ମହାତ୍ମାଗାନ୍ଧୀଙ୍କ ହତ୍ୟା ସୁପରିକଳ୍ପିତ ଥିଲା

ଭୁବନେଶ୍ୱର: ମହାତ୍ମାଗାନ୍ଧୀଙ୍କୁ ନାଥୁରାମ ଗଡ଼ସେ ହତ୍ୟା କରିଥିବା ସମସ୍ତେ ଜାଣିଛନ୍ତି। କିନ୍ତୁ ଏହି ହତ୍ୟାକାଣ୍ଡ ସୁପରିକଳ୍ପିତ ଥିଲା ବୋଲି କେହି ଜାଣନ୍ତି ନାହିଁ। ଗାନ୍ଧୀଜୀଙ୍କୁ କିପାର ଗୁଳି କରାଯିବ, ସେ ନେଇ ନାଥୁରାମ ଗଡ଼ସେ ନିଜ ସାଥୀଙ୍କ ସହ ଫାୟାରିଂ ପ୍ରାକ୍ଟିସ କରିଥିଲେ। ଗାନ୍ଧୀଜୀଙ୍କୁ ହତ୍ୟା କରିବାର କିଛି ଦିନ ପୂର୍ବରୁ ରିହଲସାଲ୍‌  ମଧ୍ୟ କରିଥିବାର ତଥ୍ୟ ଓଟିଭି ପାଇଛି। ବଲାଙ୍ଗିରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଆରଟିଆଇ ମାଧ୍ୟମରେ ହାସଲ କରିଥିବା ତଥ୍ୟରୁ ଜଣାପଡିଛି, […]

Mahatma-Gandhi

Rakesh Mallick
  • Published: Sunday, 14 August 2016
  • , Updated: 14 August 2016, 10:25 PM IST

ଭୁବନେଶ୍ୱର: ମହାତ୍ମାଗାନ୍ଧୀଙ୍କୁ ନାଥୁରାମ ଗଡ଼ସେ ହତ୍ୟା କରିଥିବା ସମସ୍ତେ ଜାଣିଛନ୍ତି। କିନ୍ତୁ ଏହି ହତ୍ୟାକାଣ୍ଡ ସୁପରିକଳ୍ପିତ ଥିଲା ବୋଲି କେହି ଜାଣନ୍ତି ନାହିଁ। ଗାନ୍ଧୀଜୀଙ୍କୁ କିପାର ଗୁଳି କରାଯିବ, ସେ ନେଇ ନାଥୁରାମ ଗଡ଼ସେ ନିଜ ସାଥୀଙ୍କ ସହ ଫାୟାରିଂ ପ୍ରାକ୍ଟିସ କରିଥିଲେ। ଗାନ୍ଧୀଜୀଙ୍କୁ ହତ୍ୟା କରିବାର କିଛି ଦିନ ପୂର୍ବରୁ ରିହଲସାଲ୍‌  ମଧ୍ୟ କରିଥିବାର ତଥ୍ୟ ଓଟିଭି ପାଇଛି।

ବଲାଙ୍ଗିରର ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ଆରଟିଆଇ ମାଧ୍ୟମରେ ହାସଲ କରିଥିବା ତଥ୍ୟରୁ ଜଣାପଡିଛି, ଗାନ୍ଧୀଜୀ ହିନ୍ଦୁ ମହାସଭା ଆଦର୍ଶ ପଥରେ କଣ୍ଟା ଥିଲେ। ତେଣୁ ତାଙ୍କୁ ହତ୍ୟା କରାଯିବାକୁ ବ୍ଲ୍ୟୁପ୍ରିଣ୍ଟ ପ୍ରସ୍ତୁତ କରାଯାଇଥିଲା। ହିନ୍ଦୁ ମହାସଭାର ମଦନଲାଲ, ନାରାୟଣ ଆପତେ, ଶଙ୍କର ବାଗଡ଼େ, ନାଥୁରାମ ଗଡ଼ସେ ଏବଂ ତାଙ୍କ ଭାଇ ଗୋପାଳ ଗଡ଼ସେ ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧର ଥିବା ହେମନ୍ତଙ୍କ ତଥ୍ୟକୁ ଆଧାର କରି ଓଟିଭି କହିଛି।

