ମାଲକାନଗିରି: ପୂର୍ବତନ ସରପଞ୍ଚଙ୍କ ଭାଇଙ୍କୁ ଗଳା କାଟି ହତ୍ୟା କଲେ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ଜଣଙ୍କୁ ଗଳାକାଟି ହତ୍ୟା କରାଯାଇଛି। କୁଡୁମୁଲୁଗୁମ୍ମା ବ୍ଲକ୍ ରାବା ଗାଁର ପୂର୍ବତନ ସରପଞ୍ଚଙ୍କ ଭାଇଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ନାଁ ସହଦେବ ବଡ଼ନାୟକ। ସେ କୁଡୁମୁଲୁଗୁମ୍ମାରେ ରୁହନ୍ତି। ତେବେ ଗାଁକୁ ଯାଇଥିବାବେଳେ ତାଙ୍କୁ ହତ୍ୟା କରାଯାଇଛି। ଘଟଣାରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଆଗରୁ ତାଙ୍କୁ ମାଓବାଦୀ ହତ୍ୟା ଧମକ ଦେଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ୩୦ ରୁ ୪୦ ଜଣ ଲୋକ ତାଙ୍କୁ ରାବା ଗାଁରୁ […]

naxal

Rakesh Mallick
  • Published: Saturday, 26 December 2015
  • , Updated: 26 December 2015, 05:46 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ଜଣଙ୍କୁ ଗଳାକାଟି ହତ୍ୟା କରାଯାଇଛି। କୁଡୁମୁଲୁଗୁମ୍ମା ବ୍ଲକ୍ ରାବା ଗାଁର ପୂର୍ବତନ ସରପଞ୍ଚଙ୍କ ଭାଇଙ୍କୁ ହତ୍ୟା କରାଯାଇଛି। ମୃତକଙ୍କ ନାଁ ସହଦେବ ବଡ଼ନାୟକ। ସେ କୁଡୁମୁଲୁଗୁମ୍ମାରେ ରୁହନ୍ତି। ତେବେ ଗାଁକୁ ଯାଇଥିବାବେଳେ ତାଙ୍କୁ ହତ୍ୟା କରାଯାଇଛି। ଘଟଣାରେ ମାଓବାଦୀଙ୍କ ହାତ ଥିବା ସନ୍ଦେହ କରାଯାଉଛି। ଆଗରୁ ତାଙ୍କୁ ମାଓବାଦୀ ହତ୍ୟା ଧମକ ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ୩୦ ରୁ ୪୦ ଜଣ ଲୋକ ତାଙ୍କୁ ରାବା ଗାଁରୁ ଉଠାଇ ନେଇଥିଲେ। ଆଜି ଭୋରରେ ତାଙ୍କ ମୃତଦେହ ଘର ନିକଟରୁ ମିଳିଥିଲା। ପୋଲିସ୍ ଘଟଣାର ତଦନ୍ତ କରୁଛି।

ଗତକାଲି ମାଲାକାନଗିରି ଜିଲ୍ଲାର ବଡ଼ପଦର ସରପଞ୍ଚ ଜୟରାମ ଖରାଙ୍କୁ ମଧ୍ୟ ମାଓବାଦୀମାନେ ଗଳାକାଟି ହତ୍ୟା କରିଥିଲେ। ମାଓବାଦୀମାନେ ରାତି ପ୍ରାୟ ସାଢ଼େ ୯ଟା ବେଳେ ତାଙ୍କୁ ଘର ଭିତରେ ପଶି ମାରି ଥିଲେ। ବଡ଼ପଦରଠାରେ ଥିବା ବିଏସଏଫ୍ କ୍ୟାମ୍ପଠାରୁ କିଛି ଦୂରରେ ଏହି ଘଟଣା ଘଟିଥିଲା।

ଗୋଟିଏ ପଟେ ମାଓବାଦୀମାନେ ରକ୍ତର ହୋଲି ଖେଳିଥିବା ବେଳେ ଅନ୍ୟପଟେ ସଂଗଠନରୁ ମୋହ ଭଙ୍ଗ କରି ୭ଜଣ ମିଲିସିଆ ମାଲକାନଗିରି ଏସପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏମାନେ ସମସ୍ତେ କାଲିମେଳା ଦଳମ୍ ପାଇଁ କାମ କରୁଥିଲେ।ପ୍ରତ୍ୟେଙ୍କ ନାଁରେ ୪ରୁ ୫ଟି ଲେଖାଏଁ ମାମଲା ଥିବା ପୋଲିସ୍ କହିଛି। ସରକାରୀ ନୀତି ନିୟମ ଅନୁଯାୟୀ ଆତ୍ମସମର୍ପଣକାରୀଙ୍କୁ ଥଇଥାନ କରାଯିବ ବୋଲି ଏସପି କହିଛନ୍ତି।

Related story