ପୁଣି ଲାଲ୍‌ ତାଣ୍ଡବ: ପ୍ରଜାକୋର୍ଟରେ ଗୁଳି କରି ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ପ୍ରଜାକୋର୍ଟରେ ଜଣଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ। ଘଟଣାଟି ଘଟିଛି ଜିଲ୍ଲାର କାଲିମେଳା ବ୍ଲକ୍ କରୁବ ଗାଁରେ। ମୃତକଙ୍କ ନାଁ ଡମ୍ବୁରୁ ନାୟକ। ସେ ସେହି ଗାଁର ବାସିନ୍ଦା ଥିଲେ। ପୋଲିସ୍‌ ଇନ୍‌ଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୫ ଜଣ ସଶସ୍ତ୍ର ମାଓବାଦୀ କରୁବ ଗାଁକୁ ଆସିଥିଲେ। ସେମାନେ ଡମ୍ବୁରୁଙ୍କୁ ଘରୁ ଡାକି ନେଇଥିଲେ। […]

maoist

Rakesh Mallick
  • Published: Saturday, 07 October 2017
  • , Updated: 07 October 2017, 08:55 AM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବରକାଣ୍ଡ। ପ୍ରଜାକୋର୍ଟରେ ଜଣଙ୍କୁ ଗୁଳି କରି ହତ୍ୟା କଲେ ମାଓବାଦୀ। ଘଟଣାଟି ଘଟିଛି ଜିଲ୍ଲାର କାଲିମେଳା ବ୍ଲକ୍ କରୁବ ଗାଁରେ। ମୃତକଙ୍କ ନାଁ ଡମ୍ବୁରୁ ନାୟକ। ସେ ସେହି ଗାଁର ବାସିନ୍ଦା ଥିଲେ। ପୋଲିସ୍‌ ଇନ୍‌ଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରିଛନ୍ତି ମାଓବାଦୀ।

ମିଳିଥିବା ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୫ ଜଣ ସଶସ୍ତ୍ର ମାଓବାଦୀ କରୁବ ଗାଁକୁ ଆସିଥିଲେ। ସେମାନେ ଡମ୍ବୁରୁଙ୍କୁ ଘରୁ ଡାକି ନେଇଥିଲେ। ଗାଁ ମୁଣ୍ଡରେ ପ୍ରଜାକୋର୍ଟରେ ତାଙ୍କୁ ହାଜର କରାଯାଇଥିଲା। ସେଠାରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ତାଙ୍କ  ମୃତ ଶରୀର ପାଖରେ ମାଓବାଦୀମାନେ ଏକ ଚିଠି ଛାଡ଼ି ଯାଇଛନ୍ତି। ସୂଚନାଯୋଗ୍ୟ, ପର୍ବୂରୁ ଡମ୍ବୁରୁ ମାଓବାଦୀଙ୍କ ପାଇଁ କାମ କରୁଥିଲେ।

Related story