ମା’ ଚର୍ଚ୍ଚିକାଙ୍କ କୁମାରୀ ବେଶ

କଟକ (ଓଡ଼ିଶା ରିପୋର୍ଟର): ଆଜି ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକା କୁମାରୀ ବେଶ ହୋଇଥିଲା। ମା’ଙ୍କର ଏହି ବେଶ ବର୍ଷରେ ଥରେ ହୋଇଥାଏ। ସେଥିପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପୀଠକୁ ଆସି ମା’ଙ୍କୁ ଦର୍ଶନ କରିଥିଲେ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭକ୍ତମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ମା’ଙ୍କୁ ଦର୍ଶନ କରି ନିଜର ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଥିଲେ। ମା’ଙ୍କ କୁମାରୀ ବେଶ ଦର୍ଶନ କଲେ କୁମାରୀ […]

Rakesh Mallick
  • Published: Friday, 06 October 2017
  • , Updated: 06 October 2017, 10:05 PM IST

କଟକ (ଓଡ଼ିଶା ରିପୋର୍ଟର): ଆଜି ବାଙ୍କୀର ଅଧିଷ୍ଠାତ୍ରୀ ଦେବୀ ମା’ ଚର୍ଚ୍ଚିକା କୁମାରୀ ବେଶ ହୋଇଥିଲା। ମା’ଙ୍କର ଏହି ବେଶ ବର୍ଷରେ ଥରେ ହୋଇଥାଏ। ସେଥିପାଇଁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ପୀଠକୁ ଆସି ମା’ଙ୍କୁ ଦର୍ଶନ କରିଥିଲେ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଭକ୍ତମାନେ ଶୃଙ୍ଖଳିତ ଭାବେ ଧାଡ଼ିରେ ଯାଇ ମା’ଙ୍କୁ ଦର୍ଶନ କରି ନିଜର ମନସ୍କାମନା ପୂରଣ ପାଇଁ ପ୍ରାର୍ଥନା କରିଥିଲେ। ମା’ଙ୍କ କୁମାରୀ ବେଶ ଦର୍ଶନ କଲେ କୁମାରୀ ଝିଅମାନଙ୍କର ମାନସିକ ପୂରଣ ହେଇଥାଏ ବୋଲି ବିଶ୍ୱାସ ରହିଛି।

ଜଣେ ଭକ୍ତ କହିଛନ୍ତି-“ମା’ ଚର୍ଚ୍ଚିକା କୁମାରୀ ବେଶ ବର୍ଷର ଥରେ ହୋଇଥାଏ। ମା’ଙ୍କର ଏହି ବେଶ ଦେଖି ଭାରି ଖୁସି ଲାଗିଲା। ଏହି ସମୟରେ ମା’ଙ୍କୁ ଗୁହାରି କଲେ ଦୁଃଖ ଦୂର ହୋଇଥାଏ। ମନସ୍କାମନା ମଧ୍ୟ ପୂରଣ ହୋଇଥାଏ।”

ରାଜଗୁରୁ ଭବାନୀ ଶଙ୍କର ମହାପାତ୍ର କହିଛନ୍ତି-“ଖିଚୁଡ଼ି, ଡାଲମା, ଖଟା, ସାଗ ଓ ସକାଳ ଧୂପ ନୀତି ସରିବା ପରେ ମା’ ଚର୍ଚ୍ଚିକାଙ୍କ କୁମାରୀ ବେଶ ହୋଇଥିଲା। ଏହି ସମୟରେ ମା’ଙ୍କୁ ଦର୍ଶନ କଲେ ଭକ୍ତଙ୍କ ମନସ୍କାମନା ପୂରଣ ହୋଇଥାଏ।”

Related story