ମହାନଦୀକୁ ନେଇ ରାଜ୍ୟ ସରକାରଙ୍କ ମିଛ ଧରାପଡ଼ିଲା

ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ଶାସକ ବିଜେଡି ବିଧାନସଭାରେ ଦୁଇ ଦିନ ଧରି ହଟ୍ଟଗୋଳ କରୁଛି। ହେଲେ ରାଜ୍ୟ ସରକାରଙ୍କ ଏହି କୁମ୍ଭୀର କାନ୍ଦଣା ଏବେ ପଦାରେ ପଡ଼ିଛି। ୬ବର୍ଷ ତଳେ ରାଜ୍ୟ ସରକାର ବିଧାନସଭାରେ ସ୍ପଷ୍ଟ କରିଥିଲେ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କଲେ ମଧ୍ୟ ଅଣମୌସୁମୀରେ ଅଧିକ ଜଳ ହୀରାକୁଦକୁ ଆସୁଛି। ଖାଲି ସେତିକି ନୁହେଁ ଅଣମୌସୁମୀରେ ୬୬ ଭାଗ ଜଳ ସମୁଦ୍ରକୁ ଯାଉଛି। ଏହା ସତ୍ତ୍ୱେ ପାନୀୟ ଜଳ, ଜଳସେଚନ […]

mahanadi

Rakesh Mallick
  • Published: Thursday, 22 September 2016
  • , Updated: 22 September 2016, 09:25 PM IST

ଭୁବନେଶ୍ୱର: ମହାନଦୀ ଜଳ ବିବାଦକୁ ନେଇ ଶାସକ ବିଜେଡି ବିଧାନସଭାରେ ଦୁଇ ଦିନ ଧରି ହଟ୍ଟଗୋଳ କରୁଛି। ହେଲେ ରାଜ୍ୟ ସରକାରଙ୍କ ଏହି କୁମ୍ଭୀର କାନ୍ଦଣା ଏବେ ପଦାରେ ପଡ଼ିଛି। ୬ବର୍ଷ ତଳେ ରାଜ୍ୟ ସରକାର ବିଧାନସଭାରେ ସ୍ପଷ୍ଟ କରିଥିଲେ ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କଲେ ମଧ୍ୟ ଅଣମୌସୁମୀରେ ଅଧିକ ଜଳ ହୀରାକୁଦକୁ ଆସୁଛି। ଖାଲି ସେତିକି ନୁହେଁ ଅଣମୌସୁମୀରେ ୬୬ ଭାଗ ଜଳ ସମୁଦ୍ରକୁ ଯାଉଛି। ଏହା ସତ୍ତ୍ୱେ ପାନୀୟ ଜଳ, ଜଳସେଚନ ଓ ଶିଳ୍ପ ପାଇଁ ପାଣିର ଅଭାବ ରହିବ ନାହିଁ ବୋଲି ରାଜ୍ୟ ସରକାର କହିଥିଲେ। ଏପରି ତଥ୍ୟ ପଦାକୁ ଆସିବା ପରେ ବିରୋଧୀ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିବାକୁ ପଛାଇ ନାହାନ୍ତି।

ମହାନଦୀକୁ ନେଇ ୨୦୧୦ ଅଗଷ୍ଟ ୫ ତାରିଖରେ ବିଧାନସଭାରେ ଆଲୋଚନା ହୋଇଥିଲା। ଏକ ଧ୍ୟାନ ଆକର୍ଷଣ ନୋଟିସ୍‌ର ଉତ୍ତରରେ ଜଳ ସମ୍ପଦ ମନ୍ତ୍ରୀଙ୍କ ତରଫରୁ ସେତେବେଳର ସଂସଦୀୟ ବ୍ୟାପାର ମନ୍ତ୍ରୀ ରଘୁନାଥ ମହାନ୍ତି ଅଣମୌସୁମୀରେ ହୀରାକୁଦକୁ ପ୍ରବାହିତ ହେଉଥିବା ୫୦ ବର୍ଷର ହିସାବ ରଖିଥିଲେ। ସେ କହିଥିଲା, ୧୯୫୯ରୁ ୧୯୮୧ ଭିତରେ ଅଣମୌସୁମୀରେ ହୀରାକୁଦକୁ ଆସିଥିଲା ୨.୭୫୦ ନିୟୁତ ଏକର ଫୁଟ୍‌ ଜଳ। ୧୯୮୨ରୁ ୨୦୦୬ ମଧ୍ୟରେ ୨୪ ପ୍ରତିଶତ ଅଧିକ ଜଳ ଆସିଥିଲା। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ବନ୍ଧ ନିର୍ମାଣ କଲେ ମଧ୍ୟ ହୀରାକୁଦକୁ ଅଧିକ ପାଣି ଆସିଛି।

