ଶ୍ମଶାନ ଜମିକୁ ନେଇ ବିବାଦ: ପ୍ରଶାସନର ହସ୍ତକ୍ଷେପ ପରେ ହଟିଲା ରାସ୍ତାରୋକ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ବିବାଦୀୟ ଶ୍ମଶାନ ଜମିରେ ଶବଦାହ ଉଦ୍ୟମକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ହୋଇଛି। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଗାଁ ଲୋକେ ରାସ୍ତାରୋକରୁ ହଟିଥିଲେ। ଶ୍ମଶାନ ଜମି ନିର୍ଦ୍ଧାରଣ ଲାଗି ଆସନ୍ତା ବୁଧବାର ଏକ ବୈଠକ ବସି ଆଲୋଚନା କରାଯିବାକୁ ନିଷ୍ପତ୍ତି ହୋଇଛି। ସେ ପର୍ଯ୍ୟନ୍ତ  ଘରୋଇ ଜମିରେ ଶବଦାହ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଆଜି ନିରାକାରପୁର ବାସିନ୍ଦା ସ୍ଥାୟୀ ଶ୍ମଶାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଜଣେ ୧୦ ବର୍ଷର […]

khurdh

Rakesh Mallick
  • Published: Sunday, 18 September 2016
  • , Updated: 18 September 2016, 01:46 PM IST

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ନିରାକାରପୁରରେ ବିବାଦୀୟ ଶ୍ମଶାନ ଜମିରେ ଶବଦାହ ଉଦ୍ୟମକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ହୋଇଛି। ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଗାଁ ଲୋକେ ରାସ୍ତାରୋକରୁ ହଟିଥିଲେ। ଶ୍ମଶାନ ଜମି ନିର୍ଦ୍ଧାରଣ ଲାଗି ଆସନ୍ତା ବୁଧବାର ଏକ ବୈଠକ ବସି ଆଲୋଚନା କରାଯିବାକୁ ନିଷ୍ପତ୍ତି ହୋଇଛି। ସେ ପର୍ଯ୍ୟନ୍ତ  ଘରୋଇ ଜମିରେ ଶବଦାହ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।

ଆଜି ନିରାକାରପୁର ବାସିନ୍ଦା ସ୍ଥାୟୀ ଶ୍ମଶାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଜଣେ ୧୦ ବର୍ଷର ନାବାଳକଙ୍କ ମୃତଦେହକୁ ଶତ୍କାର ପାଇଁ ନେଉଥିବା ବେଳେ  ଶ୍ମଶାନ ଭାବେ ବ୍ୟବହାର ହେଉଥିବା ଜମିର ମାଲିକ ବିରୋଧ କରିଥିଲେ। ଏହାକୁ ନେଇ ମୃତକଙ୍କ ପରିବାର ଓ ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିବା ସହ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ। ଫଳରେ  ନୂଆ ଜଗନ୍ନାଥ ରାସ୍ତାରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା।

Related story