ମାଓବାଦୀଙ୍କ ୧୨ ଘଣ୍ଟିଆ ମାଲକାନଗିରି ବନ୍ଦ ଡାକରା, ଆତ୍ମସମର୍ପଣ କଲେ ଆଉ ୮୮ ମାଓ ସମର୍ଥକ

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ମାଓ ସଂଗଠନ ମାଲକାନଗିରି ଡିଭିଜନାଲ୍ କମିଟି। ମାସକ ଭିତରେ ୭ଶହ ମାଓ ସମର୍ଥକ ଆତ୍ମସମର୍ପଣ କରିବା ଘଟଣା ପ୍ରତିବାଦରେ ଏହି ବନ୍ଦ ଡାକରା ଦେଇଛି ଏହି ସଂଗଠନ। ମାଓ ସଂଗଠନ ପକ୍ଷରୁ ଦର୍ଶାଯାଇଛି ଯେ, ନିରୀହ ଗାଁର ଲୋକଙ୍କୁ ଜବରଦସ୍ତ ଉଠାଇ ନେଇ ପୋଲିସ ସେମାନଙ୍କୁ ମାଓ ସମର୍ଥକ ଦର୍ଶାଇ ଆତ୍ମସମର୍ପଣର ନାଟକ ରଚନା କରୁଛି। ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି ସେମାନଙ୍କ ମଧ୍ୟରେ କେହି ମାଓ ସମର୍ଥକ […]

malkangiri

Rakesh Mallick
  • Published: Friday, 25 September 2015
  • , Updated: 25 September 2015, 06:11 AM IST

[caption id="attachment_35262" align="alignleft" width="300"] ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଥିବା ୮୮ ମାଓ ସମର୍ଥକ[/caption]

ମାଲକାନଗିରି: ଆଜି ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ମାଓ ସଂଗଠନ ମାଲକାନଗିରି ଡିଭିଜନାଲ୍ କମିଟି। ମାସକ ଭିତରେ ୭ଶହ ମାଓ ସମର୍ଥକ ଆତ୍ମସମର୍ପଣ କରିବା ଘଟଣା ପ୍ରତିବାଦରେ ଏହି ବନ୍ଦ ଡାକରା ଦେଇଛି ଏହି ସଂଗଠନ। ମାଓ ସଂଗଠନ ପକ୍ଷରୁ ଦର୍ଶାଯାଇଛି ଯେ, ନିରୀହ ଗାଁର ଲୋକଙ୍କୁ ଜବରଦସ୍ତ ଉଠାଇ ନେଇ ପୋଲିସ ସେମାନଙ୍କୁ ମାଓ ସମର୍ଥକ ଦର୍ଶାଇ ଆତ୍ମସମର୍ପଣର ନାଟକ ରଚନା କରୁଛି। ଯେଉଁମାନେ ଆତ୍ମସମର୍ପଣ କରିଛନ୍ତି ସେମାନଙ୍କ ମଧ୍ୟରେ କେହି ମାଓ ସମର୍ଥକ ନାହାନ୍ତି। ତା’ସହ ଯେଉଁ ମାଓସମର୍ଥକ ମାନେ ପୂର୍ବରୁ ଆତ୍ମସମର୍ପଣ କରିଛନ୍ତି, ସେମାନଙ୍କୁ ମଧ୍ୟ ଏଯାଏଁ ଉପଯୁକ୍ତ ଥଇଥାନ କରାଯାଇ ପାରି ନଥିବା ମାଲକାନଗିରି ଡିଭିଜନ କମିଟି ସମ୍ପାଦକ ପୁନମ ଚାନ୍ଦ ଏକ ପ୍ରେସ୍ ରିଲିଜ ଜରିଆରେ ଦର୍ଶାଇଛନ୍ତି। ମାଓବାଦୀଙ୍କ ଏହି ବନ୍ଦ ପାଳନ ଯୋଗୁ ଆଜି ଜିଲ୍ଲାରେ ଜୀବନ ଯାତ୍ରା ସଂପୂର୍ଣ୍ଣ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନକୁ ଯାନବାହନ ଚଳାଚଳ ବନ୍ଦ ରହିଛି। ଦୋକାନ ବଜାର ବି ବନ୍ଦ ରହିଛି।

ଅନ୍ୟପକ୍ଷରେ ଆଜି ମାଓବାଦୀମାନଙ୍କୁ ପୁଣି ଏକ ଝଟକା ଦେଇ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି ୮୮ ମାଓ ସମର୍ଥକ। ସେମାନଙ୍କ ମଧ୍ୟରେ ରହିଛନ୍ତି ୧୦ ଜଣ ମାଓ ସହଯୋଗୀ। ଏମାନେ ସମସ୍ତେ କାଲିମେଳା ଥାନା ଅନ୍ତର୍ଗତ ବଦଲିଗୁଡ଼ା ଗାଁର ବୋଲି ଜଣାପଡ଼ିଛି।  ଗତ ୨୫ ଦିନରେ ୭୦୦ ମାଓ ସମର୍ଥକ ମାଲକାନଗିରି ଜିଲ୍ଲାରେ ଆତ୍ମସମର୍ପଣ କରିଛନ୍ତି।

ଗୋଟିଏ ପଟେ ମାଓ ସଂଗଠନ ଦୁର୍ବଳ ହୋଇ ଚାଲିଥିବା ବେଳେ ମାଓ ଦମନ ପାଇଁ ଦୁଇ ଦିନ ତଳେ ପୋଲିସ୍ ଡିଜିଙ୍କ ମାଲକାନଗିରି ଗସ୍ତ ସାଙ୍ଗକୁ ଦକ୍ଷିଣ-ପଶ୍ଚିମାଞ୍ଚଳ ଡିଆଜିଙ୍କ ମାଓଦମନ ସମୀକ୍ଷା ବୈଠକ ପୋଲିସର ମନୋବଳକୁ ଅଧିକ ଦୃଢ଼ କରିଛି।

Related story