ମୌସୁମୀରେ ମହାନଦୀରେ ଉପଲବ୍ଧ ଜଳର ୧୪ ପ୍ରତିଶତ ଓ ଅଣମୌସୁମୀରେ ୩୪ ପ୍ରତିଶତ ଜଳ ବ୍ୟବହାର ହେଉଛି। ବାକି ୬୬% ପାଣି ଅଣମୌସୁମୀରେ ସମୁଦ୍ରକୁ ଚାଲି ଯାଉଛି। ଏହା ପରେ ମଧ୍ୟ ପାନୀୟ ଜଳ, ଜଳ ସେଚନ, ଜଳ ବିଦ୍ୟୁତ ଉତ୍ପାଦନ ଓ ଶିଳ୍ପକୁ ଜଳ ଯୋଗାଇବାକୁ ସକ୍ଷମ ହେଉଛନ୍ତି ରାଜ୍ୟ ସରକାର। ଏବେ ସରକାରଙ୍କ ଏହି ତଥ୍ୟ ବିରୋଧୀଙ୍କ ପାଇଁ ନୂଆ ଅସ୍ତ୍ର ହୋଇଛି। ମହାନଦୀକୁ ନେଇ ଗୃହ ଅଚଳ କରୁଥିବା ଶାସକ ଦଳକୁ ଗୃହ ବାହାରେ ଘେରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି।

କଂଗ୍ରେସ ବିଧାୟକ ନବ ଦାସ କହିଛନ୍ତି, “ମାହାନଦୀ ଜଳକୁ ନେଇ ୨୦୦୧, ୨୦୦୩, ୨୦୧୦ , ୨୦୧୧ ଓ ୨୦୧୩ରେ ବିଧାନସଭାରେ ଆଲୋଚନା ହୋଇଛି। ତାଙ୍କର ମନ୍ତ୍ରୀ ମଧ୍ୟ ଉତ୍ତର ଦେଇଛନ୍ତି। ୨୦୧୬ରେ ଆମର ଅସୁବିଧା ହେଉଛି ବୋଲି କହି ବିଜେଡି କୁମ୍ଭୀର କାନ୍ଦଣା କାନ୍ଦୁଛି। ପଞ୍ଚାୟତ ନିର୍ବାଚନକୁ ଯିବା ପାଇଁ ରାଜ୍ୟ ସରକାରଙ୍କର ଏ ହେଉଛି ରାଜନୈତିକ ଡ୍ରାମା।”

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି, “ଅଣ ମୌସୁମୀରେ ୨୫ ବର୍ଷର ରେକର୍ଡ ହିସାବରେ ହୀରାକୁଦ ଡ୍ୟାମରେ ପାଣି ବଢ଼ିଛି। ଏ ସମ୍ପର୍କରେ ଜଳ ସମ୍ପଦ ବିଭାଗ ପକ୍ଷରୁ ସେସମୟର ସଂସଦୀୟ ବ୍ୟାପାର ମନ୍ତ୍ରୀ ବିଧାନସଭାରେ ତଥ୍ୟ ଉପସ୍ଥାପନ କରିଥିଲେ। ସେହି ତଥ୍ୟ ପ୍ରମାଣିତ କରୁଛି ଓଡ଼ିଶା ସରକାର ଛତିଶଗଡ଼ର ପ୍ରକଳ୍ପ କଥା ଜାଣିଥିଲେ।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, “୨୦୧୦ର ତଥ୍ୟ ଓ ଚିତ୍ର ଯାହା ଥିଲା ତାହା ଆଜି ବଦଳିଛି। ୨୦୧୨ରେ ନିର୍ମାଣ କରାଯାଇଥିବା ପ୍ରକଳ୍ପ ଗୁଡ଼ିକ ମହାନଦୀର ଜଳ ପାଇଁ ବାଧା ସୃଷ୍ଟି କରୁଛି। ଆଗକୁ ହୀରାକୁଦକୁ ଆସୁଥିବା ଜଳ କମିବ ଏବଂ ନାନା ଅସୁବିଧା ଉପୁଜିବ।”

Related story