ଆଜି ମା’ ଦୁର୍ଗାଙ୍କ ମହାନବମୀ ପୂଜା

<p>ଭୁବନେଶ୍ୱର: ଆଜି ମହିଷାମର୍ଦ୍ଦିନୀ ମାଆ ଦୁର୍ଗାଙ୍କ ମହାନବମୀ ପୂଜା। ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପଗୁଡ଼ିକରେ ମହା ଆଡ଼ମ୍ବରରେ ମାଙ୍କ ପୂଜାର୍ଚ୍ଚନା ଚାଲିଛି । ଜଗତଜନନୀଙ୍କ ଦର୍ଶନ ଲାଗି ସକାଳୁ ସକାଳୁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ଉପବାସ ରଖିଥିବା ଶ୍ରଦ୍ଧାଳୁମାନେ ପୂଜା ମଣ୍ଡପ ନିକଟରେ ପୁଷ୍ପ ଓ ନୈବେଦ୍ୟ ଧରି ପହଞ୍ଚିଛନ୍ତି। ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଦେଇ ଜଗତଜନନୀଙ୍କ ଆରାଧନା କରୁଛନ୍ତି। ଭୁବନେଶ୍ୱର ଓ କଟକରେ ବିଭିନ୍ନ ପୂଜାମଣ୍ଡପରେ ବଡ ବଡ ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସୁଛି। ପୂଜା ପାଇଁ ସବୁଠି କରାଯାଇଛି କଡା ସୁରକ୍ଷା ବ୍ୟବସ୍ଥା। ଏପଟେ ଆଜି ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ମାଙ୍କର ଦଶମୀ ପୂଜା ନୀତି ଅନୁଷ୍ଠିତ ହେଉଛି।</p>

Ordigital Desk
  • Published: Friday, 29 September 2017
  • Updated: 29 September 2017, 02:33 AM IST

Sports

Latest News

<p>ଭୁବନେଶ୍ୱର: ଆଜି ମହିଷାମର୍ଦ୍ଦିନୀ ମାଆ ଦୁର୍ଗାଙ୍କ ମହାନବମୀ ପୂଜା। ରାଜ୍ୟର ବିଭିନ୍ନ ସ୍ଥାନରେ ପୂଜା ମଣ୍ଡପଗୁଡ଼ିକରେ ମହା ଆଡ଼ମ୍ବରରେ ମାଙ୍କ ପୂଜାର୍ଚ୍ଚନା ଚାଲିଛି । ଜଗତଜନନୀଙ୍କ ଦର୍ଶନ ଲାଗି ସକାଳୁ ସକାଳୁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି। ଉପବାସ ରଖିଥିବା ଶ୍ରଦ୍ଧାଳୁମାନେ ପୂଜା ମଣ୍ଡପ ନିକଟରେ ପୁଷ୍ପ ଓ ନୈବେଦ୍ୟ ଧରି ପହଞ୍ଚିଛନ୍ତି। ଭକ୍ତମାନେ ଧୂପ, ଦୀପ, ନୈବେଦ୍ୟ ଦେଇ ଜଗତଜନନୀଙ୍କ ଆରାଧନା କରୁଛନ୍ତି। ଭୁବନେଶ୍ୱର ଓ କଟକରେ ବିଭିନ୍ନ ପୂଜାମଣ୍ଡପରେ ବଡ ବଡ ତୋରଣ ସାଙ୍ଗକୁ ଆଲୋକ ମାଳାରେ ଝଲସୁଛି। ପୂଜା ପାଇଁ ସବୁଠି କରାଯାଇଛି କଡା ସୁରକ୍ଷା ବ୍ୟବସ୍ଥା। ଏପଟେ ଆଜି ବିଭିନ୍ନ ଶକ୍ତିପୀଠଗୁଡ଼ିକରେ ମାଙ୍କର ଦଶମୀ ପୂଜା ନୀତି ଅନୁଷ୍ଠିତ ହେଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos