ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ୍‌ ଗଠନ କଲା କମିଟି

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ୍‌ ଗଠନ କଲା ନିର୍ବାଚନ କମିଟି। ଏହା ସହ ଦଳ ଗଠନ କରିଛି ରାଜ୍ୟ ଓ ବ୍ଲକସ୍ତରୀୟ ଇସ୍ତାହାର କମିଟି। ଆଜି ବସିଥିବା କଂଗ୍ରେସ୍‌ର ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। କଂଗ୍ରେସ୍ ପ୍ରଭାରୀ ବି.କେ ହରିପ୍ରସାଦଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଦଳର ବରିଷ୍ଠ ନେତାମାନେ ଯୋଗଦେଇ ଥିଲେ। ଏଥିରେ ଦଳର ବରିଷ୍ଠ ନେତାଙ୍କୁ ପଞ୍ଚାୟତ ନିର୍ବାଚନ ଦାୟିତ୍ୱ ପ୍ରଦାନ କରାଯାଇଛି। ସବୁ ଜିଲ୍ଲାରେ ଜଣେଜଣେ ବରିଷ୍ଠ ନେତାଙ୍କ ତତ୍ତ୍ୱବଧାନରେ […]

congress

Rakesh Mallick
  • Published: Thursday, 08 September 2016
  • , Updated: 08 September 2016, 10:19 PM IST

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସ୍‌ ଗଠନ କଲା ନିର୍ବାଚନ କମିଟି। ଏହା ସହ ଦଳ ଗଠନ କରିଛି ରାଜ୍ୟ ଓ ବ୍ଲକସ୍ତରୀୟ ଇସ୍ତାହାର କମିଟି। ଆଜି ବସିଥିବା କଂଗ୍ରେସ୍‌ର ସମନ୍ୱୟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

କଂଗ୍ରେସ୍ ପ୍ରଭାରୀ ବି.କେ ହରିପ୍ରସାଦଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଦଳର ବରିଷ୍ଠ ନେତାମାନେ ଯୋଗଦେଇ ଥିଲେ। ଏଥିରେ ଦଳର ବରିଷ୍ଠ ନେତାଙ୍କୁ ପଞ୍ଚାୟତ ନିର୍ବାଚନ ଦାୟିତ୍ୱ ପ୍ରଦାନ କରାଯାଇଛି। ସବୁ ଜିଲ୍ଲାରେ ଜଣେଜଣେ ବରିଷ୍ଠ ନେତାଙ୍କ ତତ୍ତ୍ୱବଧାନରେ ଦଳ ପଞ୍ଚାୟତ ନିର୍ବାଚନ ଲଢ଼ିବ। ବ୍ଲକ ଓ ପଞ୍ଚାୟତରେ ଦଳ ଗଠନ କରିବ ଟାକ୍ସଫୋର୍ସ କମିଟି। ଏହାଛଡ଼ା ସବୁ ବ୍ଲକରେ ପର୍ଯ୍ୟବେକ୍ଷକ ବି ନିଯୁକ୍ତି ହେବେ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ପ୍ରସାଦ ହରିଚନ୍ଦନ।

ତେବେ ଦୀର୍ଘ ୪ ଘଣ୍ଟାର ଏହି ମାରାଥନ୍‌ ବୈଠକରେ କିଛି ନେତା ୨୦୧୪ ସାଧାରଣ ନିର୍ବାଚନରେ ଦଳର ବିପର୍ଯ୍ୟୟ କଥା ଉଠାଇ ଏହାର ସମୀକ୍ଷା କରିବାକୁ କହିଥିଲେ।

ବିଧାୟକ ଦଳ ଓ ପିସିସି ଭିତରେ ଉତ୍ତମ ସମନ୍ୱୟ ରଖି ପଞ୍ଚାୟତ ନିର୍ବାଚନ ଲଢ଼ିବାକୁ ଗୁରୁତ୍ୱ ଦେଇଥିଲେ ପ୍ରଭାରୀ। ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଅଭିଯୋଗ ନେଇ ଦଳ ୧୯ ତାରିଖରେ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ଆଗରେ ଧାରଣା ଦିଆଯିବ। ସେହିପରି ମହାନଦୀ ପ୍ରସଙ୍ଗରେ ଅକ୍ଟୋବର ପ୍ରଥମ ସପ୍ତାହରେ ଦଳ ମହାନଦୀ ପ୍ରବାହିତ ଜିଲ୍ଲା ଗୁଡ଼ିକରେ ଚେତନା ଯାତ୍ରା କରିବ।

Related story