ମନୋଜଙ୍କ ରିମାଣ୍ଡର ଆଜି ଦ୍ୱିତୀୟ ଦିନ

ଭୁବନେଶ୍ୱର: ସମ୍‌ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାରେ ଗିରଫ ମନୋଜ ନାୟକଙ୍କୁ ଗତକାଲିଠାରୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍‌ ପୋଲିସ୍‌। ଆଜି ହେଉଛି ତାଙ୍କ ରିମାଣ୍ଡର ଦ୍ୱିତୀୟ ତଥା ଶେଷ ଦିବସ। ମନୋଜଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଚଲାଇଛି ପୋଲିସ୍। ଆଜି ତାଙ୍କୁ ସମ୍ ହସ୍‌ପିଟାଲ୍ ନିଆଯାଇ ତାଙ୍କ ଉପସ୍ଥିତିରେ ପୋଲିସ୍ ବିଭିନ୍ନ କାଗଜପତ୍ର ଜବତ କରିପାରେ ବୋଲି କୁହାଯାଉଛି। ଗତକାଲି ପୋଲିସ୍ ମନୋଜ ନାୟକଙ୍କୁ ଝାରପଡ଼ା ଜେଲ୍‌ରୁ ରିମାଣ୍ଡରେ ନେବା ବେଳେ ତାଙ୍କର ସମର୍ଥକମାନେ ସେଠାରେ ଉପସ୍ଥିତ […]

manoj

Rakesh Mallick
  • Published: Saturday, 22 October 2016
  • , Updated: 22 October 2016, 11:25 AM IST

ଭୁବନେଶ୍ୱର: ସମ୍‌ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାରେ ଗିରଫ ମନୋଜ ନାୟକଙ୍କୁ ଗତକାଲିଠାରୁ ଦୁଇ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍‌ ପୋଲିସ୍‌। ଆଜି ହେଉଛି ତାଙ୍କ ରିମାଣ୍ଡର ଦ୍ୱିତୀୟ ତଥା ଶେଷ ଦିବସ। ମନୋଜଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଚଲାଇଛି ପୋଲିସ୍। ଆଜି ତାଙ୍କୁ ସମ୍ ହସ୍‌ପିଟାଲ୍ ନିଆଯାଇ ତାଙ୍କ ଉପସ୍ଥିତିରେ ପୋଲିସ୍ ବିଭିନ୍ନ କାଗଜପତ୍ର ଜବତ କରିପାରେ ବୋଲି କୁହାଯାଉଛି।

ଗତକାଲି ପୋଲିସ୍ ମନୋଜ ନାୟକଙ୍କୁ ଝାରପଡ଼ା ଜେଲ୍‌ରୁ ରିମାଣ୍ଡରେ ନେବା ବେଳେ ତାଙ୍କର ସମର୍ଥକମାନେ ସେଠାରେ ଉପସ୍ଥିତ କିଛି ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ମନୋଜଙ୍କ ଫଟୋ ନଉଠାଇବାକୁ ସେମାନେ ଧମକଚମକ ଦେବା ସହିତ ଠେଲାପେଲା କରିଥିଲେ ବୋଲି କିଛି ଗଣମାଧ୍ୟମ ପ୍ରତିନିଧି ଅଭିଯୋଗ କରିଥିଲେ। ଏ ଘଟଣାରେ ପୋଲିସ୍ ୪ ଜଣଙ୍କୁ ଅଟକ ରଖିଥିଲା।

ବୁଧବାର ବିଳମ୍ବିତ ରାତିରେ ମନୋଜ ଖଣ୍ଡଗିରି ଥାନାରେ ଆତ୍ମସର୍ମପଣ କରିଥିଲେ। ଅଗ୍ନିଶମ ବିଭାଗର ଏତଲା ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଆଇପିସି ଧାରା ୩୦୪,୩୦୮,୨୮୫ ଏବଂ ୩୪ ଲଗାଯାଇଛି।

ସୂଚନାଯୋଗ୍ୟ, ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାରେ ଏଯାବତ ୨୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।

Related story