ମୋଦି ପଚାରିଲେ ମତେ ନେଇ ଏତେ ଘୃଣା କାହିଁକି? ସୋସିଆଲ ମିଡିଆରେ ଆସିଲା ୨୨ ଉତ୍ତର, ପଢନ୍ତୁ କିଏ କ’ଣ କହିଲେ

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଖୁବ୍‌ ଭାଇରାଲ ହେଉଛି।  ଯେଉଁଥିରେ ମୋଦିଙ୍କ ପ୍ରଶ୍ନର ଜଣେ ବ୍ୟକ୍ତି ସବୁ ଉତ୍ତର ରଖୁଛନ୍ତି।  ଗୁଜରାଟ ନିର୍ବାଚନ ପ୍ରଚାର ବେଳେ ମୋଦି କଂଗ୍ରେସକୁ ଟାର୍ଗେଟ କରି  ଗୋଟିଏ ପ୍ରଶ୍ନ ପଚାରିଥିଲେ। କହିଥିଲେ ମତେ ନେଇ ଲୋକଙ୍କ ମନରେ ଏତେ ଘୃଣା କାହିଁକି। ଲୋକେ ମୋ ଉପରେ ଭରସା କରିବା କଣ ଭୁଲ୍‌ ରହିଲା। କଂଗ୍ରେସର ମଣିଶଙ୍କର ଆୟାର ‘ନିଚ’ କହି କଟୁସମାଲୋଚନା କରିବା ପରେ […]

modicopy

Rakesh Mallick
  • Published: Wednesday, 13 December 2017
  • , Updated: 14 December 2017, 03:24 PM IST

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ଖୁବ୍‌ ଭାଇରାଲ ହେଉଛି।  ଯେଉଁଥିରେ ମୋଦିଙ୍କ ପ୍ରଶ୍ନର ଜଣେ ବ୍ୟକ୍ତି ସବୁ ଉତ୍ତର ରଖୁଛନ୍ତି।  ଗୁଜରାଟ ନିର୍ବାଚନ ପ୍ରଚାର ବେଳେ ମୋଦି କଂଗ୍ରେସକୁ ଟାର୍ଗେଟ କରି  ଗୋଟିଏ ପ୍ରଶ୍ନ ପଚାରିଥିଲେ। କହିଥିଲେ ମତେ ନେଇ ଲୋକଙ୍କ ମନରେ ଏତେ ଘୃଣା କାହିଁକି। ଲୋକେ ମୋ ଉପରେ ଭରସା କରିବା କଣ ଭୁଲ୍‌ ରହିଲା। କଂଗ୍ରେସର ମଣିଶଙ୍କର ଆୟାର ‘ନିଚ’ କହି କଟୁସମାଲୋଚନା କରିବା ପରେ ଏହାର ପ୍ରତିକ୍ରିୟା ରଖି ଉପରୋକ୍ତ ପ୍ରଶ୍ନ କରିଥିଲେ ମୋଦି।  କହିଥିଲେ ମୁଁ 'ନିଚ' କ'ଣ ପାଇଁ ? କ'ଣ ମୁଁ ଗରିବ ପରିବାରରେ ଜନ୍ମ ନେଇଛି ବୋଲି ? ନା ମୁଁ  ମୁଁ ନିଚ ଜାତିରେ ଜନ୍ମ ନେଇଛି ସେଥିପାଇଁ? ଏହି କାରଣ ପାଇଁ ଲୋକେ କ’ଣ ମତେ ଏତେ ଘୃଣା କରୁଛନ୍ତି? ଏହାକୁ ନେଇ ବିଭିନ୍ନ ଗଣମାଧ୍ୟମରେ ଖୁବ୍‌ ହଇଚଇ ହୋଇଥିଲା।  ତେବେ ଏହାର ଉତ୍ତର ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ରଖିଛନ୍ତି। ଦେବଦନ ଚୌଧୁରୀ ନାମକ ଜଣେ ବ୍ୟକ୍ତି ମୋଦିଙ୍କର ଏହି ପ୍ରଶ୍ନର ଉତ୍ତର ତାଙ୍କର ଫେସ୍‌ବୁକ୍‌ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।   ସବୁଠୁ ରୋଚକ କଥା ଏହି ପୋଷ୍ଟକୁ ବହୁମାତ୍ରାରେ ସେୟାର ହେଉଛି। ବିଭିନ୍ନ ମୋବାଇଲରେ ଏହା ଖୁବ୍‌ ଭାଇରାଲ ବି ହେଉଛି। ତେବେ କଂଗ୍ରେସ ସିନା ଜବାବ ଦେଇ ପାରିଲାନି ହେଲେ ଦେବଦନ ଚୌଧୁରୀ କ’ଣ ଉତ୍ତର ରଖିଛନ୍ତି ଆସନ୍ତୁ ଜାଣିବା।

୧-ବିମୁଦ୍ରାକରଣ ଦ୍ୱାରା ଭାରତର ଆର୍ଥିକ ବ୍ୟବସ୍ଥା ଦୋହଲିଗଲା। କିନ୍ତୁ ସେଥିପାଇଁ ଆପଣ ନିଜକୁ ଦାୟୀ କରୁ ନାହାନ୍ତି।

