ମହାନଦୀ ବିବାଦ: ଛତିଶଗଡ଼ରେ ପ୍ରକଳ୍ପ ଅନୁଧ୍ୟାନ ପାଇଁ ଆଜି ଭୁବନେଶ୍ୱର ଛାଡ଼ିବ ବିଜେଡି ଟିମ୍

ଭୁବନେଶ୍ୱର: ଛତିଶଗଡ଼ରେ ମହାନଦୀ ଉପରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ କରିବା ପାଇଁ ଆଜି ଭୁବନେଶ୍ୱର ଛାଡ଼ିବ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ ବିଜେଡିର ୧୨ ଜଣିଆ କମିଟି। କମିଟି ଆଜି ଭୁବନେଶ୍ୱରରୁ ଯାଇ ଝାରସୁଗୁଡ଼ାରେ ରହିବ ଓ ଆସନ୍ତାକାଲି ସେଠାରୁ ଛତିଶଗଡ଼ ଅଭିମୁଖେ ଯିବ। ଆସନ୍ତାକାଲି ଏହି ଟିମ୍‌ ଅରପା-ଭାଁଇଓଝର୍ ପ୍ରକଳ୍ପର ଅନୁଧ୍ୟାନ କରିବ ଓ ତା’ପରେ ବିଳାସପୁରରେ ଛତିଶଗଡ଼ ସରକାରଙ୍କ ଜଳ ସଂପଦ ଅଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତା’ପର […]

prassana-acharya

Rakesh Mallick
  • Published: Monday, 08 August 2016
  • , Updated: 08 August 2016, 08:57 PM IST

ଭୁବନେଶ୍ୱର: ଛତିଶଗଡ଼ରେ ମହାନଦୀ ଉପରେ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକର ଅନୁଧ୍ୟାନ କରିବା ପାଇଁ ଆଜି ଭୁବନେଶ୍ୱର ଛାଡ଼ିବ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଗଠିତ ବିଜେଡିର ୧୨ ଜଣିଆ କମିଟି। କମିଟି ଆଜି ଭୁବନେଶ୍ୱରରୁ ଯାଇ ଝାରସୁଗୁଡ଼ାରେ ରହିବ ଓ ଆସନ୍ତାକାଲି ସେଠାରୁ ଛତିଶଗଡ଼ ଅଭିମୁଖେ ଯିବ। ଆସନ୍ତାକାଲି ଏହି ଟିମ୍‌ ଅରପା-ଭାଁଇଓଝର୍ ପ୍ରକଳ୍ପର ଅନୁଧ୍ୟାନ କରିବ ଓ ତା’ପରେ ବିଳାସପୁରରେ ଛତିଶଗଡ଼ ସରକାରଙ୍କ ଜଳ ସଂପଦ ଅଧିକାରୀମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତା’ପର ଦିନ ଅର୍ଥାତ ଅଗଷ୍ଟ ୧୦ ତାରିଖରେ ଏହି ଟିମ୍ ବିବାଦୀୟ କେଲୋ ପ୍ରକଳ୍ପ ସହିତ ମହାନଦୀ ଉପରେ ହୋଇଥିବା ୭ଟି ନିର୍ମାଣାଧୀନ ବ୍ୟାରେଜ୍‌ର ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି। ଏ ନେଇ ଛତିଶଗଡ଼ ସରକାରଙ୍କଠାରୁ ମୌଖିକ ଅନୁମତି ମିଳିଛି ବୋଲି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

ବିଜେଡି ଗଠନ କରିଥିବା ୧୨ ଜଣିଆ ଟିମ୍‌ରେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ମଙ୍ଗଳା କିଷାନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଭାପତି  କିଶୋର ମହାନ୍ତି, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ଯୁବ ବିଜେଡି ସଭାପତି ସଞ୍ଜୟ ଦାସବର୍ମା, ରେଢାଖୋଲ ବିଧାୟକ ରୋହିତ ପୂଜାରୀ, କୃଷକ ମୋର୍ଚ୍ଚାର ଆବାହକ ସୁଶାନ୍ତ ସିଂ, ବିଜେଡି ମୁଖପାତ୍ର ପ୍ରତାପ ଦେବ, ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସମ୍ୱଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ସଦସ୍ୟ ଅଛନ୍ତି। ଏହି କମିଟି ସ୍ଥିତି ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବ।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ଛତିଶଗଡ଼ ଗସ୍ତ କଲେ ବିଜୁ ଜନତା ଦଳ କମିଟି କାହାକୁ ରିପୋର୍ଟ ଦେବ? ଏ ରିପୋର୍ଟରେ କେତେ ସତ୍ୟତା ରହିବ? ବୈଷୟିକ କମିଟି ପ୍ରକଳ୍ପ ଅଞ୍ଚଳ ଅନୁଧ୍ୟାନ ଲାଗି ଯିବା କଥା। ବିଜେଡି ତା’ର ଟିମ୍‌ ପଠାଇ ଆଉ ଗୋଟିଏ ରାଜନୀତି ଆରମ୍ଭ କରିଛି।”

ବିଜେଡି ଟିମ୍‌ର ଛତିଶଗଡ଼ ଗସ୍ତକୁ ଛତିଶଗଡ଼ ଜନତା କଂଗ୍ରେସ ପକ୍ଷରୁ ବିରୋଧ କରାଯାଇଛି। ଛତିଶଗଡ଼ ସରକାର ବିଜେଡି ଟିମ୍‌କୁ ଅନୁମତି ଦେବାକୁ ନେଇ ଦଳୀୟ ନେତା ଅଜିତ ଯୋଗୀ ପ୍ରଶ୍ନ ଉଠାଇଛନ୍ତି। “ଗାନ୍ଧିବାଦୀ ଉପାୟରେ ବିଜେଡି ଟିମ୍‌ର ଗସ୍ତକୁ ଆମେ ବିରୋଧ କରିବୁ” ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, “ମହାନଦୀର ୭୫ ପ୍ରତିଶତ ଜଳ ଓଡ଼ିଶା ଓ ୨୫ ପ୍ରତିଶତ ଜଳ ଛତିଶଗଡ଼ ବ୍ୟବହାର କରୁଛନ୍ତି। ମହାନଦୀ ଛତିଶଗଡ଼ର ଜୀବନଧାରା। ସରକାର ବନ୍ଧ ନୁହେଁ, ଏକ ଆନିକଟ୍‌ ନିର୍ମାଣ କରୁଛନ୍ତି। ମହାନଦୀରେ ବ୍ୟାରେଜ ନିର୍ମାଣକୁ ଓଡ଼ିଶା ବନ୍ଦ କଲେ ଆମେ ଚୁପ୍‌ ହୋଇ ବସିବୁ ନାହିଁ।”

Related story