ମାଲକାନଗିରିରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆଉ ଦୁଇ ଶିଶୁ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଥମିବାର ନାଁ ଧରୁନି। ଆଜି ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁ ଦ୍ୱୟ ହେଲେ ମାଥିଲି ବ୍ଲକ ମାଝିଗୁଡ଼ା ଗାଁର ୫ ବର୍ଷର ଶିଶୁ ଗଣେଶ ବିଶୋୟୀ ଓ ପଡ଼ିଆ ବ୍ଲକ ଭଜଗୁଡ଼ାର ୩ ବର୍ଷର ଶିଶୁ କନ୍ୟା ରୀନା ସୋଏମ୍‌। ଏବେ ମୃତ୍ୟୁ ସଂଖ୍ୟା ୪୧ ଦିନରେ ୬୦ରେ ପହଞ୍ଚିଛି। ରୀନା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ […]

malkangiri-death

Rakesh Mallick
  • Published: Wednesday, 19 October 2016
  • , Updated: 19 October 2016, 06:57 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆତଙ୍କ ଖେଳାଇଥିବା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ଥମିବାର ନାଁ ଧରୁନି। ଆଜି ଆଉ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ଶିଶୁ ଦ୍ୱୟ ହେଲେ ମାଥିଲି ବ୍ଲକ ମାଝିଗୁଡ଼ା ଗାଁର ୫ ବର୍ଷର ଶିଶୁ ଗଣେଶ ବିଶୋୟୀ ଓ ପଡ଼ିଆ ବ୍ଲକ ଭଜଗୁଡ଼ାର ୩ ବର୍ଷର ଶିଶୁ କନ୍ୟା ରୀନା ସୋଏମ୍‌।

ଏବେ ମୃତ୍ୟୁ ସଂଖ୍ୟା ୪୧ ଦିନରେ ୬୦ରେ ପହଞ୍ଚିଛି।

ରୀନା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି ହୋଇଥିଲା। ଗତ ଶନିବାର ସୁସ୍ଥ ହୋଇ ଘରକୁ ଫେରିଥିଲା। କିନ୍ତୁ ସେ ଘରେ ପହଞ୍ଚିବା ପରେ ପୁଣି ଅସୁସ୍ଥ ହୋଇପଡ଼ିଥିଲା। ପରିବାର ଲୋକେ ତାଙ୍କୁ ଆନ୍ଧ୍ରପ୍ରଦେଶର ଭଦ୍ରାଚଳମ୍‌ ସ୍ଥିତ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାର ଆଇସିୟୁରେ ତା’ର ମୃତ୍ୟୁ ହୋଇଥିଲା।

ସେହିପରି ମାଥିଲି ବ୍ଲକ ମାଝିଗୁଡ଼ା ଗାଁର ଗଣେଶ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଇସିୟୁରେ ଭର୍ତ୍ତି ହୋଇଥିଲେ।  ଆଜି ତା’ର ମୃତ୍ୟୁ ଘଟିଛି।

Related story