ଧମକର ପ୍ରଥମ ଚରଣ ଦେଖିବାକୁ ମିଳିଥିଲା ଦିଲ୍ଲୀର ବାଲ୍ମିକୀ କଲୋନୀର ଏକ ସଭାରେ। ବିଶିଷ୍ଟ ଗାନ୍ଧିବାଦୀ ସୁଚେତା କ୍ରିପାଲିନୀଙ୍କ ଏକ ସଭାରେ ନାଥୁରାମ ଗଡ଼ସେ ସାଧୁ ବେଶରେ ଯାଇ ଏକ ପତାକା ତାଙ୍କୁ ଉପହାରରେ ଦେଇଥିଲେ। ଏଥିରେ ରକ୍ତରେ ଶିବଲିଙ୍ଗ ଚିତ୍ରିତ ହୋଇଥିଲା। ଛଦ୍ମବେଶୀ ଗଡ଼ସେଙ୍କୁ ଜଣେ ପାଗଳ ଭାବି କ୍ରିପାଳିନୀ ଉକ୍ତ ପତାକାକୁ ଜଣେ ଆୟୋଜକଙ୍କୁ ଦେଇଥିଲେ। ପରେ ‘ଆଦେଶ ଲୋକଯୁଗ’ ନାମରେ ଦିଲ୍ଲୀରେ ଏକ ଲିଫଲେଟ୍‌ ବଣ୍ଟା ଯାଇଥିଲା। ଯେଉଁଥିରେ ଗାନ୍ଧୀ ଏବଂ ନେହେରୁଙ୍କୁ ହତ୍ୟା କରାଯିବ ବୋଲି ଖୋଲାଖୋଲି ଧମକ ଦିଆଯାଇଥିଲା। ହତ୍ୟାକାଣ୍ଡର ରିହଲସାଲ୍‌ ଗାନ୍ଧୀଜୀଙ୍କ ହତ୍ୟାର ଏକ ମାସ ପୂର୍ବରୁ ଆରମ୍ଭ ହୋଇଥିଲା। ଜାନୁୟାରୀ ୨୦ ତାରିଖ ୧୯୪୮ରେ ବିର୍ଲା ହାଉସ୍‌ ପଛପାଖ ଜଙ୍ଗଲରେ ହିନ୍ଦୁ ମହାସଭାର ନେତା ଫାୟାରିଂ ଅଭ୍ୟାସ କରିଥିଲେ। ଏବ ବବୁଲ ଗଛରେ ବାଜିଥିବା ଗୁଳି ଓ ଖୋକାକୁ ପୋଲିସ ଜବତ କରିଥିଲା। ୩୦ ତାରିଖରେ ନାଥୁରାମ ଏହି ଟ୍ରେନିଂରେ ଯୋଗଦେଇଥିଲେ। ହତ୍ୟାକାଣ୍ଡର ଦୁଇଦିନ ପୂର୍ବେ ନାଥୁରାମ, ଗୋପାଳ ଏବଂ ନାରାୟଣ ‘ମିଲନ’ ଫିଲ୍ମ ଦେଖିଥିଲେ। ମାରିନା ହୋଟେଲରେ ନାରାୟଣ ନିଜ ନାଁ ବଦଳାଇ ଦେଶପାଣ୍ଡେ ନାଁରେ ରହୁଥିଲେ। ତାଙ୍କ ସହ ଗଡ଼ସେଙ୍କ ସମେତ ୪ଜଣ ରହିଥିଲେ। ଘଟଣା ଦିନ ରିଗାଲ ସିନେମା ପାଖରୁ ଏକ ଟ୍ୟାକ୍ସି ଧରି ୫ ଜଣ ବିର୍ଲା ହାଉସ୍‌କୁ ଆସିଥିଲେ ଓ ନାଥୁରାମ୍‌ ଗାନ୍ଧୀଜୀଙ୍କୁ ସମ୍ମୁଖରୁ ଗୁଳି କରି ହତ୍ୟା କରିଥିଲେ।

ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା କହିଛନ୍ତି, “ଏକ ନିର୍ଦ୍ଧିଷ୍ଟ ଅନୁଷ୍ଠାନର ସଦସ୍ୟମାନେ ଗାନ୍ଧୀଜୀଙ୍କୁ ହତ୍ୟା କରିଥିଲେ। ଧର୍ମୀୟ ଭାବନାକୁ ନେଇ ସେତେବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା।”

Related story