ଏବେ ଏକାଠି ଲଢ଼ିବେ, ଗଠନ ହେବ ସର୍ବଦଳୀୟ ଗୃହ କମିଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ଜଳ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ ମନା କରିଦେଇଛନ୍ତି କେନ୍ଦ୍ର ସରକାର। ଏହା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ରାଜ୍ୟ ହକ୍‌ ପାଇଁ ଏକାଠି ଲଢ଼ିବାକୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ଆଜି ବିଧାନସଭାରେ ସର୍ବଦଳୀୟ ଗୃହ କମିଟି ଗଠନ ହୋଇଛି। ବାଚସ୍ପତି ଡକାଇଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ […]

Rakesh Mallick
  • Published: Thursday, 07 December 2017
  • , Updated: 07 December 2017, 10:01 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାନଦୀ ଜଳ ବିବାଦ ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ ମନା କରିଦେଇଛନ୍ତି କେନ୍ଦ୍ର ସରକାର। ଏହା ପରେ ରାଜ୍ୟ ସରକାରଙ୍କ ଚେତା ପଶିଛି। ରାଜ୍ୟ ହକ୍‌ ପାଇଁ ଏକାଠି ଲଢ଼ିବାକୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ଆଜି ବିଧାନସଭାରେ ସର୍ବଦଳୀୟ ଗୃହ କମିଟି ଗଠନ ହୋଇଛି। ବାଚସ୍ପତି ଡକାଇଥିବା ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ବାଚସ୍ପତି ଡାକିଥିବା ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ କେ.ଭି. ସିଂହଦେଓ, ଅମର ଶତପଥୀ, ବିକ୍ରମ ଆରୁଖ ପ୍ରମୁଖ ଯୋଗ ଦେଇଥିଲେ। ମହାନଦୀର ସୁରକ୍ଷା ଓ ରାଜ୍ୟବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ଏକାଠି ଲଢିବାକୁ ଏହି ବୈଠକରେ ସ୍ଥିର ହୋଇଥିଲା।

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି-“ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ର ମନା କରିବା ଓଡ଼ିଶା ପ୍ରତି ଏକ ଚରମ ବିଶ୍ୱାସଘାତକତା। ଏହା ବିରୋଧରେ ଆଜି ଗୃହରେ ଅସନ୍ତୋଷ ପ୍ରକାଶ ପାଇଥିଲା। କେନ୍ଦ୍ରର ଏପରି ନିଷ୍ପତ୍ତିକୁ ବିରୋଧ କରିବାକୁ ଆଜି ନିଷ୍ପତ୍ତି ହୋଇଛି।”

ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି-“କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କ ପ୍ରତି ପ୍ରତାରଣା କରିଛନ୍ତି। ଆଇନ୍‌ର ରକ୍ଷକ ସାଜିଥିଲା କେନ୍ଦ୍ର ସରକାର ଆଜି ଭକ୍ଷକ ସାଜିଛି।”

ଗତକାଲି ମହାନଦୀ ପ୍ରସଙ୍ଗରେ ବିଧାନସଭାରେ ମାରାଥନ ବୈଠକ ପରେ କିଛି ବି ନିର୍ଯାସ ବାହାରି ପାରିନଥିଲା। ଆଜି ଟ୍ରିବ୍ୟୁନାଲ୍ ତାତି ବିଧାନସଭାକୁ ଅଚଳ  କରିଥିଲା। ତେବେ ମହାନଦୀ ବିବାଦର ସମାଧାନ ନେଇ ଠୋସ ବାଟ  ବାହାରିପାରିହାନିଁ।

Related story