୨-ସଂଗଠିତ ଧୃବିକରଣ କରି  ଦେଶର ପରମ୍ପରା ଏବଂ ସଂସ୍କୃତିକୁ ନଷ୍ଠ କରିବା ପାଇଁ

୩-ହିନ୍ଦୁ /ସନାତନ ଧର୍ମର ମୂଳ ଶିକ୍ଷାକୁ ନଷ୍ଠ କରିବା ପାଇଁ।

୪-ନକଲି ରାଷ୍ଟ୍ରବାଦକୁ ଜାବୁଡି ଧରିଛନ୍ତି। କିନ୍ତୁ ଆପଣଙ୍କ କାମ ଓ ନୀତି ଭାରତର କ୍ଷତି ସାଧନ କରୁଛି।

୫-କେବଳ ସରକାର, କିନ୍ତୁ ଭାରତର ନୁହେଁ । ଖାଲି ହିନ୍ଦୁ ଏବଂ ବିଦେଶୀ ନିହିତ ହିତପାଇଁ ଗୁରୁତ୍ୱ ଦେବା।

୬-କେବଳ ମିଥ୍ୟା ପ୍ରତିଶ୍ରୁତି ଯାହାକୁ ଦୌନିକ ଭିନ୍ନ ଭିନ୍ନ ଟିଭି ଚାନେଲ୍‌ରେ ପ୍ରସାର କରୁଛନ୍ତି

୭-ଭାରତୀୟ ସମ୍ବିଧାନର ସିଦ୍ଧାନ୍ତକୁ ଉଲ୍ଲଂଘନ କରିବା ପାଇଁ।

୮- ଗଣମାଧ୍ୟମକୁ ମେନିପୁଲେଟ କରି ଗଣତନ୍ତ୍ରର ମୂଳଦୁଆକୁ  ଧ୍ୱଂଶ କରିବା ପାଇଁ।

୯-ଲୋକଙ୍କ କଥା ଶୁଣିବା ପରିବର୍ତ୍ତେ ସେମାନଙ୍କୁ ଧମକାଇ ନିର୍ଦ୍ଦେଶ ଲାଗୁ କରିବା ।

୧୦- ଘୃଣା ସୃଷ୍ଟି କରିବା ।

୧୧- ସ୍ୱତନ୍ତ୍ରତାକୁ ରୋକିବା ପାଇଁ ସବୁପ୍ରକାର ଚାଲ ଚଲାଇବା।

୧୨- ୨୦୧୪ରେ ସବୁ ମାନବ ବିକାଶ ଇଣ୍ଡେକ୍ସକୁ ଡୁବାଇବା ପାଇଁ।

୧୩-ନକଲି ନୈତିକତାର ଖେଳ ଖେଳିବା ।

୧୪-ଲୋକଙ୍କ ପ୍ରଶ୍ନରୁ ବର୍ତ୍ତିବା ପାଇଁ ଶାସନକୁ ଆସିବା ପରେ ଦିନେ ବି ସାମ୍ବାଦିକ ସମ୍ମିଳନୀ ନ ଡାକିବା।

୧୫- ଜନସମ୍ପର୍କ, ପ୍ରଚାର, ଘଟଣା ଓ ପ୍ରଚାର ଉପରେ ଧ୍ୟାନ କେନ୍ଦ୍ରିତ କରିବା । କିନ୍ତୁ ରାଷ୍ଟ୍ରର ପ୍ରକୃତ ସମସ୍ୟା ଉପରେ ନୁହେଁ।

୧୬-ଭାରତର ପାରମ୍ପରିକ ବିଦେଶ ନୀତି କୁ 'non-aligned' ମାଧ୍ୟମରେ ନଷ୍ଠ କରିବା ପାଇଁ।

୧୭-ଭାଷଣ ମାଧ୍ୟମରେ ଘୃଣା ପ୍ରସାର କରିବା ।

୧୮-ନିଜର ଚାଟୁକାର ପାଇଁ ଅଯୋଗ୍ୟ ବ୍ୟକ୍ତିଙ୍କୁ ଗଭର୍ଣ୍ଣନର ଆସନରେ ବସାଇବା।

୧୯- ମହତ ବିଚାରରେ ଅତିଶୟ ବିଫଳ ହେବା।
୨୦- ସାମାଜିକ ନ୍ୟାୟକୁ ଏଡାଇ ବିକାଶ ଅର୍ଥର ଭୁଲ ଢଙ୍ଗରେ ବିନିଯୋଗ କରିବା।

୨୧- ଧନୀଙ୍କ ଉପରେ ଗରିବ ଓ ମଧ୍ୟମ ବର୍ଗଙ୍କ ଉପରେ ଅଧିକ ଚାପ ପକାଇବା ପାଇଁ।

୨୨- ଲୋକମାନଙ୍କ ବିଶ୍ୱାସ ଭାଙ୍ଗିବା ପାଇଁ।

Related story