ଇସଲାମ୍ ଗ୍ରହଣ କର-ନହେଲେ ବିଛଣା ରହିବ, ହେଲେ ପୁରୁଷ ବଦଳିବେ: ଖେଳାଳି କେମିତି ବନିଗଲେ ଖେଳଣା

ନୂଆଦିଲ୍ଲୀ-ଇଲଲାମ୍ ଗ୍ରହଣ କର। ନଚେତ୍ ବିଛଣା ତ ସେୟା ରହିବ, ହେଲେ ପ୍ରତିଦିନ ପୁରୁଷ ପରିବର୍ତ୍ତନ ହେବେ। ଏ କୌଣସି ଫିଲ୍ମର ଡାଇଲଗ୍ ନୁହେଁ। ବଂର ବୋହୂକୁ ଜଣେ ଶାଶୂର ତାଗିଦ୍। ଏ କୌଣସି ଗାଁ ଗହଳି କି ଅଶିକ୍ଷିତ ପରିବାରର କଥା ନୁହେଁ ବଂର ଜଣେ ଜାତୀୟସ୍ତରର ଖେଳାଳିଙ୍କ ସହ ଘଟିଥିବା ସମ୍ବେଦନଶୀଳ କାହାଣୀ। ଯେଉଁ ମାମଲାର ତଦନ୍ତ କରି ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ପୀଡିତାଙ୍କ ଶାଶୂ ଓ ସ୍ୱାମୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ […]

BLLLLLLL

Rakesh Mallick
  • Published: Tuesday, 23 May 2017
  • , Updated: 23 May 2017, 06:46 PM IST

ନୂଆଦିଲ୍ଲୀ-ଇଲଲାମ୍ ଗ୍ରହଣ କର। ନଚେତ୍ ବିଛଣା ତ ସେୟା ରହିବ, ହେଲେ ପ୍ରତିଦିନ ପୁରୁଷ ପରିବର୍ତ୍ତନ ହେବେ। ଏ କୌଣସି ଫିଲ୍ମର ଡାଇଲଗ୍ ନୁହେଁ। ବଂର ବୋହୂକୁ ଜଣେ ଶାଶୂର ତାଗିଦ୍। ଏ କୌଣସି ଗାଁ ଗହଳି କି ଅଶିକ୍ଷିତ ପରିବାରର କଥା ନୁହେଁ ବଂର ଜଣେ ଜାତୀୟସ୍ତରର ଖେଳାଳିଙ୍କ ସହ ଘଟିଥିବା ସମ୍ବେଦନଶୀଳ କାହାଣୀ। ଯେଉଁ ମାମଲାର ତଦନ୍ତ କରି ଆଜି ସ୍ୱତନ୍ତ୍ର ସିବିଆଇ କୋର୍ଟ ପୀଡିତାଙ୍କ ଶାଶୂ ଓ ସ୍ୱାମୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।

ଖେଳାଳିରୁ ଖେଳଣା

ଜାତୀୟସ୍ତରର ସୁଟର ତାରା ସାହାଦେବ।  2014 ମସିହାରେ ବିବାହ କରିଥିଲେ ରଂଜିତ କୁମାର ଓରଫ୍ ରକିବୁଲ ହସନଙ୍କୁ। ତେବେ ବିବାହ ପରେ ତାରା ଜାଣିଥିଲେ ରଂଜିତ୍ ହିନ୍ଦୁ ନୁହଁନ୍ତି, ବଂର ଧର୍ମକୁ ଲୁଚାଇ ସେ ବିବାହ କରିଥିଲେ ତାରାଙ୍କୁ। ତେବେ ବିବାହର କିଛି ଦିନ ପରେ ତାରାଙ୍କୁ ଶାଶୁଘରେ ଆରମ୍ଭ ହୋଇଗଲା ନିର୍ଯାତନା। ଧର୍ମ ପରିବର୍ତ୍ତନ କରିବାକୁ ପୂରା ପରିବାର ଚାପ ପକାଇଲା। ଏପରିକି ଶାଶୂଙ୍କ ଧମକ ଥିଲା କାନରେ ଶୁଣି ନହେଲା ଭଳି। ସେ କହିଥିଲେ, ଯଦି ଧର୍ମ ପରିବର୍ତ୍ତନ ନକରିବୁ ତେବେ ବିଛଣା ତ ସମାନ ରହିବ, ହେଲେ ପ୍ରତିଦିନ ବଦଳିଯିବ ବିଛଣାକୁ ଆସୁଥିବା ପୁରୁଷଙ୍କ ଚେହେରା।

ଏହରିକି ପୀଡିତା ଅଭିଯୋଗରେ କରିଛନ୍ତି, ଯେ ମଥାରେ ସିନ୍ଦୁର ଲଗେଇଲେ ହାତଗୋଡ଼ ଭାଙ୍ଗି ଦେବାକୁ ତାଙ୍କୁ ଧମକ ଦିଆଯାଉଥିଲା।

ଏ ଘଟଣା ପରେ ତାରା ଯାଇଥିଲେ ଥାନାକୁ। 2015ରେ ଏ ସମ୍ୱେଦନଶୀଳ ମାମଲାର ତଦନ୍ତ ଭାର ନେଇଥିଲା ସିବିଆଇ। 2ବର୍ଷ ପରେ ତଦନ୍ତକାରୀ ଅଫିସର ସିବିଆଇ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛନ୍ତି।

ରକିବୁଲଙ୍କ ସହ ତାରା କେମିତି ଆସିଥିଲେ ସଂପର୍କକୁ

ବିବାହ ପୂର୍ବରୁ ରଂଜିତ୍ ଓରଫ ରକିବୁଲ୍ ଦାମୀଗାଡିରେ ଅଫିସରମାନଙ୍କ ସହ ସୁଟିଂ ରେଂଜକୁ ଆସୁଥିଲେ। ତାରା କୁହଁନ୍ତି ବିବାହ ପୂର୍ବରୁ ସେ ନିଜକୁ ଭଲ ମମିଷ ବୋଲି ଦେଖେଇବା ପାଇଁ ବହୁତ ଚେଷ୍ଟ କରିଥିଲେ। ସୁଟିଂ ରେଂଜରେ ଥିବା ଝିଅମାନଙ୍କୁ  ଅସୁବିଧାରେ ସାହାଯ୍ୟ ମଧ୍ୟ କରୁଥିଲେ। ରଂଜିତଙ୍କ ସବୁ ଭଲ ଗୁଣ ଦେଖି ସେ ବହୁତ ପ୍ରଭାବିତ ହୋଇ ଯାଇଥିଲେ। ତାରା ତାଙ୍କୁ ଦୁନିଆର ସବୁଠୁ ଭଲ ଲୋକ ଭାବୁଥିଲେ। କିନ୍ତୁ ବାସର ରାତିରୁ ହିଁ ତାଙ୍କ ଅସଲ ଚେହେରା ସାମ୍ନା କୁ ଆସିଥିଲା। ପରେ ତାଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଇଥିଲା।

Related story