ମଲା ସ୍ତ୍ରୀକୁ ମୁଖାଗ୍ନି ଦେବାକୁ କଅଁଳା ପୁଅ ବନ୍ଦୀ: ଦାଦନ କାହାଣୀର କରୁଣ ଅଧ୍ୟାୟ

ବଲାଙ୍ଗିର (ମନୋରଂଜନ ଯୋଶୀ):ଏକ ଅଜଣା ରାଇଜରେ ସେ ଦେଖିଥିଲା ଦୁନିଆର ପ୍ରଥମ ଆଲୁଅ। ହେଲେ ଆଖି ମଳି ମଳି ଦୁନିଆ ଦେଖିବା ବେଳକୁ ତା’ ପାଖରୁ ଚାଲି ଯାଇଥିଲା ମା’ । ଝାପ୍ସା ଆଖିକୁ କେବଳ ଦେଖା ଯାଉଥିଲା ବାପାର ଲୁହଭିଜା ମୁହଁ। ଭୋକକୁ ବୁଝିବା ପୂର୍ବରୁ ତାକୁ ଭୋକରେ ଛାଡ଼ି ଦେଇଥିଲା ମା’। ସତେ ଯେମିତି ସଂପର୍କ ଆଗରେ ଭାଗ୍ୟ ଲକ୍ଷ୍ମଣ ରେଖା ଟାଣି ସାରିଥିଲା ଜନ୍ମ ହେବା ବେଳକୁ।  କାରଣ ଭୋକ ଓ ଭାଗ୍ୟର ଚକ୍ରବ୍ୟୁହରୁ […]

dadana-1

Rakesh Mallick
  • Published: Monday, 08 May 2017
  • , Updated: 08 May 2017, 06:46 PM IST

ବଲାଙ୍ଗିର (ମନୋରଂଜନ ଯୋଶୀ):ଏକ ଅଜଣା ରାଇଜରେ ସେ ଦେଖିଥିଲା ଦୁନିଆର ପ୍ରଥମ ଆଲୁଅ। ହେଲେ ଆଖି ମଳି ମଳି ଦୁନିଆ ଦେଖିବା ବେଳକୁ ତା’ ପାଖରୁ ଚାଲି ଯାଇଥିଲା ମା’ । ଝାପ୍ସା ଆଖିକୁ କେବଳ ଦେଖା ଯାଉଥିଲା ବାପାର ଲୁହଭିଜା ମୁହଁ। ଭୋକକୁ ବୁଝିବା ପୂର୍ବରୁ ତାକୁ ଭୋକରେ ଛାଡ଼ି ଦେଇଥିଲା ମା’। ସତେ ଯେମିତି ସଂପର୍କ ଆଗରେ ଭାଗ୍ୟ ଲକ୍ଷ୍ମଣ ରେଖା ଟାଣି ସାରିଥିଲା ଜନ୍ମ ହେବା ବେଳକୁ।  କାରଣ ଭୋକ ଓ ଭାଗ୍ୟର ଚକ୍ରବ୍ୟୁହରୁ ବାହାରି ଆସିବା ବେଳକୁ ବନ୍ଦୀ ପାଲଟି ଯାଇଥିଲା ନବଜାତକ। ଗାଁକୁ ଆସିଲା ମା’ର ଶବ। ଆଉ ସେ ରହିଗଲା ଏକ ଅଜଣା ରାଇଜରେ। ଯେଉଁଠି ମଣିଷ ଥିଲେ ହେଲେ ମାନବିକତା ନ ଥିଲା। ଯେଉଁ ଜୀବନ ଥିଲା ହେଲେ ବଂଚିବାକୁ ଯୁଦ୍ଧ କରିବାକୁ ପଡୁଥିଲା।

ଏମିତି ଏକ ଘଟଣା ଘଟିଛି ବଲାଙ୍ଗିରର ଜଣେ ଦାଦନ ଶ୍ରମିକର କଅଁଳା ପୁଅ ସହ। ବେଲପଡ଼ା ବ୍ଳକ୍ କଲାହାଲ୍ ଗାଁର ବିଷ୍ଣୁ ବନ୍‌ଛୋର୍ ଓ ତାଙ୍କ ସ୍ତ୍ରୀ ଭୂମିକା ହାଇଦ୍ରାବାଦ୍ରର ଏକ ଇଟ୍ଟାଭାଟିରେ କାମ କରିବାକୁ ଯାଇଥିଲେ। ମାର୍ଚ୍ଚ ୧ ତାରିଖ ଦିନ ଗର୍ଭବତୀ ସ୍ତ୍ରୀ ଏକ ଶିଶୁପୁତ୍ରକୁ ଜନ୍ମ ଦେଇ ଜୀବନ ହାରି ଦେଲେ। ସ୍ତ୍ରୀର ଶବକୁ ସଂସ୍କାର କରିବାକୁ ସ୍ୱାମୀ ଆସିଲେ ଗାଁକୁ। ହେଲେ ଇଟ୍ଟାଭାଟି ମାଲିକ କିନ୍ତୁ ଛାଡ଼ି ନ ଥିଲା କଅଁଳ ପୁଅକୁ। କାରଣ ଅଗ୍ରୀମ ବାବଦରେ ଦଲାଲ୍ ଠାରୁ ସେ ନେଇଥିଲେ ୨୦ହଜାର ଟଙ୍କ।। ତେଣୁ ଅଭାବି ବାପା ପୁଅକୁ ବନ୍ଧକ ସଜାଇ ମଲା ସ୍ତ୍ରୀକୁ ନେଇ ଫେରିଥିଲେ ଗାଁକୁ ଶୁଦ୍ଧିକ୍ରିୟା ପାଇଁ।  ଗାଁକୁ ଆସିବା ପରେ ଦାଦନ କହିଥିଲା ଦୁଃଖ। ଜିଲ୍ଲା ଶିଶୁ ସୁରକ୍ଷା ସମିତି ଜାଣିବା ପରେ ଜିଲ୍ଲା ପ୍ରଶାସନ ପାଖରେ ଫେରାଦ୍ ହୋଇଥିଲା। ଆଉ ଜିଲ୍ଲାପାଳଙ୍କ ନିଦ୍ଦେର୍ଶକ୍ରମେ ବନ୍ଦୀ ଶିଶୁପୁତ୍ରକୁ ହାଇଦ୍ରାବାଦ୍‌ରୁ ଉଦ୍ଧାର କରାଯାଇଛି।

ମା’ ଛେଉଣ୍ଡ ପୁଅକୁ କୋଳରେ ପାଇଁ ଆତ୍ମହରା ହୋଇଯାଇଛି ବାପା। ହେଲେ ଅଭାବି ଦାଦନ ବାପା କିନ୍ତୁ ଭୂଲି ପାରୁନି ସେହି ଦିନଗୁଡ଼ିକୁ। ଯେଉଁଦିନ ସ୍ତ୍ରୀର ଶବ ଶତ୍କାର ପାଇଁ ପୁଅକୁ ସଜାଇ ଥିଲା ବନ୍ଦୀ। ଫେରି ପାଇବାର ଆଶା ଛାଡ଼ି ଦେଇ ଦାଦନ ରାଇଜରୁ ଚାଲି ଆସିଥିଲା ଏକା ଏକା କାନ୍ଦି କାନ୍ଦି।

Related story