ମହାନଦୀ ବିବାଦ: ଛତିଶଗଡ଼ ଯିବାକୁ ବିଜେଡି ଟିମ୍‌କୁ ମୌଖିକ ଅନୁମତି

କଟକ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ବିଜେଡିର ୧୨ ଜଣିଆ କମିଟିକୁ ମୌଖିକ ଅନୁମତି ଦେଇଛନ୍ତି ଛତିଶଗଡ଼ ସରକାର। ଛତିଶଗଡ଼ ଜଳ ସଂପଦ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି ଅନୁମତି ମିଳିଥିବା ଜଣାପଡ଼ିଛି। ତେବେ ଛତିଶଗଡ଼ ଗସ୍ତ ନେଇ ବିଜେଡି ଟିମ୍ ସେଠାକାର ସରକାରଙ୍କ ଲିଖିତ ଅନୁମତିକୁ ଅପେକ୍ଷା କରିଛି। ଆଜି ଛତିଶଗଡ଼ ସରକାରଙ୍କ ପକ୍ଷରୁ ଲିଖିତ ଅନୁମତି ଦିଆଯିବ ବୋଲି କୁହାଯାଉଛି। ଛତିଶଗଡ଼ ସରକାରଙ୍କଠାରୁ ଲିଖିତ ଅନୁମତି ମିଳିଲେ […]

bjd

bjd

Rakesh Mallick
  • Published: Sunday, 07 August 2016
  • Updated: 07 August 2016, 10:11 AM IST

Sports

Latest News

bjdକଟକ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସ୍ଥିତି ଅନୁଧ୍ୟାନ କରିବା ପାଇଁ ବିଜେଡିର ୧୨ ଜଣିଆ କମିଟିକୁ ମୌଖିକ ଅନୁମତି ଦେଇଛନ୍ତି ଛତିଶଗଡ଼ ସରକାର। ଛତିଶଗଡ଼ ଜଳ ସଂପଦ ମନ୍ତ୍ରୀଙ୍କ ସହ ଆଲୋଚନା ପରେ ଏହି ଅନୁମତି ମିଳିଥିବା ଜଣାପଡ଼ିଛି। ତେବେ ଛତିଶଗଡ଼ ଗସ୍ତ ନେଇ ବିଜେଡି ଟିମ୍ ସେଠାକାର ସରକାରଙ୍କ ଲିଖିତ ଅନୁମତିକୁ ଅପେକ୍ଷା କରିଛି। ଆଜି ଛତିଶଗଡ଼ ସରକାରଙ୍କ ପକ୍ଷରୁ ଲିଖିତ ଅନୁମତି ଦିଆଯିବ ବୋଲି କୁହାଯାଉଛି।

ଛତିଶଗଡ଼ ସରକାରଙ୍କଠାରୁ ଲିଖିତ ଅନୁମତି ମିଳିଲେ ଆସନ୍ତା ୯ ତାରିଖରେ ଦୁଇ ଦିନିଆ ଛତିଶଗଡ଼ ଗସ୍ତରେ ଯିବ ବିଜେଡିର ୧୨ ଜଣିଆ ଟିମ୍। ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଯିବାକୁ ଥିବା ଏହି ଟିମ୍ ୯ ତାରିଖରେ ଅରପା ପ୍ରକଳ୍ପର ଅନୁଧ୍ୟାନ କରିବା ସହିତ ବିଳାସପୁରରେ ଚିଫ୍‌ ଇଞ୍ଜିନିୟରଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ୧୦ ତାରିଖରେ ଟିମ୍ କେଲୋ ପ୍ରକଳ୍ପ ଅନୁଧ୍ୟାନ କରିବ। ନିର୍ମାଣାଧୀନ ୭ଟି ବ୍ୟାରେଜ୍‌କୁ ମଧ୍ୟ ଏହି ଟିମ୍ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡ଼ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ମୁଖ୍ୟମନ୍ତ୍ରୀ ଓ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗଠନ ହୋଇଥିବା ବିଜେଡିର ୧୨ ଜଣିଆ କମିଟିର ପ୍ରଥମ ବୈଠକ ଗତକାଲି ଅନୁଷ୍ଠିତ ହୋଇଥିଲା। ବୈଷୟିକ ପରାମର୍ଶଦାତା ମଣ୍ଡଳୀର ସଦସ୍ୟ ତଥା ତିନି ପୂର୍ବତନ ଇଆଇସି ଶରତ ମହାନ୍ତି, ଶ୍ରୀଧର ବେହେରା ଓ ରମେଶ ରଥଙ୍କ ଉପସ୍ଥିତିରେ ଏହି ପ୍ରସଙ୍ଗର ବିଭିନ୍ନ ଦିଗ ଉପରେ ପ୍ରାୟ ଦୁଇ ଘଣ୍ଟା ଧରି ଆଲୋଚନା ହୋଇଥିଲା।

ବୈଠକ ପରେ କମିଟି ସଦସ୍ୟ ତଥା ଦଳୀୟ ମୁଖପାତ୍ର ପ୍ରତାପ ଦେବ କହିଥିଲେ,“ଗୋଟିଏ ପର୍ଯ୍ୟାୟରେ ଆମେ କେଲୋ, ଅରପା ଓ ୭ଟି ବ୍ୟାରେଜ୍‌ର ସ୍ଥିତି ଅନୁଧ୍ୟାନ କରିବାକୁ। ତା’ପରେ ଦ୍ୱିତୀୟ ପର୍ଯ୍ୟାୟ ଗସ୍ତ ପାଇଁ ଦିନ ଧାର୍ଯ୍ୟ କରାଯିବ। ଦ୍ୱିତୀୟ ପର୍ଯ୍ୟାୟରେ ଆମେ ଛତିଶଗଡ଼ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ପାଇରୀ-ମହାନଦୀ ସଂଯୋଗୀକରଣର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବା ସହିତ ତାମ୍ବୁର ଡ୍ୟାମ୍‌ର ସଂପ୍ରସାରଣ ସଂପର୍କରେ ଅନୁଧ୍ୟାନ କରିବୁ।”

ବିଜେଡି ଗଠନ କରିଥିବା ୧୨ ଜଣିଆ ଟିମ୍‌ରେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ମଙ୍ଗଳା କିଷାନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଭାପତି  କିଶୋର ମହାନ୍ତି, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ଯୁବ ବିଜେଡି ସଭାପତି ସଞ୍ଜୟ ଦାସବର୍ମା, ରେଢାଖୋଲ ବିଧାୟକ ରୋହିତ ପୂଜାରୀ, କୃଷକ ମୋର୍ଚ୍ଚାର ଆବାହକ ସୁଶାନ୍ତ ସିଂ, ବିଜେଡି ମୁଖପାତ୍ର ପ୍ରତାପ ଦେବ, ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସମ୍ୱଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ସଦସ୍ୟ ଅଛନ୍ତି। ଏହି କମିଟି ସ୍ଥିତି ଅନୁଧ୍ୟାନ କରିବା ପରେ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story