ମାଓବାଦୀଙ୍କ ମରୁଡ଼ି ଚିନ୍ତା: କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଯୋଗାଇବାକୁ ସରକାରଙ୍କୁ ଆହ୍ୱାନ

ନୂଆପଡ଼ା: ମରୁଡ଼ିକୁ ନେଇ ମାଓବାଦୀମାନେ ଚିନ୍ତା ପ୍ରକଟ କରିଛନ୍ତି। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖାଦେଇଥିବା ମରୁଡ଼ି ସ୍ଥିତିର ମୁକାବିଲା ପାଇଁ ସରକାର ଆଗେଇ ଆସିବାକୁ ମାଓବାଦୀ ଆହ୍ୱାନ ଦେଇଛନ୍ତି । ନୂଆପଡ଼ା-ମୈନପୁର ଡିଭିଜିନାଲ ମାଓବାଦୀ କମିଟିର ପ୍ରବକ୍ତା ବୁଧୁରାମ ପହରିଆ କହିଛନ୍ତି, ସରକାର ସ୍ଥିତିର ମୁକାବିଲା ଲାଗି ତୁରନ୍ତ ପଦକ୍ଷେପ ନିଅନ୍ତୁ। କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ସେ କହିଛନ୍ତି। ଆତ୍ମହତ୍ୟା ନ କରି ଆନ୍ଦୋଳନ କରିବାକୁ ସେ ଚାଷୀଙ୍କୁ ଅନୁରୋଧ […]

maobadi

Rakesh Mallick
  • Published: Friday, 13 November 2015
  • , Updated: 13 November 2015, 12:37 PM IST

ନୂଆପଡ଼ା: ମରୁଡ଼ିକୁ ନେଇ ମାଓବାଦୀମାନେ ଚିନ୍ତା ପ୍ରକଟ କରିଛନ୍ତି। ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଦେଖାଦେଇଥିବା ମରୁଡ଼ି ସ୍ଥିତିର ମୁକାବିଲା ପାଇଁ ସରକାର ଆଗେଇ ଆସିବାକୁ ମାଓବାଦୀ ଆହ୍ୱାନ ଦେଇଛନ୍ତି । ନୂଆପଡ଼ା-ମୈନପୁର ଡିଭିଜିନାଲ ମାଓବାଦୀ କମିଟିର ପ୍ରବକ୍ତା ବୁଧୁରାମ ପହରିଆ କହିଛନ୍ତି, ସରକାର ସ୍ଥିତିର ମୁକାବିଲା ଲାଗି ତୁରନ୍ତ ପଦକ୍ଷେପ ନିଅନ୍ତୁ। କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ଯୋଗାଇ ଦେବାକୁ ସେ କହିଛନ୍ତି। ଆତ୍ମହତ୍ୟା ନ କରି ଆନ୍ଦୋଳନ କରିବାକୁ ସେ ଚାଷୀଙ୍କୁ ଅନୁରୋଧ କରିଛନ୍ତି।

ସେ କହିଛନ୍ତି ଯେ ଏପର୍ଯ୍ୟନ୍ତ ନୂଆପଡ଼ା ଜିଲ୍ଲାରେ ୫ଜଣ ଚାଷୀ ଆତ୍ମହତ୍ୟା କରିଛନ୍ତି। ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ଏକର ପିଛା ୪୦ହଜାର ଟଙ୍କ।, ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାର ଲୋକଙ୍କୁ ୫ଲକ୍ଷ ଟଙ୍କା କ୍ଷତିପୂରଣ, ସମସ୍ତ ଋଣ ଛାଡ଼, ନୂଆ ଋଣ ପ୍ରଦାନ, ରାସନ କାର୍ଡ, ମାଗଣାରେ ବିହନ ଓ ସାର ଯୋଗାଇବା ପାଇଁ ସେ ଦାବି କରିଛନ୍ତି। ଏଥିସହ ଦାଦନ ମୁକାବିଲା ପାଇଁ ଲୋକଙ୍କୁ କାମ ଯୋଗାଇବାକୁ ସେ କହିଛନ୍ତି।

Related story