତୁଙ୍ଗ ନେତାମାନେ ଆଶା ବାନ୍ଧିଛନ୍ତି।

କିଛି ମାସ ତଳେ ବୀର ପାଇକ ଦାୟଦଙ୍କୁ ସମ୍ମାନିତ କରାଯାଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଥିଲେ। ଏହି ଅବସରରେ ଲୁଲୁଙ୍କ ଝିଅ ଉପସନାଙ୍କ ମୁଣ୍ଡରେ ହାତ ରଖିଥିଲେ ମୋଦି। କିଛି ମାସ ତଳର ଏହି ପୁରୁଣା ଚିତ୍ର ଏବେ ପୁଣି ତାଜା ହେବାକୁ ଯାଉଛି। କାରଣ ଦିଂବଗତ ନେତା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ଓ ଭାଇ ଲଲିତେନ୍ଦୁ ବିଧିବଧ ଭାବେ ବିଜେପି ସହ ସଂପର୍କ ଯୋଡ଼ିବାକୁ ପାଦ କାଢିଛନ୍ତି।

ପୂର୍ବରୁ ଲୁଲୁଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ନିବିଡ ସଂପର୍କ ଥିଲା। ଲୁଲୁଙ୍କ ଦେହାନ୍ତ ପରେ ପରିବାର ଲୋକଙ୍କ ପାଖକୁ ଆସିଥିଲେ ଧର୍ମେନ୍ଦ୍ର। ଏହି ଦୃଶ୍ୟର ପାଖାପାଖି ୧୧ ମାସ ପରେ ପଦ୍ମର ହାତ ଧରିବାକୁ ଯାଉଛନ୍ତି କଂଗ୍ରେସ ରାଜନୀତି ସହ ଦୀର୍ଘଦିନ ଧରି ରହିଥିବା ଲୁଲୁଙ୍କ ପରିବାର। ଆସନ୍ତା ୧୪ ତାରିଖରେ ଲୁଲୁଙ୍କ ଭାଇ ଲଲିତେନ୍ଦୁ ଓ ଝିଅ ଉପସନା ନିଜ ସମର୍ଥକଙ୍କ ସହ ବିଜେପିରେ ସାମିଲ ହେବେ।

ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ବ୍ରହ୍ମଗିରି ନୁହେଁ ସମଗ୍ର ରାଜ୍ୟର ବହୁ ନେତା ବିଜେପିରେ ଯୋଗଦେବେ। ପ୍ରମୁଖ ଭାବେ ଲୁଲୁଙ୍କ ସାନଭାଇ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର ଓ ତାଙ୍କ ସମର୍ଥକ ବିଜେପିରେ ମିଶିବେ।”

ବ୍ରହ୍ମଗିରି ରାଜନୀତିରେ ବିଜେପି ଅପେକ୍ଷାକୃତ ଦୁର୍ବଳ ଥିଲା। ଏଠାରେ ବିଜେଡିକୁ ଟକ୍କର ଦେବା ପାଇଁ ଲୁଲୁଙ୍କ ପରିବାକୁ ନିଜ ଆଡକୁ ନେବାକୁ ଯୋଜନା କରିଛି ବିଜେପି। ଗତ ନିର୍ବାଚନରେ ବ୍ରହ୍ମଗିରରୁ ସଂଜୟ ଦାସ ବର୍ମାଙ୍କଠାରୁ ଅଳ୍ପ ଭୋଟରେ ହାରିଥିଲେ ଲୁଲୁ। ଏବେ ଲଲିତେନ୍ଦୁଙ୍କୁ ମଇଦାନକୁ ଆଣି ସଂଜୟଙ୍କ ବିରୋଧରେ ଓହ୍ଲାଇପାରେ ବିଜେପି। ଲୁଲୁଙ୍କ ପରିବାର ବିଜେପିରେ ମିଶିବା ଖବରରେ ବେଶ ଉତ୍ସାହିତ ଅଛନ୍ତି ତାଙ୍କ ସମର୍ଥକ। ୧୪ ତାରିଖରେ କେବଳ ଲୁଲୁଙ୍କ ପରିବାର ନୁହେଁ, ତାଙ୍କ ନୀତି ଆଦର୍ଶକୁ ନେଇ ଗଢି ଉଠିଥିବା ଲୁଲୁ ସେନାର ଅଧିକାଂଶ ସଦସ୍ୟ ବି ବିଜେପିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ଲୁଲୁ ସେନା ସାଧାରଣ ସମ୍ପାଦକ ରାଜେନ୍ଦ୍ର ପଣ୍ଡା କହିଛନ୍ତି-“ଆସନ୍ତା ୧୪ ତାରିଖରେ ଲୁଲୁ ଭାଇଙ୍କ ଝିଅ ଓ ଭାଇ ବିଜେପିରେ ମିଶିବାକୁ ଯାଉଛନ୍ତି। ସେହିଦିନ ଲୁଲୁସେନାର ସଦସ୍ୟ ମଧ୍ୟ ବିଜେପିରେ ମିଶିବେ।”

Related story