ଏମିତି ହୋଟେଲ, ଯେଉଁଠି ମସାଜ୍‌ ଓ ସ୍ପାର ମଜା ଉଠାଇଥାନ୍ତି କୁକୁର

ଘରେ କୁକୁର ରଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଏମିତି କି କିଛି ଲୋକ ଘରକୁ ସୁରକ୍ଷା ଦେବା ପାଇଁ କୁକୁରକୁ ରଖିଥାନ୍ତି। କୁକୁର ପାଳିବା ଆଜିକାଲି ଏକ ଫ୍ୟାସନରେ ପରିଣତ ହୋଇଛି । କିଛି ଲୋକ ଘରର ଅନ୍ୟ ସଦସ୍ୟଙ୍କ ପରି ଏମାନଙ୍କୁ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି। ଆଉ ସେମାନଙ୍କ ପଛରେ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି। ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଏପରି ଏକ ହୋଟେଲ ଖୋଲାଯାଇଛି। ଏହି ହୋଟେଲରେ କୁକୁରମାନେ ମସାଜ୍ […]

Dog

Rakesh Mallick
  • Published: Tuesday, 12 December 2017
  • , Updated: 12 December 2017, 01:08 PM IST

ଘରେ କୁକୁର ରଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଏମିତି କି କିଛି ଲୋକ ଘରକୁ ସୁରକ୍ଷା ଦେବା ପାଇଁ କୁକୁରକୁ ରଖିଥାନ୍ତି। କୁକୁର ପାଳିବା ଆଜିକାଲି ଏକ ଫ୍ୟାସନରେ ପରିଣତ ହୋଇଛି । କିଛି ଲୋକ ଘରର ଅନ୍ୟ ସଦସ୍ୟଙ୍କ ପରି ଏମାନଙ୍କୁ ମଧ୍ୟ ଗୁରୁତ୍ୱ ଦେଇଥାନ୍ତି। ଆଉ ସେମାନଙ୍କ ପଛରେ ହଜାର ହଜାର ଟଙ୍କା ମଧ୍ୟ ଖର୍ଚ୍ଚ କରିଥାନ୍ତି। ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଏପରି ଏକ ହୋଟେଲ ଖୋଲାଯାଇଛି। ଏହି ହୋଟେଲରେ କୁକୁରମାନେ ମସାଜ୍ ଓ ସ୍ପାର ମଜା ଉଠାଇବା ସହ ବିୟର ମଧ୍ୟ ପିଇ ପାରିବେ।

 

ଏହି ହୋଟେଲ ନାଁ ହେଉଛି କ୍ରାଟିରିଟି। ଏଠାରେ କୁକୁରଙ୍କୁ ଗୋଟିଏ ରାତି ରହିବାକୁ ହେଲେ ମାଲିକଙ୍କୁ ପ୍ରାୟ ସାଢେ ଚାରି ହଜାର ଟଙ୍କା ଦେବାକୁ ପଡ଼ିଥାଏ । ଏଠାରେ କୁକୁରଙ୍କ ପାଇଁ ଆଡମ୍ୱର ପୂର୍ଣ୍ଣ ଭେଲବେଟ୍‌ କଭର୍ସ ବେଡ୍‌ ରହିଛି। ଏହାସହିତ ଟିଭି  ଓ ଗୋଟିଏ ସ୍ୱତନ୍ତ୍ର ବାଲକୁନି ମଧ୍ୟ ନିର୍ମାଣ କରାଯାଇଛି। ଛାତ ଉପରେ ଏକ ସୁଇମିଂ ପୁଲ୍‌ ରହିଛି। ଏହା ବ୍ୟତୀତ ଏଠାରେ କୁକୁରଙ୍କ ପାଇଁ  ଆୟୁର୍ବେଦିକ ତେଲରେ ମସାଜ୍‌ ଓ ସ୍ପାର ସୁବିଧା ମଧ୍ୟ ରହିଛି।

 

ଏହି ହୋଟେଲରେ ୨୪ ଘଣ୍ଟା ଚିକିତ୍ସା ସୁବିଧା ରହିଛି। ଏମିତିକି ଅପରେସନ୍‌ ଥ୍ରିଏଟର ମଧ୍ୟ ରହିଛି। ଖେଳିବାକୁ ବିଭିନ୍ନ ସାମଗ୍ରୀ ବି ରହିଛି।  ଡଗ୍‌ କେଫ୍‌ରେ ବିଭିନ୍ନ ସ୍ୱାଦିଷ୍ଠ ଖାଦ୍ୟ ମଧ୍ୟ ପରସା ଯାଉଛି। ଚିକେନ୍-ଭାତ, ମାଫିନ, ପ୍ୟାନକେକ୍‌ ଓ ଆଇସକ୍ରିମ୍‌ ପରି ଖାଦ୍ୟ କୁକୁରମାନଙ୍କୁ ଏଠାରେ ଦିଆଯାଉଛି। କେବଳ ସେତିକି ନୁହେଁ ଆଲ୍‌କହଲ୍‌ ସହିତ ବିୟରର ମଧ୍ୟ ସୁବିଧା ରହିଛି।

Related story