ମାଲକାନଗିରିରେ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ମୃତକଙ୍କ ସଂଖ୍ୟା ୪୨ ଛୁଇଁଲା

ମାଲକାନଗିରି: ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଆଜି ଆଉ ଏକ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ତା’ ନାଁ ଦେବସ୍ମିତା ବେଟିଆ (୩)। ତା’ ଘର କାଲିମେଳାର ମୁଦାଖାଲରେ। ଏହା ସହିତ ଏହି ରୋଗରେ ମୃତକଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି। ଗତକାଲି ରାତିରେ ଜଣେ ଶିଶୁର ମୃତ୍ୟୁ ଘଟିଥିଲା। ତା ନାଁ କୁନି ପାଙ୍ଗି। ଅନ୍ୟପକ୍ଷରେ ୨୪୦୦ ଘୁଷୁରି ମାରିବାକୁ ଦେଢ଼ କୋଟିର କ୍ଷତିପୂରଣ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି। ଏହି ଘୁଷୁରି ମାରିଲେ ଆଇନତଃ […]

malkan1

Rakesh Mallick
  • Published: Saturday, 08 October 2016
  • , Updated: 09 October 2016, 09:14 AM IST

ମାଲକାନଗିରି: ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ରେ ମାଲକାନଗିରି ମୁଖ୍ୟ ଡାକ୍ତରଖାନାରେ ଆଜି ଆଉ ଏକ ଶିଶୁ କନ୍ୟାର ମୃତ୍ୟୁ ଘଟିଛି। ତା’ ନାଁ ଦେବସ୍ମିତା ବେଟିଆ (୩)। ତା’ ଘର କାଲିମେଳାର ମୁଦାଖାଲରେ। ଏହା ସହିତ ଏହି ରୋଗରେ ମୃତକଙ୍କ ସଂଖ୍ୟା ୪୨ରେ ପହଞ୍ଚିଛି।

ଗତକାଲି ରାତିରେ ଜଣେ ଶିଶୁର ମୃତ୍ୟୁ ଘଟିଥିଲା। ତା ନାଁ କୁନି ପାଙ୍ଗି।

ଅନ୍ୟପକ୍ଷରେ ୨୪୦୦ ଘୁଷୁରି ମାରିବାକୁ ଦେଢ଼ କୋଟିର କ୍ଷତିପୂରଣ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି। ଏହି ଘୁଷୁରି ମାରିଲେ ଆଇନତଃ କୌଣସି ଦୋଷ ନୁହେଁ ବୋଲି ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ସଚିବ ବିଷ୍ଣୁପଦ ସେଠୀ କହିଛନ୍ତି। ମାଲକାନଗିରିରେ ଏଯାବତ୍ ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ରୋଗ ପାଇଁ ଟୀକାର ବ୍ୟବସ୍ଥା ସରକାରୀ ଭାବେ ହୋଇ ନ ଥିବା ବେଳେ ସେଠାରେ ଥିବା ପୋଲିସ୍‌ କର୍ମଚାରୀ ଟୀକା କିଣି ନିଜ ପିଲାଙ୍କୁ ଦେଇଛନ୍ତି। ମୋଟ ୭୦ଜଣଙ୍କୁ ପିଲାଙ୍କୁ ଏହି ଟୀକା ଦିଆଯାଇଛି। ଏହି ଟୀକା କଟକରୁ ମଗାଯାଇଛି ବୋଲି ଜଣାପଡ଼ିଛି।

Related story