ମାଲକାନଗିରିରେ ମାଓବାଦୀଙ୍କ ବିସ୍ଫୋରଣ: ୩ ଯବାନଙ୍କ ସମେତ ୪ ମୃତ, ୬ ଗୁରୁତର

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀଙ୍କ ବିସ୍ଫୋରଣରେ ୩ଜଣ ବିଏସଏଫ ଯବାନଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ମାଲକାନଗିରି ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପରେ ଆହତମାନଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି । ବିଚ୍ଛିନ୍ନାଞ୍ଚଳ ରାଲେଗଡ଼ା ପଞ୍ଚାୟତର ପଲଙ୍କରାଇ ଘାଟରେ ଯବାନମାନେ ବୋଟରେ ଯିବା ସମୟରେ ଏହି ଘଟଣା ଘଟିଛି। ଶହୀଦ ଯବାନମାନେ ହେଲେ ହେଡ୍ କନଷ୍ଟେବଳ ଏମ୍ ରବିଚନ୍ଦ୍ର, […]

maobadi

maobadi

Rakesh Mallick
  • Published: Wednesday, 26 August 2015
  • Updated: 26 August 2015, 01:38 PM IST

malkangiri mao attack

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଅଞ୍ଚଳରେ ମାଓବାଦୀଙ୍କ ବିସ୍ଫୋରଣରେ ୩ଜଣ ବିଏସଏଫ ଯବାନଙ୍କ ସମେତ ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ମାଲକାନଗିରି ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପରେ ଆହତମାନଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯିବ ବୋଲି ଜଣାପଡିଛି । ବିଚ୍ଛିନ୍ନାଞ୍ଚଳ ରାଲେଗଡ଼ା ପଞ୍ଚାୟତର ପଲଙ୍କରାଇ ଘାଟରେ ଯବାନମାନେ ବୋଟରେ ଯିବା ସମୟରେ ଏହି ଘଟଣା ଘଟିଛି। ଶହୀଦ ଯବାନମାନେ ହେଲେ ହେଡ୍ କନଷ୍ଟେବଳ ଏମ୍ ରବିଚନ୍ଦ୍ର, ଏଏସ୍ଆଇ ଶ୍ରୀଧର ଏବଂ ଜି. ଅବିନାଶ । ଏହି ଘଟଣାରେ ଅନ୍ୟ ଜଣେ ସାଧାରଣ ଲୋକର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆହତ ଯବାନମାନେ ହେଲେ ଆସିଷ୍ଟାଣ୍ଡ କମାଣ୍ଡାଣ୍ଟ ଅଶୋକ କୁମାର, କନଷ୍ଟେବଳ ମଦନ ଲାଲ୍, ତପନ କୁମାର, ଭି. ଭେଙ୍କଟେଶ୍ୱର ରାଓ, ଦାଶ ରଥ ଏବଂ ସତିଶ ଚନ୍ଦ୍ର ।

ଚିତ୍ରକୋଣ୍ଡାର ସର୍କୁବନ୍ଧ ନିକଟରେ ମାଓ କ୍ୟାମ୍ପ ଥିବା ସୂଚନା ପାଇ ୩୦ରୁ ଊର୍ଦ୍ଧ୍ୱ ଯବାନମାନେ କମ୍ବିଂରେ ଯାଇଥିଲେ । ଯବାନମାନେ କମ୍ବିଂ ସାରି ଫରିବା ପରେ ପୂର୍ବରୁ ଆମ୍ବୁସ ଲଗାଇ ବସିଥିବା ମାଓବାଦୀମାନେ ଆକ୍ରମଣ କରିଥିଲେ । ମାଓବାଦୀମାନେ ପ୍ରଥମେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ । ପରେ ମାଓବାଦୀମାନେ ଯବାନମାନଙ୍କ ଉପରକୁ ଆଖିବୁଜା ଗୁଳିଚାଳନା କରିଥିଲେ । ମାଓବାଦୀଙ୍କ ଆକ୍ରମଣ ପରେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇ ଦିଆଯାଇଛି । ଆନ୍ଧ୍ର, ଓଡ଼ିଶା ପୋଲିସ କମ୍ବିଂ ଓ ସର୍ଚ୍ଚ ଅପରେସନକୁ ଜୋରଦାର କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ମାଓବାଦୀ ଆକ୍ରମଣ କରିବା ନେଇ ଗୁଇନ୍ଦା ବିଭାଗ ପୂର୍ବରୁ ସୂଚନା ଦେଇଥିଲା । ଗତ ୧ ତାରିଖରେ ଏହି ଅଞ୍ଚଳରେ ଯବାନମାନେ ଏନକାଉଣ୍ଟର କରି ୩ଜଣ ମାଓବାଦୀଙ୍କୁ ନିହତ କରିଥିଲେ । ମୃତ ମାଓବାଦୀମାନଙ୍କ ମଧ୍ୟରେ ଜଣେ ଏରିଆ କମାଣ୍ଡର ଥିଲେ । ତେବେ ଏହି ଘଟଣା ପରେ ମାଓବାଦୀମାନେ ପ୍ରତିଶୋଧ ନେବାକୁ ଆକ୍ରମଣ ଘଟାଇ ପାରନ୍ତି ବୋଲି ଗୁଇନ୍ଦା ବିଭାଗ ସତର୍କ ସୂଚନା ଦେଇଥିଲା । ଏହାକୁ ଭିତ୍ତି କରି ଅଞ୍ଚଳରେ କମ୍ବିଂ ଅପରେସନକୁ ଜୋରଦାର କରାଯାଇଥିଲା । ଯବାନମାନେ ଷ୍ଟାଣ୍ଡାର ଅପରେଟିଂ ପ୍ରୋସିଜିୟର ଅନୁସାରେ କମ୍ବିଂରେ ଯାଇଥିବା ଜରାପଡିଛି । ତେବେ ଗତରାତିରୁ କମ୍ବିଂରେ ଯାଇ ଯବାନମାନେ ଫେରିବା ବେଳେ ସ୍ଥିତିକୁ ହାଲକାରେ ନେବାରୁ ମାଓବାଦୀଙ୍କ ଆମ୍ବୁସରେ ଫସି ଯାଇଥିଲେ ବୋଲି କୁହାଯାଉଛି ।

ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଗୃହରେ ଏନେଇ ବିବୃତି ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହିଦଙ୍କ ପରିବାରକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ବ୍ୟବସ୍ଥା ଅନୁଯାୟୀ ୧୫ ଲକ୍ଷ ଟଙ୍କ।ର କ୍ଷତିପୂରଣ ରାଶି ଏବଂ ୧୦ ଲକ୍ଷ ଟଙ୍କାର ଇନସୁରାନ୍ସ ପେ-ଆଉଟ୍ ମିଳିବ। ସେହିପରି ରାଜ୍ୟ ସରକାର ବିସ୍ପୋରଣରେ  ମୃତ ହରି ଖିଲଙ୍କ ପରିବାରକୁ ୫ ଲକ୍ଷ ଦେବାକୁ ଘୋଷଣା କରିଛନ୍ତି। ଗୁରୁପ୍ରିୟା ସେତୁର ନିର୍ମାଣ କାର୍ଯ୍ୟରେ ବାଧା ଦେବା ଉଦ୍ଦେଶ୍ୟରେ  ଏହି ଆକ୍ରମଣ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story