ଜଲାରାମ ଟ୍ରାନ୍ସପୋର୍ଟ ଗୁଳିକାଣ୍ଡ ମାମଲାରେ ମହିମା ମିଶ୍ରଙ୍କୁ ଜେରା

ପାରାଦୀପ: ଆଜି ହେଉଛି ଶିଳ୍ପପତି ମହିମା ମିଶ୍ରଙ୍କ ରିମାଣ୍ଡ ଅବଧିର ଶେଷ ଦିନ।  ଶେଷ ଦିନରେ  ତାଙ୍କୁ ଜଲାରାମ ଟ୍ରାନ୍ସପୋର୍ଟ ଗୁଳିକାଣ୍ଡ ମାମଲାରେ ପାରାଦୀପ ଥାନାରେ ମାରାଥନ ଜେରା କରାଯାଉଛି।  ପାରାଦୀପ ଏଏସପି, ଥାନା ଅଧିକାରୀ ଓ ଅନୁଗୋଳ କୋଲିଆରୀ ଥାନା ଅଧିକାରୀ ମହିମାଙ୍କୁ ମିଳିତ ଜେରା କରୁଛନ୍ତି। ସିୱେଜ୍‌ ସିପିଂ କଂପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ମହିମାଙ୍କୁ ଗତ ୧ ତାରିଖରୁ ରିମାଣ୍ଡରେ ନେଇ  ପାରାଦୀପ ପୋଲିସ୍‌ ପଚରାଉଚରା କରିଥିଲା ପୋଲିସ୍ […]

mahima

Rakesh Mallick
  • Published: Wednesday, 04 January 2017
  • , Updated: 04 January 2017, 01:57 PM IST

ପାରାଦୀପ: ଆଜି ହେଉଛି ଶିଳ୍ପପତି ମହିମା ମିଶ୍ରଙ୍କ ରିମାଣ୍ଡ ଅବଧିର ଶେଷ ଦିନ।  ଶେଷ ଦିନରେ  ତାଙ୍କୁ ଜଲାରାମ ଟ୍ରାନ୍ସପୋର୍ଟ ଗୁଳିକାଣ୍ଡ ମାମଲାରେ ପାରାଦୀପ ଥାନାରେ ମାରାଥନ ଜେରା କରାଯାଉଛି।  ପାରାଦୀପ ଏଏସପି, ଥାନା ଅଧିକାରୀ ଓ ଅନୁଗୋଳ କୋଲିଆରୀ ଥାନା ଅଧିକାରୀ ମହିମାଙ୍କୁ ମିଳିତ ଜେରା କରୁଛନ୍ତି।

ସିୱେଜ୍‌ ସିପିଂ କଂପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଗିରଫ ମହିମାଙ୍କୁ ଗତ ୧ ତାରିଖରୁ ରିମାଣ୍ଡରେ ନେଇ  ପାରାଦୀପ ପୋଲିସ୍‌ ପଚରାଉଚରା କରିଥିଲା

ପୋଲିସ୍ ରିମାଣ୍ଡରେ ଥିବା ମହିମାଙ୍କୁ ଗତକାଲି ଏକ ପୁରୁଣା ମାମଲାରେ କ୍ରାଇମବ୍ରାଞ୍ଚ ଜେରା କରିଥିଲା। ୧୯୯୫ ମସିହାରେ ପାରାଦୀପରେ ଥିବା ଜେ.ଏମ୍.ବକ୍ସି କଂପାନୀର ତତ୍କାଳୀନ ମ୍ୟାନେଜର ପ୍ରତାପ ଚନ୍ଦ୍ର ଦାସଙ୍କୁ ଅପହରଣ କରାଯାଇଥିଲା। ଏହି ଘଟଣାରେ ମହିମାଙ୍କ ଭୂମିକା ଥିଲା କି ନାହିଁ, ଜେ.ଏମ୍‌ ବକ୍ସିଙ୍କ ସହ ଓଏସ୍‌ଏଲ୍‌ କଂପାନୀର ଶତ୍ରୁତା ରହିଥିଲା କି ନାହିଁ ଓ ସେତେବେଳେ ଷ୍ଟିଭେଡରିଂ କାମକୁ ନେଇ କେଉଁ ଭଳି ବିବାଦ ରହିଥିଲା ସେ ନେଇ କ୍ରାଇମବ୍ରାଞ୍ଚ ଅଧିକାରୀ ମହିମାଙ୍କୁ ପଚରାଉଚରା କରିଥିଲେ।

 

Related story