ଓଡ଼ିଶାରେ କାରଗିଲ ବିଜୟର ବାଦ୍‌ସାହା ଜିଡି ବକ୍ସି : କହିଲେ ପାକିସ୍ତାନକୁ ପଙ୍ଗୁ ପର୍ଯ୍ୟନ୍ତ କର ସର୍ଜିକାଲ୍ ଷ୍ଟ୍ରାଇକ୍

Ordigital Desk
  • Published: Tuesday, 12 December 2017
  • , Updated: 12 December 2017, 10:12 PM IST
<p>ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ପାକିସ୍ତାନକୁ ସାବାଡ଼ କରିବା ପାଇଁ ଗୋଟିଏ ନୁହେଁ ବାରମ୍ବାର ସର୍ଜିକାଲ୍ ଷ୍ଟ୍ରାଇକ୍ ଆବଶ୍ୟକ। ଭୁବନେଶ୍ୱର ଆସିଥିବା ଅବସରରେ ଓଟିଭିକୁ ଏକ୍ସକ୍ଲୁସିଭ୍ ଇଣ୍ଟର୍ଭ୍ୟୁ&nbsp; ଦେଇ ସେ ଏହା କହିଛନ୍ତି। &nbsp;ଦେଶର ଜଣାଶୁଣା ପ୍ରତିରକ୍ଷା ବିଶେଷଜ୍ଞ ତଥା ପୂର୍ବତନ ସେନାଧିକାରୀ ମେଜର ଜେନେରାଲ୍ ଗଗନଦୀପ ବକ୍ସି ସେ କହିଛନ୍ତି ଯେ, ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଗୋଟିଏ ସର୍ଜିକାଲ ଷ୍ଟ୍ରାଇକ୍ କରି ବସି ପଡ଼ିଲେ ଲାଭ ହେବନି। &nbsp;ବରଂ ଏହା ବାରମ୍ବାର ହେବା ଦରକାର ।</p> <p>ଏଥିସହ ବର୍ତ୍ତମାନ ସମୟରେ ଚୀନ୍ ଆମର ସବୁଠାରୁ ବଡ଼ ଶତ୍ରୁ ବୋଲି ମେଜର ଜେନେରାଲ୍ ବକ୍ସି ମତ ଦେଇଛନ୍ତି। &nbsp;ତାସହିତ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ଚାଲେଞ୍ଜ ସୃଷ୍ଟି କରିଥିବା ମାଓବାଦୀଙ୍କ ବିରୋଧରେ ଦୃଢ଼ ହସ୍ତରେ ଦମନ କରାଯିବା ଉପରେ ସେ ଜୋର୍ ଦେଇଛନ୍ତି। ଶ୍ରୀ ବକ୍ସି ଭାରତୀୟ ସେନାବହିନୀରେ ଦୀର୍ଘ ଦିନ ଧରି ସଫଳତାର ସହ ନେତୃତ୍ୱ ନେଇଥିଲେ। ମଧ୍ୟପ୍ରଦେଶର ଜବଲପୁରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ବକ୍ସି ସେନାବାହିନୀରେ ବହୁ ପଦ ପଦବୀରେ ରହିଛନ୍ତି।&nbsp; ବିଶେଷ କରି ଜାମ୍ମୁ କାଶ୍ମୀର, ପଞ୍ଜାବ ଏବଂ ଏଲଓସିରେ ତାଙ୍କ କାର୍ଯ୍ୟକାଳରେ ସବୁଠୁ ଅଧିକ ସମୟ ବିତିଥିଲା। ୧୯୯୯ କାରଗିଲ ଯୁଦ୍ଧ ବିଜୟ ପଛରେ ଶ୍ରୀ ବକ୍ସି ହେଉଛନ୍ତି ଅନ୍ୟତମ ବିନ୍ଧାଣୀ।</p> <p>ଚୀର ଶତ୍ରୁ ପାକିସ୍ତାନ ବିରୋଧରେ ହୋଇଥିବା ଯୁଦ୍ଧରେ&nbsp; ଖୁବ୍&zwnj; ସଫଳତା ସହ ନେତୃତ୍ୱ ନେଇ ଭାରତକୁ ବିଜୟର ସ୍ୱାଦ ଚଖାଇଥିଲେ ଶ୍ରୀ ବକ୍ସି। ସେନାରେ ଉଲ୍ଲେଖନୀୟ ସେବା ପାଇଁ ତାଙ୍କୁ ସବୁଠୁ ମର୍ଯ୍ୟାଦାଜନକ &lsquo;ସେନା ମେଡାଲ&rsquo;ରେ ତାଙ୍କୁ ସମ୍ମାନିତ କରାଯାଇଛି। ଶ୍ରୀ ବକ୍ସିଙ୍କ ବଡ଼ ଭାଇ କ୍ୟାପ୍ଟେନ୍&zwnj; ରମଣ ବକ୍ସିଙ୍କ ଦେଶ ପାଇଁ ଅବଦାନ କିଛି କମ୍&zwnj; ନୁହେଁ। &nbsp;ଭାରତୀୟ ସେନାବାହିନୀର ପୂର୍ବତନ ସେନା ଅଧିକାରୀ ଥିବା ରମଣ ବକ୍ସି ୧୯୬୫ ପାକିସ୍ତାନ ବିରୋଧରେ ଯୁଦ୍ଧରେ ଦେଶ ପାଇଁ ପ୍ରାଣବଳି ଦେଇଥିଲେ। &nbsp;&nbsp;ତେବେ ଭୁବନେଶ୍ୱର ଆସିଥିବା ବେଳେ ମେଜର ଜେନେରାଲ୍ ଜି.ଡି.ବକ୍ସି ଆଉ କ&rsquo;ଣ କହୁଛନ୍ତି ଶୁଣନ୍ତୁ।</p> <p>&amp;nbsp;</p>

Related story