ମହାନଦୀ ବିବାଦ: ବସିଲା ବିଜେଡି ପ୍ରତିନିଧି ଦଳ ବୈଠକ

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ନେଇ ଛତିଶଗଡ଼ରୁ ପ୍ରକଳ୍ପ ସ୍ଥଳ ଅନୁଧ୍ୟାନ କରି ଫେରିଥିବା ବିଜେଡିର ୧୨ ଜଣିଆ ଟିମ୍‌ ଆଜି ବୈଠକ କରିଛନ୍ତି। ମହାନଦୀ ସମସ୍ୟା ନେଇ ବୈଠକରେ ଆଲୋଚନା କରାଯିବା ସହ ରିପୋର୍ଟ ପ୍ରସ୍ତୁତ ହୋଇଛି। ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ। ଆଜି ସନ୍ଧ୍ୟାରେ ଏହି ଟିମ୍‌ର ଏକ ବୈଠକ ବସିଥିଲା। ଏଥିରେ  ୩ ଜଣ ବୈଷୟିକ ପରାମର୍ଶଦାତା ମଧ୍ୟ ଉପସ୍ଥିତ ଥିଲେ। ବିଜେଡିର ଏହି ୧୨ ଜଣିଆ ଟିମ୍‌ ଅଭିଯୋଗ କରିଛି […]

bjd

Rakesh Mallick
  • Published: Friday, 12 August 2016
  • , Updated: 12 August 2016, 11:41 PM IST

ଭୁବନେଶ୍ୱର: ମହାନଦୀ ଜଳ ବିବାଦ ନେଇ ଛତିଶଗଡ଼ରୁ ପ୍ରକଳ୍ପ ସ୍ଥଳ ଅନୁଧ୍ୟାନ କରି ଫେରିଥିବା ବିଜେଡିର ୧୨ ଜଣିଆ ଟିମ୍‌ ଆଜି ବୈଠକ କରିଛନ୍ତି। ମହାନଦୀ ସମସ୍ୟା ନେଇ ବୈଠକରେ ଆଲୋଚନା କରାଯିବା ସହ ରିପୋର୍ଟ ପ୍ରସ୍ତୁତ ହୋଇଛି। ଏହି ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ।

ଆଜି ସନ୍ଧ୍ୟାରେ ଏହି ଟିମ୍‌ର ଏକ ବୈଠକ ବସିଥିଲା। ଏଥିରେ  ୩ ଜଣ ବୈଷୟିକ ପରାମର୍ଶଦାତା ମଧ୍ୟ ଉପସ୍ଥିତ ଥିଲେ।

ବିଜେଡିର ଏହି ୧୨ ଜଣିଆ ଟିମ୍‌ ଅଭିଯୋଗ କରିଛି ଯେ ଛତିଶଗଡ଼ ସରକାରଙ୍କୁ ଯେଉଁସବୁ ତଥ୍ୟ ମଗାଯାଇଥିଲା ତାହା ଦିଆଯାଇ ନାହିଁ। ଛତିଶଗଡ଼ ସରକାର ଯାହା ତଥ୍ୟ ଦେଇଛନ୍ତି ସେଥିରେ ବି ଟିମ୍‌ ସନ୍ଦେହ ପ୍ରକାଶ କରିଛି।

ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଛିତଶଗଡ଼ ଯାଇଥିବା ବିଜେଡିର ୧୨ ଜଣିଆ ଟିମ୍‌ ମହାନଦୀ ଉପରମୁଣ୍ଡରେ ଥିବା ବିଭିନ୍ନ ପ୍ରକଳ୍ପସ୍ଥଳ ପରିଦର୍ଶନ କରିଥିଲା। ପରେ ସେଠାକାର ଜଳସମ୍ପଦ ବିଭାଗ ଅଧିକାରୀଙ୍କ ସହ ଆଲୋଚନା କରିଥିଲା।

Related story