ମହାନଦୀ ଜଳ ବିବାଦ ପ୍ରସଙ୍ଗ: ବୁଝାମଣା କମିଟି ଗଠନ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବୁଝାମଣା କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। ମହାନଦୀ ଓ ଏହାର ଉପନଦୀରେ ପ୍ରବାହିତ ହେଉଥିବା ପାଣି ଓ ତା’ର ବ୍ୟବହାର ଆକଳନ କରିବ ଏହି କମିଟି। କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ଏନେଇ ଆଜି ଘୋଷଣା କରିଛି। ମହାନଦୀ ଜଳକୁ ନେଇ ହୋଇଥିବା ଚୁକ୍ତିନାମାର ଅନୁଧ୍ୟାନ ସହ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ ଓ ଝାଡ଼ଖଣ୍ଡ କେତେ ପାଣି ବ୍ୟବହାର କରୁଛନ୍ତି ଓ କେତେ ଦାବି କରୁଛନ୍ତି କମିଟି ତା’ର […]

mahanadi

Rakesh Mallick
  • Published: Thursday, 19 January 2017
  • , Updated: 19 January 2017, 08:59 PM IST

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ବୁଝାମଣା କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। ମହାନଦୀ ଓ ଏହାର ଉପନଦୀରେ ପ୍ରବାହିତ ହେଉଥିବା ପାଣି ଓ ତା’ର ବ୍ୟବହାର ଆକଳନ କରିବ ଏହି କମିଟି। କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଳୟ ଏନେଇ ଆଜି ଘୋଷଣା କରିଛି। ମହାନଦୀ ଜଳକୁ ନେଇ ହୋଇଥିବା ଚୁକ୍ତିନାମାର ଅନୁଧ୍ୟାନ ସହ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ ଓ ଝାଡ଼ଖଣ୍ଡ କେତେ ପାଣି ବ୍ୟବହାର କରୁଛନ୍ତି ଓ କେତେ ଦାବି କରୁଛନ୍ତି କମିଟି ତା’ର ତର୍ଜମା କରିବ।

ମହାନଦୀ ପ୍ରସଙ୍ଗରେ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ (ଆଇଏସ୍‌ଆରଡବ୍ଲ୍ୟୁଡି) ୧୯୫୬ ଅନୁସାରେ ଟ୍ରିବ୍ୟୁନାଲ ଗଠନ ପାଇଁ ଓଡ଼ିଶା ସରକାର ଦାବି କରିଥିଲେ। ଏହି ଦାବି ଆଧାରରେ ବୁଝାମଣା କମିଟି ଗଠନ ହୋଇଥିବା ଜଳ ସମ୍ପଦ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

କମିଟି ୩ ମାସ ମଧ୍ୟରେ ତା’ର ରିପୋର୍ଟ ପ୍ରଦାନ କରିବ। କେନ୍ଦ୍ର ଜଳ ଆୟୋଗଙ୍କ ୱାଟର ପ୍ଲାନ୍ଂ ଓ ପ୍ରୋଜେକ୍ଟର ସଦସ୍ୟ କମିଟିର ଅଧ୍ୟକ୍ଷ ରହିବେ। ତାଙ୍କ ସହ ୧୧ ଜଣ ସଦସ୍ୟ ରହିବେ। ସଦସ୍ୟଙ୍କ ମଧ୍ୟରେ ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓ ଝାଡ଼ଖଣ୍ଡର ପ୍ରତିନିଧି ରହିବେ। ଏହାଛଡା କୃଷି, ଜଙ୍ଗଲ ଓ ପରିବେଶ, ଜଳସମ୍ପଦ ମନ୍ତ୍ରଣାଳୟ, ଭାରତୀୟ ପାଣିପାଗ ବିଭାଗ ଓ ସେଣ୍ଟ୍ରାଲ ୱାଟର କମିଶନଙ୍କ ପ୍ରତିନିଧି ମଧ୍ୟ କମିଟର ସଦସ୍ୟ ରହିବେ।

ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ପ୍ରକଳ୍ପ ନିର୍ମାଣ କରିବାକୁ ନେଇ ବିବାଦ ଆରମ୍ଭ ହୋଇଛି। ଏହାକୁ ନେଇ ଛତିଶଗଡ଼ ଓ ଓଡ଼ିଶା ସରକାର ମୁହାଁମୁହିଁ ହୋଇଛନ୍ତି। କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକ ବସିଥିଲେ ମଧ୍ୟ ସେଥିରୁ କୌଣସି ସୁଫଳ ମିଳି ନ ଥିଲା।

ପ୍ରକଳ୍ପ କାମ ତୁରନ୍ତ ବନ୍ଦ କରିବା ଦାବିରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଓଡ଼ିଶା ସରକାର। ସେପଟେ ଛତିଶଗଡ଼ ସରକାର ଜଏଣ୍ଟ କଣ୍ଟ୍ରୋଲ ବୋର୍ଡ ଗଠନ କରିବାକୁ ପ୍ରସ୍ତିବ ଦେଇଛନ୍ତି।

Related story