କଥାରେ ଅଛି- ‘ବୁଝ୍ ନ ବୁଝ୍ ପଢ଼ ଗୀତା, ରୁଚୁ କି ନ ରୁଚୁ ଖାଆ ପିତା।’ ପିତା ଯେମିତି ଶରୀରର ଜୀବାଣୁ ନାଶ କରି ଶରୀରକୁ ସୁସ୍ଥ ରଖିଥାଏ, ଠିକ୍ ସେମିତି ଗୀତା ଆମ ମନକୁ ସୁସ୍ଥ ରଖିଥାଏ। କୁହାଯାଏ ଯେ, ଗୀତା ପାଠ ଆମର ମନର ମଇଳାକୁ ଦୂର କରିବା ସହ ଚରିତ୍ରକୁ ସଂଶୋଧନ ଓ ମାର୍ଜିତ କରିଥାଏ। ଗୀତା ପାଠର ଯୁକ୍ତାତ୍ମକ ପ୍ରଭାବ ଆମର କାର୍ଯ୍ୟଶୈଳୀ ଉପରେ ପଡ଼ିଥାଏ। ଫଳରେ ଜୀବନର ପ୍ରତିଟି ସୋପାନକୁ ସାମ୍ନା କରିବାକୁ ଆମକୁ ଶକ୍ତି ମିଳିଥାଏ। ତେବେ ବଡ଼ କଥା ହେଉଛି, ଗୀତା ପାଠ ଦ୍ୱାରା କ’ଣ ଲାଭ ମିଳେ ତାହା ଅନୁଭବୀ ହିଁ କହିପାରିବ। ଗୀତା ପାଠ କରିବା ଦ୍ୱାରା ପାପ କ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି। ହିନ୍ଦୁ ଧର୍ମର ଏହା ହେଉଛି ପବିତ୍ର ଧର୍ମଗ୍ରନ୍ଥ। ଗୀତାର ଅଠର ତମ ଅଧ୍ୟାୟକୁ ନିୟମିତ ପଢିଲେ ଦୈନନ୍ଦିନ ଜୀବନରେ ସମସ୍ତ ଅସୁବିଧାରୁ ମୁକ୍ତି ମିଳିବାର କୁହାଯାଏ। କିନ୍ତୁ ଆଜି କାଲି ବ୍ୟସ୍ତ ବହୁଳ ଜୀବନରେ ଲୋକମାନଙ୍କୁ ଭଗବତ୍ ଗୀତା ପାଠ କରିବାର ସମୟ ମିଳୁନାହିଁ। ଏହାର ଏକ ବିକଳ୍ପ ରହିଛି। ଏମିତି ୪ଟି ମନ୍ତ୍ର ଅଛି ଯାହାକୁ ଜପ କରିବା ଦ୍ୱାରା ଆପଣଙ୍କୁ ପୂରା ଶ୍ରୀମଦ୍ ଭାଗବତ ଗୀତା ପାଠର ପୁଣ୍ୟ ମିଳିବ। ଆସନ୍ତୁ ସେହି ୪ଟି ଶ୍ଲୋକ ବିଷୟରେ ଜାଣିବା।
ଶ୍ଳୋକ-୧
अहमेवासमेवाग्रे नान्यद यत् सदसत परम।
ଅହମେବାସମେବାଗ୍ରେ ନାନ୍ୟଦ ଯତ୍ ସଦସତ ପରମ
ପଶ୍ଚାଦହଂ ୟଦେତଚ୍ଚ ଯୋ ବଶିଷ୍ୟତେ ସୋ ସମ୍ୟହମ୍।।
ଶ୍ଳୋକ-୨
ऋते र्थं यत् प्रतीयेत न प्रतीयेत चात्मनि।
तद्विद्यादात्मनो माया यथा भासो यथा तम
ଶ୍ରୁତୋ ଥଁ ୟତ୍ ପ୍ରତୀୟେତ ନ ପ୍ରତୀୟେତ ଚାତ୍ମନି
ନଦ୍ବିଦ୍ୟାଦାତ୍ମନୋ ମାୟା ଯଥା ଭାସୋ ଯଥା ତମ।।
ଶ୍ଳୋକ-୩
यथा महान्ति भूतानि भूतेषूच्चावचेष्वनु।
प्रविष्टान्यप्रविष्टानि तथा तेषु न तेष्वहम॥
ଯଥା ମହାନ୍ତି ଭୂତାନି ଭୂତେଷୂଚ୍ଚାବଚେଷ୍ୱନୁ
ପ୍ରବିଷ୍ଟାନ୍ୟପ୍ରବିଷ୍ଟାନି ତଥା ତେଷୁ ନ ତେଷ୍ୱହମ୍।।
ଶ୍ଳୋକ-୪
एतावदेव जिज्ञास्यं तत्त्वजिज्ञासुनात्मन:।
अन्वयव्यतिरेकाभ्यां यत् स्यात् सर्वत्र सर्वदा॥
ଏତାବଦେବ ଜିଜ୍ଞାସ୍ୟଂ ତତ୍ତ୍ୱଜିଜ୍ଞାସୁନାତ୍ମନଃ
ଅନ୍ୱୟବ୍ୟତିରେକାଭ୍ୟାଂ ଯତ୍ ସ୍ୟାତ୍ ସର୍ବତ୍ର ସର୍ବଦା।।