ମରୁଡି ପ୍ରଭାବିତ ଅଞ୍ଚଳର ଆରଆଇ ସର୍କଲ ଘେରାଉ କଲା ବିଜେପି

ଭୁବନେଶ୍ୱର: ରାଜ୍ୟର ସମ୍ଭାବ୍ୟ ମରୁଡି ପ୍ରଭାବିତ ଅଞ୍ଚଳରେ ଥିବା ସମସ୍ତ ଆରଆଇ ସର୍କଲକୁ ଆଜି ବିଜେପି ପକ୍ଷରୁ ଘେରାଉ କରାଯାଇଛି । ଖୋର୍ଦ୍ଧାରେ ପୂର୍ବତନ ବିଧାୟକ ଜିତୁ ମିତ୍ରଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଓ ନେତା ଆରଆଇ ଅଫିସ ଘେରାଓ କରିଥିଲେ । ସ୍ୱଳ୍ପବୃଷ୍ଟି ଯୋଗୁଁ ଜିଲ୍ଲାର ଚାଷବାସ ସମ୍ପୂର୍ଣ୍ଣ ଉଜୁଡି ଯାଇଥିବାବେଳେ ଏଯାଏଁ ରାଜ୍ୟ ସରକାର ଜିଲ୍ଲାକୁ ମରୁଡ଼ି ଘୋଷଣା କରିନାହାନ୍ତି ବୋଲି ଦଳୀୟ ସଦସ୍ୟମାନେ ଅଭିଯୋଗ କରିଥିଲେ । ଜିଲ୍ଲାକୁ ତୁରନ୍ତ ମରୁଡ଼ିଗ୍ରସ୍ତ ଅଞ୍ଚଳ […]

bjp

Rakesh Mallick
  • Published: Wednesday, 23 September 2015
  • , Updated: 23 September 2015, 01:34 PM IST

ଭୁବନେଶ୍ୱର: ରାଜ୍ୟର ସମ୍ଭାବ୍ୟ ମରୁଡି ପ୍ରଭାବିତ ଅଞ୍ଚଳରେ ଥିବା ସମସ୍ତ ଆରଆଇ ସର୍କଲକୁ ଆଜି ବିଜେପି ପକ୍ଷରୁ ଘେରାଉ କରାଯାଇଛି । ଖୋର୍ଦ୍ଧାରେ ପୂର୍ବତନ ବିଧାୟକ ଜିତୁ ମିତ୍ରଙ୍କ ନେତୃତ୍ୱରେ ଦଳୀୟ କର୍ମୀ ଓ ନେତା ଆରଆଇ ଅଫିସ ଘେରାଓ କରିଥିଲେ । ସ୍ୱଳ୍ପବୃଷ୍ଟି ଯୋଗୁଁ ଜିଲ୍ଲାର ଚାଷବାସ ସମ୍ପୂର୍ଣ୍ଣ ଉଜୁଡି ଯାଇଥିବାବେଳେ ଏଯାଏଁ ରାଜ୍ୟ ସରକାର ଜିଲ୍ଲାକୁ ମରୁଡ଼ି ଘୋଷଣା କରିନାହାନ୍ତି ବୋଲି ଦଳୀୟ ସଦସ୍ୟମାନେ ଅଭିଯୋଗ କରିଥିଲେ । ଜିଲ୍ଲାକୁ ତୁରନ୍ତ ମରୁଡ଼ିଗ୍ରସ୍ତ ଅଞ୍ଚଳ ଘୋଷଣା କରିବା ଦାବିରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଆରଆଇଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା ।

ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ ସମାନ ଅଭିଯୋଗ ଆଣି ବିଜେପି ପକ୍ଷରୁ ଆରଆଇଙ୍କ କାର୍ଯ୍ୟାଳୟ ଘେରାଓ କରାଯାଇଛି। ବୀରମହାରାଜପୁରରେ ଜିଲ୍ଲା ସାଧାରଣ ସମ୍ପାଦକ କିଶୋର କୁମାର ହୋତା ଏବଂ ବରିଷ୍ଠ ବିଜେପି ନେତା ବଳଦେବ ପ୍ରସାଦ ବେଦବାକଙ୍କ ନେତୃତ୍ୱରେ ସହରରେ ପ୍ରଥମେ ଏକ ଶୋଭାଯାତ୍ରା କରାଯାଇଥିଲା। ପରେ ଉଫୁଲା ସ୍ଥିତ ଆରଆଇ ଅଫିସକୁ ଘେରାଓ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେହିପରି ବଲାଙ୍ଗିରରେ ମଧ୍ୟ ଦଳ ପକ୍ଷରୁ ଆରଆଇ ଅଫିସ ଘେରାଉ କରାଯାଇଛି ।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ରେ ମଧ୍ୟ ବିଜେପି ପକ୍ଷରୁ ଆରଆଇ ଅଫିସ୍ ଘେରାଉ କରାଯାଇଥିଲା। ଏହି ଉପଖଣ୍ଡର ପ୍ରାୟ ୧୮ଟି ଆରଆଇ କାର୍ଯ୍ୟାଳୟକୁ ଘେରାଉ କରିଥିଲେ ସ୍ଥାନୀୟ ଚାଷୀ ଏବଂ ବିଜେପି ନେତା ଓ କର୍ମୀ।

ଅନୁଗୋଳ ଜିଲ୍ଲାର ସମ୍ଭାବ୍ୟ ମରୁଡ଼ି ଅଞ୍ଚଳରେ ବିଜେପି ପକ୍ଷରୁ ଆରଆଇ ଅଫିସ୍ ଘେରାଉ କରାଯାଇଥିଲା। ଜିଲ୍ଲାର ଆଠମଲ୍ଲିକ, କିଶୋରନଗର, ଛେଣ୍ଡିପଦା ଓ ଅନୁଗୋଳ ବ୍ଲକରେ ମରୁଡ଼ି ସ୍ଥିତି ଦେଖାଯାଇଛି। ଏହି ଅଞ୍ଚଳଗୁଡ଼ିକୁ ମରୁଡ଼ିଗ୍ରସ୍ତ ଘୋଷଣା କରିବାକୁ ବିଜେପି ଦାବି କରିଛି। ମରୁଡ଼ିଗ୍ରସ୍ତ ଅଞ୍ଚଳ ଘୋଷଣା ଦାବିରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ର ନାରାୟଣ ପାଣିଙ୍କ ନେତୃତ୍ୱରେ ଦଳୀୟ କର୍ମୀମାନେ ଅନୁଗୋଳ ବ୍ଲକର କୁମୁରୁସିଂହ ଆରଆଇ ଅଫିସ୍ ସମ୍ମୁଖରେ ଧାରଣାରେ ବସିଥିଲେ। ତା’ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।

କନ୍ଧମାଳ ଜିଲ୍ଲାକୁ ସଂପୂର୍ଣ୍ଣ ମରୁଡି ଘୋଷଣା ଦାବିରେ ଜିଲ୍ଲା ବିଜେପି ତରଫରୁ ଜିଲ୍ଲାର ବିଭିନ୍ନ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା ସାଧାରଣ ସମ୍ପାଦକଙ୍କ ନେତୃତ୍ୱରେ ବହୁ ଚାଷୀ ଗୁମାଗଡ଼ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା ଦେବାସହ ବିକ୍ଷୋଭ କରିଥିଲେ। ପରେ ଏକ ଶୋଭାଯାତ୍ରାରେ ଗୁମାଗଡ଼ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ବିଭିନ୍ନ ସ୍ଲୋଗାନ ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Related story